ଶ୍ରଦ୍ଧାଞ୍ଜଳି ଖୋଲିଲା ଅର୍ଚନା ନାଗ ର ସବୁ ଗୁମର | ଜାଣନ୍ତୁ କେମିତି ଚାଲୁଥିଲା ବେପାର…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ବେଶ୍ ଭଲ ଭାବେ ଜାଣିଥିବେ ଅର୍ଚ୍ଚନା ନାଗଙ୍କ ଘଟଣାରେ । ବର୍ତ୍ତମାନ କିଛିଦିନ ତଳେ ଅର୍ଚ୍ଚନା ନାଗ ବିସ୍ଫୋରକ ବୟାନ ଦେଇଥିବା ବେଳେ ଆଗାମୀ ଦିନରେ ଚୁପ୍ ହୋଇଯାଇଥିଲେ ଅର୍ଚ୍ଚନା ତେବେ  କାରଣ କିଛି ଜଣା ପଡିନଥିବା ବେଳେ ଅର୍ଚ୍ଚନା ଙ୍କ ଉପରେ କେଉଁ ତରଫରୁ ଚାପ୍ ସୃଷ୍ଟି ହେଉଛି ତାହା ସନ୍ଦେହ କରିଥିଲେ ଗଣ ମାଧ୍ୟମ । ଅର୍ଚ୍ଚନା ନାଗଙ୍କ ବିରୁଦ୍ଧରେ ଅନେକ ପ୍ରମାଣ ତଥ୍ୟ ଇଡିକୁ ମିଳିବା ସହ ଅର୍ଚ୍ଚନା ନାଗ ଙ୍କୁ ଜେରା କରିଥିଲା ଇଡି ।  

 

କେବଳ ଅର୍ଚ୍ଚନା ନାଗ ନୁହନ୍ତି ଏହି କେସ ସହ ଜଡ଼ିତ ଥିବା ସମସ୍ତ ବଡ ବଡ଼ିଆଙ୍କୁ ଜେରା କରିଥିଲା ଇଡି । ଅନେକଙ୍କ ମତ ଅନୁଯାୟୀ ଅର୍ଚ୍ଚନା ନାଗ ତାଙ୍କୁ ବ୍ଲାକମେଲ କରି ଟଙ୍କା ନେଇଥିବାର ତଥ୍ୟ ସାମ୍ନାକୁ ଆସିଥିଲା । ଅର୍ଚ୍ଚନା ନାଗ କିନ୍ତୁ ଏହି ସବୁ ତଥ୍ୟରୁ ଓହରି ଯାଇଥିଲେ ଏବଂ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ଅନେକ exclusive ପ୍ରମାଣ ଆଣିବେ ବୋଲି କହିଥିଲେ । କିନ୍ତୁ ସେ ପ୍ରମାଣ କାହା ବିରୁଦ୍ଧରେ ଦେବେ ତାହା ନେଇ କୌଣସି ଘଟଣା ସ୍ପଷ୍ଟ କରିନଥିଲେ । 

 

ଅର୍ଚ୍ଚନା ନାଗ ଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ବର୍ତ୍ତମାନ ଦେଇଛନ୍ତି ବିସ୍ଫୋରକ ବୟାନ ଯାହା ଜାଣିଲେ ଆପଣ ଆଶ୍ଚର୍ୟ୍ଯ ହୋଇଯିବେ । ଅର୍ଚ୍ଚନା ନାଗ ଶ୍ରଦ୍ଧାଞ୍ଜଳି ଙ୍କ ଅନେକ ଦିନ ଧରି ଯୋଗାଯୋଗ ଥିବାର ଜଣାଯାଏ।  ୨୦୧୮ ମସିହାରେ ଶ୍ରଦ୍ଧାଞ୍ଜଳି ବେହେରା ଭୁବନେଶ୍ୱର ଚାକିରୀ ଉଦ୍ଦେଶ୍ୟରେ ଆସିଥିଲେ ଏବଂ ଜାଗମରା ରେ ରହୁଥିଲେ । 

 

ସେଠାରେ ଅର୍ଚ୍ଚନା ନାଗ ଏବଂ ସ୍ଵାମୀ ଜଗବନ୍ଧୁ ନାଗ ରହୁଥିଲେ ଧୀରେ ଧୀରେ ଦୁହେଁ ଯୋଗାଯୋଗ ରେ ଆସି ଶ୍ରଦ୍ଧାଞ୍ଜଳି ଙ୍କୁ ଅନେକ ପ୍ରକାର ଲୋଭ ଦେଖାଇ ଥିଲେ । 

ଚାକିରୀ ଏବଂ ଟଙ୍କା ପଇସାର ଲୋଭ ଦେଖାଇଥିଲେ ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳି ଙ୍କୁ । ଶ୍ରଦ୍ଧାଞ୍ଜଳି ତାଙ୍କ କଥାରେ ଫସି ଯାଇଥିଲେ । ଅର୍ଚ୍ଚନା ନାଗ ଶ୍ରଦ୍ଧାଞ୍ଜଳି ଙ୍କୁ ନେଇ ଅକ୍ଷୟ ପରିଜା ଙ୍କ ସମ୍ପର୍କ ରଖିବାକୁ କହିଥିଲେ ଏବଂ ନିଶା ମିଶାଇବାକୁ ମଧ୍ୟ କହିଥିଲେ 

 

ତେବେ ଏହିପରି ଭାବରେ ଫସି ଯାଇଥିଲେ ଅକ୍ଷୟ ପରିଜା । ଆଗାମୀ ସମୟରେ ଅର୍ଚ୍ଚନା ନାଗ ଙ୍କୁ ଏହି ସବୁ କ୍ଷେତ୍ରରେ ବାରଣ କରିବା ପରେ ଅଡ଼ୁଆରେ ପଡ଼ି ଯାଇଥିଲେ ଶ୍ରଦ୍ଧାଞ୍ଜଳି ଏବଂ ଧମକ ଉପରେ ଧମକ ମିଳିବାକୁ ଲାଗୁଥିଲା ଶ୍ରଦ୍ଧାଞ୍ଜଳି ଙ୍କୁ । ତେବେ ଏହିପରି କିଛି ଶ୍ରଦ୍ଧାଞ୍ଜଳି ଙ୍କ ବୟାନ ଇଡି ପାଖରେ ଥିବାବେଳେ ବର୍ତ୍ତମାନ ଘଟଣାରେ ନୂଆ ମୋଡ଼ ନେଉଛି । ଆଗାମୀ ସମୟରେ ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ନାଗ ଙ୍କୁ ଏକାଠି ଜେରା କରାଯିବା ପାଇଁ ଇଡି ତରଫରୁ ଯୋଜନା ଚାଲିଛି । 

Leave a Reply

Your email address will not be published. Required fields are marked *