ଜାଣନ୍ତୁ ଆକାଶ ରୁ ଖସି ଥିବା ବିରଳ ଦୃଶ୍ୟ ଟି କଣ ?

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଡିଶା ଆକାଶରୁ ଦେଖାଗଲା ଏକ ବିରଳ ଦୃଶ୍ୟ । ଆକାଶରୁ ଖସିଲା ତାରା । ଆଗକୁ ଦେଉଛି କି ବିପଦ ସଙ୍କେତ ତାକୁ ନେଇ ସୃଷ୍ଟି ହେଉଛି କକୁଆ ଭୟ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ତେବେ ବର୍ତମାନ ସମୟରେ ଆସିଛି ଏକ ବଡ ଖବର । ଓଡିଶା ଆକାଶରେ ସନ୍ଧ୍ୟା ସମୟରେ ଆଜି ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା । ଏକ ବିରଳ ଉଜ୍ଜ୍ଵଳ ଲାଇଟ ଆଜି ଓଡିଶା ଆକାଶରେ ଦେଖା ଯାଇଥିଲା । ଯାହାକୁ ଦେଖି ଲୋକ ଭୟରେ ଅଛନ୍ତି । ଏହି ବିରଳ ଲାଇଟ ରାଜ୍ୟର ଏକାଧିକ ଜିଲ୍ଲାରେ ସମାନ ଭାବେ ଓ ସମାନ ସମୟରେ ଦେଖିବାକୁ ମିଳିଥିଲା । ଯାହାକୁ ନେଇ ଏବେ ସାରା ରାଜ୍ୟ ବାସୀ ଭୟଭୀତ ହୋଇ ପଡିଛନ୍ତି ଓ ବିଭିନ୍ନ ପ୍ରକାର ମତ ପ୍ରକାଶ କରିଛନ୍ତି । 

 

ତେବେ ଏହି ଲାଇଟ ଟି କେଉଁଠୁ ଆସୁଛି, କଣ ଅଟେ ଓ କିଏ ପକାଉଛି ବୋଲି ସବୁଠାରେ ଚର୍ଚା ଚାଲିଛି । ସମସ୍ତଙ୍କ ମନରେ ଏହି ସମାନ ପ୍ରଶ୍ନ ଆସୁଛି କି କଣ ଅଟେ ଏହି ଲାଇଟ ?ଅନ୍ୟପଟେ ଏନେଇ କୌଣସି ତଥ୍ୟ ନଥିବା କଥା କହିଛନ୍ତି ପ୍ଲାନେଟୋରି ବୈଜ୍ଞାନିକ ଶୁଭେନ୍ଦୁ ପଟନାୟକ । ଆକାଶରେ ଏହି ଲାଇଟ ଦେଖି ଓଡିଶା ବାସୀଙ୍କ ମନରେ ଏବେ ଗୋଟେ ପ୍ରକାରର ଭୟ ଦେଖିବାକୁ ମିଳିଛି । ତେବେ କଣ ଏହା କୌଣସି ଆଗକୁ ଆସୁଥିବା ବିପଦର ସଙ୍କେତ ଦେଉଛି ବୋଲି ଅନୁମାନ ମଧ୍ୟ କରା ଯାଉଛି। 

 

କିମ୍ବା ଏହା ମହାକାଶର ଏକ ଜାଗତିକ ଦୃଶ୍ୟ ହୋଇ ଥାଇପାରେ ବୋଲି କୁହା ଯାଉଛି ମଧ୍ୟ । ତେବେ ଲୋକମାନେ ଏହାକୁ ନେଇ କହିଛନ୍ତି କି ସେମାନେ ଆଗରୁ ଏପରି ଦୃଶ୍ୟ କେବେ ବି ଆକାଶରେ ଦେଖି ନଥିଲେ ଅନ୍ୟପଟେ ଅନୁମାନ କରା ଯାଉଛି କି ଏହା କୌଣସି ଉଲ୍କା ପିଣ୍ଡ ମଧ୍ୟ ହୋଇପାରେ । ତେବେ ଏହାକୁ ନେଇ ଜଣେ ଯୁବତୀ କହିଛନ୍ତି କି ଆମେ ଯାଜପୁର ମେଡିକାଲକୁ ଆସିଲା ବେଳେ ଆକାଶରେ ଏକ ଉଜ୍ଵଳ ଆଲୋକ ଦେଖି ଆକର୍ଷିତ ହୋଇଥିଲୁ । 

 

ଆମେ କିଛି ସମୟ ସେହି ଠାରେ ଠିଆ ହୋଇ ଆଲୋକଟି କଣ ବୋଲି ଦେଖୁଥିଲୁ । ଆମ ସହିତ ଅନ୍ୟ କିଛି ଲୋକ ମଧ୍ୟ ଠିଆ ହୋଇ ଦେଖୁଥିଲେ । କିଛି ସମୟ ପରେ ଲାଇଟଟି ଉଭାନ ହୋଇଗଲା । ଅନ୍ୟ ଜଣେ ମଧ୍ୟ କହିଛନ୍ତି କି ଆମେ ରାସ୍ତାରେ ଯାଉଥିବା ସମୟରେ ହଠାତ ସେହି ଲାଇଟକୁ ଆକାଶରେ ଦେଖିଥିଲୁ । ଲୋକମାନେ ଏହାକୁ ଦେଖି ଭୟଭୀତ ହୋଇ ପଡିଛନ୍ତି । କିଛିଲୋକ ମାନେ ତ ଏକାଠି ହୋଇ ଚିତ୍କାର କରୁଛନ୍ତି । ଗାଁର ଲୋକ ମାନେ ଏହାକୁ ଦେଖି ହୁଳହୁଳି ପକେଇ ଘଣ୍ଟ ବଜାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *