ଖୁସି ଖବର | କମିବ ତେଲ ରେଟ ଜାଣନ୍ତୁ କେବେ ଠାରୁ ଆଉ କେତେ ଟଙ୍କା ?

ଖାଉଟିଙ୍କ ପକେଟକୁ କେବେ ମିଳିବ ଆଶ୍ୱସ୍ତି । କମିବ ପେଟ୍ରୋଲ ଓ ଡିଜେଲ୍ ଦର । ସର୍ବନିମ୍ନ ତଳକୁ ଖସିଆସିଛି ଅଶୋଧିତ ତେଲ ଦର । 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଖାଉଟିଙ୍କ ପକେଟକୁ କେବେ ମିଳିବ ଆଶ୍ୱସ୍ତି । କମିବ ପେଟ୍ରୋଲ ଓ ଡିଜେଲ୍ ଦର । ସର୍ବନିମ୍ନ ତଳକୁ ଖସିଆସିଛି ଅଶୋଧିତ ତେଲ ଦର ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଖାଉଟିଙ୍କୁ ହନ୍ତ ଶନ୍ତ ଲଗାତାର ଭାବରେ କରିଥାଏ । କାରଣ ତେଲ ଦର ବୃଦ୍ଧି ପାଇବା ଯୋଗୁଁ ବିଭିନ୍ନ ସାମଗ୍ରୀର ଦର ଦାମ୍ ବୃଦ୍ଧି ପାଇଥାଏ । ଏଵଂ ତାର ପରିବହନ ସାମଗ୍ରୀର ମଧ୍ୟ ଦର ବୃଦ୍ଧି ହୋଇଥାଏ । ବସ୍ ଭଡ଼ା ଠାରୁ ଆରମ୍ଭ କରି ଟ୍ରକ୍ ସବୁ ବଢ଼ିଥାଏ । ତେଣୁ ଏସବୁ ଆଗକୁ ଲାଘବ ହୋଇପାରେ । ଆଗାମୀ ଭବିଷ୍ୟତରେ କମିପାରେ ତୈଳ ଦର । ଦର ହ୍ରାସ ଆଶାରେ ଖାଉଟି । 

 

ରେକର୍ଡ ନିମ୍ନ ସ୍ତରରେ ଅଶୋଧିତ ତେଲ ଦର । କେବେ କମିବ ପେଟ୍ରୋଲ ଓ ଡିଜେଲ ଦର ବଢିଲା ଚର୍ଚ୍ଚା । ଋଷ-ୟୁକ୍ରେନ ଯୁଦ୍ଧ ପାଇଁ ଅଶୋଧିତ ତେଲ ଦର ବୃଦ୍ଧି ପାଇଥିଲା । ଏବେ କିନ୍ତୁ ଦର ଢେର କମିଛି । ତେଣୁ ଖାଉଟି ଆଶ୍ୱସ୍ତି ପାଇବେ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି । ମାର୍ଚ୍ଚ ମାସରେ ଅଶୋଧିତ ତେଲର ଦାମ ବ୍ୟାରେଲ ପିଛା ୧୨୯ ଡଲାର ଥିଲା । ଏବେ ମାସକ ମଧ୍ୟରେ ଏହି ଦର ୨୦ ପ୍ରତିଶତ କମିଛି । ବର୍ତମାନ ବ୍ୟାରେଲ ପିଛା ଅଶୋଧିତ ତେଲର ଦର ୭୬ ଡଲାର ରହିଛି । 

 

ଏହାପୂର୍ବରୁ ୧ ଡିସେମ୍ବର ୨୦୨୧ରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୬୮. ୮୭ ଡଲାର ଥିଲା ।ଯେଉଁଭଳି ଦର କମିଛି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୩ରୁ ୧୪ ଟଙ୍କା କମିପାରନ୍ତା । ତେଲର ରିଟେଲ ଦର ନିର୍ଦ୍ଧାରଣ ଅନ୍ତର୍ଜାତୀୟ ବଜାର ସହିତ ସଂଯୋଗ ରଖୁଛି । ଗୋଟିଏ ବ୍ୟାରେଲରେ ୧୫୯ ଲିଟର ଅଶୋଧିତ ତେଲ ରୁହେ । ଭାରତୀୟ ମୁଦ୍ରାରେ ଏହାକୁ କିଣିବାକୁ ୬ ହଜାର ୩୬୪ ଟଙ୍କା ଦେବାକୁ ପଡୁଛି । 

 

ଅର୍ଥାତ ପ୍ରତି ଲିଟରକୁ ୩୯ ଟଙ୍କା ୨୯ ପଇସା ଦେବାକୁ ପଡୁଛି । ଏଥିରେ ଆମଦାନୀ ଶୁଳ୍କ, କେନ୍ଦ୍ର ସରକାରଙ୍କ ଉତ୍ପାଦନ ଶୁଳ୍କ, ଜିଏସଟି ଆଦିକୁ ମିଶାଇଲେ ଲିଟର ପିଛା ଖାଉଟିଙ୍କୁ ଆହୁରି ୮୭ ଟଙ୍କା ଦେବାକୁ ପଡୁଛି । ମେ ୨୨ ଠାରୁ ଦେଶରେ ତେଲ ଦର ଅପରିବର୍ତିତ ରହିଛି । ତେଲ କମ୍ପାନୀ ଗୁଡିକ ବିପୁଳ କ୍ଷତି ସହିବା ପରେ କ୍ଷତି ଭରଣା ନହେବା ଯାଏ ଲୋକଙ୍କୁ ଫାଇଦା ଦେବେନି ବୋଲି ଯାହା ଜଣାପଡିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *