ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଦର୍ଶକ ବନ୍ଧୁ କଳାଧନ ଉପରେ ରୋକ ଲଗାଇବା ପାଇଁ ୨୦୦୦ ଟଙ୍କିଆ ନୂଆ ଭାବେ ଆରମ୍ଭ ହୋଇଥିଲା । ପୁରୁଣା ନୋଟ ଚାଲୁଥିବା ସମୟରେ ନୂଆ ନୋଟ୍ ଛାପିବା ଆରମ୍ଭ କରିଦେଇଥିଲେ ସରକାର । ତେବେ ରାତା ରାତି ଏହି ନୋଟ୍ ବନ୍ଦ ଡାକରା ରେ ପ୍ରଭାବିତ ହୋଇଥିଲେ ସାରା ଦେଶ । କଳାଧନ କୁ ରୋକିବା ପାଇଁ ରାତା ରାତି ସରକାର ନେଇ ଯାଇଥିଲେ ଏହି ନିଷ୍ପତି । ତେବେ ବର୍ତ୍ତମାନ ଏହି ସମୟରେ ୨୦୦୦ ଟଙ୍କା ବନ୍ଦ ହେବା ନେଇ ଆଲୋଚନା ଚାଲିଛି ।
୨୦୦୦ ଟଙ୍କା ଛାପିବା ବନ୍ଦ କରିଦେବ କି RBI ତେବେ ଏ ନେଇ ସମସ୍ତଙ୍କ ମନରେ କେବଳ ଏଇ ଗୋଟିଏ ପ୍ରଶ୍ନ । ବିମୂଦ୍ରିକରଣ ପରେ ଆସିଥିଲା ଏହି ୨୦୦୦ ଟଙ୍କିଆ ନୋଟ୍ । ପୂର୍ବରୁ ୧୦୦୦ ଟଙ୍କିଆ ନୋଟ୍ ପର୍ଯ୍ୟନ୍ତ ସୀମା ଥିଲା ମାତ୍ର ବିମୁଦ୍ରି କରଣ ପରେ ୨୦୦୦ ଟଙ୍କାର ପ୍ରଚଳନ କରାଯାଇଥିଲା । ନୋଟ୍ ବନ୍ଦୀ ସମୟରେ ଦେଶବାସୀ ଅନେକ ଅସୁବିଧାର ସମ୍ମୁଖିନ ହୋଇଥିଲେ ।କିଛିଦିନ ପରେ ୨୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ପ୍ରଥମେ ପ୍ରଚଳିତ ହୋଇଥିଲା ।
ଏହା ପରେ ଧିରେ ଧିରେ ଅନ୍ୟାନ୍ୟ ନୋଟ ଗୁଡ଼ିକ ମଧ୍ୟ ନୂଆ ଢାଞ୍ଚାରେ ବଜାରକୁ ଆସିବାକୁ ଲାଗିଥିଲା । ବର୍ତ୍ତମାନ ବିଜେପି ସାଂସଦ ସୁସିଲ ମୋଦୀ କହିଛନ୍ତି ଯେ ୨୦୦୦ ଟଙ୍କା ମାନେ ହେଉଛି କଳାଟଙ୍କା । ଆଗାମୀ ଦିନରେ ଏହାକୁ ବନ୍ଦ ନକରିବା ଦ୍ଵାରା ଅନେକ କଳାଧନ ସୃଷ୍ଟି ହୋଇପାରେ ତେଣୁକରି ଏହା ବନ୍ଦ ହେବା ଉଚିତ୍ । ଭାରତର କଳାଧନ କୁ ଅଟକେଇ ବାକୁ ସୁସିଲ ମୋଦୀ ଧୀରେ ଧୀରେ ଏହି ଟଙ୍କାର ପ୍ରଚଳନ କମେଇ ଦେବାପାଇଁ ଅନୁରୋଧ କରିଛନ୍ତି । ଭାରତ ବର୍ଷ ର ଏହା ସର୍ବ ବୃହତ୍ ଟଙ୍କା ଭାବେ ପରିଚିତ ।
ତେବେ ଆଗାମୀ ଦିନରେ RBI କଣ ଏହି କ୍ଷେତ୍ରରେ ନିଷ୍ପତି ନେବ ତାହା ଶୀଘ୍ର ଜଣାପଡ଼ିବ । ୨୦୦୦ ଟଙ୍କିଆ ନୋଟ୍ ବନ୍ଦ ହେଲେ ଭାରତରୁ ଅନେକ ପରିମାଣରେ କଳାଧନ ଦୂରେଇ ଯିବ ବୋଲି କହିଛନ୍ତି ବିଜେପି ସାଂସଦ ସୁସିଲ ମୋଦୀ । ଧୀରେ ଧିରେ ଏହି ନୋଟ୍ ର ପ୍ରଭାବ କମେଇ ଦିଆଗଲେ ଅନେକ ମାତ୍ରାରେ ଜନ ସାଧାରଣ ମାନେ ଲାଭ ପାଇ ପାରିବେ ବୋଲି ନିଜର ମତା ରଖିଛନ୍ତି ।
ତେବେ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ୍ ଗୁଡ଼ିକୁ ୨୦୦୦ ଟଙ୍କା ବନ୍ଦ କରିବାପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ଆଗାମୀ ପରିସ୍ଥିତି ରେ ଯଦି ଏହା କରାଯାଏ ଅର୍ଥାତ୍ ୨୦୦୦ ନୋଟ୍ ଛାପିବା ବନ୍ଦ ହୁଏ ତେବେ ଏହାର ପ୍ରଭାବ ଧୀରେ ଧୀରେ ଦେଶ ବସୀ ମାନଙ୍କ ପାଖକୁ ଆସିବାକୁ ଲାଗିବ ।