ଭୁଲରେ ମଧ୍ୟ ବାଥରୁମରେ ଲଗାନ୍ତୁ ନାହିଁ ଏହି ୨ ଟି ରଙ୍ଗ ନହେଲେ ହଇରାଣ ହେବେ |

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଛନ୍ତି ଘର ତିଆରି ହେବା ଆଗରୁ ଏବଂ ଘର ସରିବାର ଶେଷ ହେବା ପର୍ଯ୍ୟନ୍ତ ବାସ୍ତୁ ଶାସ୍ତ୍ରର ଭୂମିକା ରହିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆପଣ ଯଦି ଘର ତିଆରି କରନ୍ତି ଏବଂ ଘରର ଚାରି ପାର୍ଶ୍ବରେ ବାସ୍ତୁ ଶାସ୍ତ୍ର ହିସାବରେ ପରିବେଶ ରଖନ୍ତି ତେବେ ଆପଣଙ୍କ ଜୀବନ ସୁଖମୟ ହେବା ସହ ସମସ୍ତ ରୋଗ ବୈରାଗ୍ୟ ସମସ୍ୟାରୁ ଆପଣଙ୍କୁ ମୁକ୍ତି ହୋଇଥାଏ । 

 

ତେଣୁକରି ଘର କରିବା ଆଗରୁ ଆପଣଙ୍କୁ ପ୍ରଥମେ ଭୂମି ଏବଂ ପରିବେଶ ସୁଦ୍ଧ କରିବାକୁ ହେବ ଏହା ପରେ ଆଗକୁ ବଢ଼ିବାକୁ ହେବ । ଭୂମି ପୂଜା ପରେ ଆପଣଙ୍କୁ ଘରର କେଉଁ ଦିଗ ରେ କେଉଁ ଘର କରିବାର ଅଛି ତାହା ମଧ୍ୟ ବାସ୍ତୁ ଶାସ୍ତ୍ରର ଅନୁଯାୟୀ ଦେଖିବାକୁ ହେବ । ସମସ୍ତ ନୀତି ନିୟମ ଅନୁଯାୟୀ ଘର ତିଆରି ହେବା ଉଚିତ୍ । ଥରେ ନୀତି ନିୟମ ଅନୁଯାୟୀ ଘର ହେଲେ ଏହାର ଆଗାମୀ ସମୟରେ ଆପଣଙ୍କୁ ଅନ୍ୟାନ୍ୟ ବାସ୍ତୁ ଜନିତ ଜିନିଷ ଗୁଡ଼ିକ ସଜାଡିବାକୁ ସୁବିଧା ହେବ।

 

 ଘର ତିଆରି ହେବା ପରେ କେଉଁ ଘରେ କଣ ରଖିବେ ଏବଂ କଣ ନ ରଖିବେ ତାହା ସମ୍ପର୍କରେ ଆପଣ ଭଲଭାବେ ଜାଣି ରଖିବା ଉଚିତ୍ । ଏମିତି କେତେକ ଜିନିଷ ରହିଛି ଯାହା ଶୋଇବା ଘରେ ରଖାଯାଏ ନାହି । ଏମିତି କିଛି ଜିନିସ ଅଛି ଯାହାକୁ ଗାଧୁଆ ଘର ସାମ୍ନାରେ କିମ୍ବା ଠାକୁର ଘର ସାମ୍ନାରେ ରଖିବା ଉଚିତ୍ ନୁହେଁ । ଏହି ସମସ୍ତ ସମ୍ପର୍କରେ ବିସ୍ତ୍ରୁତଭାବେ ଆପଣଙ୍କୁ ଜାଣିବାକୁ ହେଲେ ଆପଣଙ୍କୁ କୌଣସି ବରିଷ୍ଟ ବାସ୍ତୁ ଶାସ୍ତ୍ରର ଅଧିକାରୀ ଥିବା ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେବା ଉଚିତ୍ । 

 

ଅନେକ ଲୋକଙ୍କ ଘର ଚାରି ପାଖରେ ଏମିତି କିଛି କଣ୍ଟାମୟ ଗଛ ଥାଏ ଯାହା ଘର ପାଇଁ ଖୁବ୍ ନକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁକରି ସମସ୍ତ ସ୍ଥିତିକୁ ନିୟନ୍ତ୍ରଣ କରିବାର ଅଛି । ଯାହା ଫଳରେ ଆପଣଙ୍କୁ ଆଗାମୀ ଭବିଶ୍ଵତ ରେ କୌଣସି ଅସୁବିଧା ହେବ ନାହିଁ ।ଘର ତିଆରି ପରେ ଆସିଲା ରଙ୍ଗ କଥା ରଙ୍ଗ ହେଉଛି ଏମିତି ଏକ ଜିନିଷ ଯାହା ସିଧା ସଳଖ ଆମ ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । 

 

ତେଣୁକରି ଘର କରିବା ପରେ ରଙ୍ଗ ମଧ୍ୟ ପରାମର୍ଶ ଅନୁଯାୟୀ ଦେବା ଏକ ପ୍ରକାର ଲାଭ ହୋଇଥାଏ । ଘର ଭିତରେ ଗାଢ଼ ରଙ୍ଗ ଆପଣଙ୍କ ସ୍ୱଭାବରେ ପରିବର୍ତ୍ତନ ଆଣିଥାଏ ଏବଂ ଧୀରେ ଧୀରେ ଆପଣ ଚିଡିଚିଡି ସ୍ୱଭାବର ମଧ୍ୟ ହୋଇ ଯାଆନ୍ତି ତେଣୁକରି ଘରେ ସବୁବେଳେ ହାଲୁକା ରଙ୍ଗ ଦିଅନ୍ତୁ । 

 

ଘରେ ଆପଣଙ୍କ ବାଥରୁମ ରେ ମଧ୍ୟ ବିଶେଷ ଭାବେ ରଙ୍ଗ ପ୍ରଭାବିତ କରିଥାଏ । କେତେକ ବ୍ୟକ୍ତି ବାଥରୁମ ରେ କଳା ଏବଂ ନାଲି ରଙ୍ଗ ଦେଇଥିବା ବେଳେ ଘରେ ଏହାର ନକାରାତ୍ମକ ପ୍ରଭାବ ପକାଇଥାଏ । ଯଦି ଆପଣଙ୍କ ବାଥରୁମରେ କଳା ଏବଂ ନାଲି ରଙ୍ଗ ଦିଆଯାଇଛି ତେବେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *