ପ୍ରେମର ପ୍ରକୃତ ମାନେ ବୁଝାଇଲେ ପ୍ରକୃତି ମିଶ୍ର ଦେଖନ୍ତୁ କଣ କହିଲେ…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ। ଆପଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ତ ବେଶ୍ ଭଲଭାବେ ଜାଣିଥିବେ । ପ୍ରକୃତି ମିଶ୍ର ତାଙ୍କ ଛୋଟ ବୟସରୁ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିଲେ । ଅନେକ ସିରିଏଲ ସହ ଅନେକ ପ୍ରକାର ଫିଲ୍ମ ରୁ ଛୁଆବେଳୁ ପରିଚୟ ଲାଭ କରିଛନ୍ତି ପ୍ରକୃତି ମିଶ୍ର । ପ୍ରାପ୍ତ ବୟସରେ ସମସ୍ତଙ୍କ ସାମ୍ନାରେ ଜଣେ ଅଭିନେତ୍ରୀ ରୂପରେ ସାମ୍ନାକୁ ଆସିଲେ ପ୍ରକୃତି । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଜଣେ ସଫଳତମ କଳାକାର ଭାବେ ପ୍ରକୃତି ମିଶ୍ର ଙ୍କ ନାଁ ସାମ୍ନାକୁ ଆସେ ।

 

ଓଡ଼ିଶା ସହ ପ୍ରକୃତି ମିଶ୍ର ଅନେକ ବଡ ପରଦାରେ ସାମ୍ନାକୁ ଆସି ସାରିଛନ୍ତି। ବଲିଉଡ ଦୁନିଆରେ ପାଦ ଥାପି ଦେଇଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରକୃତି ମିଶ୍ର ବିଟ୍ଟି ବିଜନେସ ବାଲି ସିରିଏଲ ରେ ମୁଖ୍ୟ ନାୟିକା ରୂପରେ ବଡ ପରଦାରେ ସାମ୍ନାକୁ ଆସିଥିଲେ ଯାହାଦ୍ବାରା ଘରେ ଘରେ ପରିଚିତ ହୋଇ ପାରିଥିଲେ ପ୍ରକୃତି ମିଶ୍ର । ଏହା ପରେ ପ୍ରକୃତି ଙ୍କୁ ଅନେକ ବଡ ବଡ ପରଦାରେ ହେଉଥିବା ଶୋ ରେ କାର୍ଯ୍ୟକ୍ରମ  ଅଫର ମଧ୍ୟ ଆସିଛି ବୋଲି ଶୁଣିବାକୁ ମିଳିଥିଲା । ପ୍ରକୃତି ମିଶ୍ର ବମ୍ବେ ରେ ରୁହନ୍ତି ସମୟ ସମୟରେ ଓଡ଼ିଶା ଆସନ୍ତି । 

 

ଆଗାମୀ ଦିନରେ ପ୍ରକୃତି ଙ୍କ ନୂଆ ଫିଲ୍ମ ଆସିବାକୁ ଯାଉଛି ଯାହାର ନାମ ହେଉଛି ” କଫି ସପ ପ୍ରେମରୁ ଆରମ୍ଭ ” । ତେବେ ଏହି ଫିଲ୍ମ ରେ ପ୍ରକୃତି ମିଶ୍ର ଙ୍କୁ ମୁଖ୍ୟ ନାୟିକା ଭାବେ ଦେଖିବାକୁ ପାଇବେ ଓଡ଼ିଶା ଦର୍ଶକ । ଏହି ଫିଲ୍ମ ଏକ ନୂଆ କାହାଣୀ କୁ ନେଇ ଆଧାରିତ ଥିବାର ଦର୍ଶାଇଥିଲେ ପ୍ରକୃତି ମିଶ୍ର । ପ୍ରକୃତି ମିଶ୍ର ବମ୍ବେ ରେ ଆମାଜନ ଫିଲ୍ମ ସାରି ଓଡ଼ିଶା ଆସିଛନ୍ତି ଏହି ” କଫି ସପ ପ୍ରେମରୁ ଆରମ୍ଭ ” ଫିଲ୍ମ ପାଇଁ । ତେବେ ପ୍ରକୃତି ମିଶ୍ର ବର୍ତ୍ତମାନ ଉଭୟ ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ର ରେ ସାମ୍ନାକୁ ଆସିବାକୁ ଯାଉଛନ୍ତି ଆଉ କିଛିଦିନ ମଧ୍ୟରେ । 

 

ବହୁତ୍ ଦିନ ପରେ ” କଫି ସପ ପ୍ରେମରୁ ଆରମ୍ଭ ” ଓଡ଼ିଆ ଫିଲ୍ମ ରେ ସାମ୍ନାକୁ ଆସିବେ ପ୍ରକୃତି ମିଶ୍ର । ଏହି ଫିଲ୍ମ ର ଡାଇରେକ୍ଟର ସୁଧାଂଶୁ ହୋଇଥିବା ବେଳେ ସମ୍ପୂର୍ଣ ଭାବେ ଏହି ଫିଲ୍ମ ନୂଆ ରୂପରେ ଆସିବାକୁ ଯାଉଛି ଯାହା ଦର୍ଶକ ମାନଙ୍କ ମନ କିଣି ପାରିବ ବୋଲି ଲୋକମାନଙ୍କ ବିଶ୍ଵାସ ରହିଛି। ଏହି ଫିଲ୍ମ ଯୁବପିଢି ଏବଂ ଘରୋଇ ଲୋକମାନଙ୍କ ପାଇଁ କରାଯାଉଛି ଯାହାକୁ ଦେଖି ଉପକୃତ ହେବେ ଦର୍ଶକ ମାନେ । 

ତେବେ ଆଗାମୀ ଦିନରେ ଏହି ଫିଲ୍ମ ଟି ସମସ୍ତଙ୍କ ସାମ୍ନାକୁ ଆସିବାକୁ ଯାଉଛି । ଏହା ପରେ ସାକ୍ଷାତକାର ରେ ବାସ୍ତବ ଜୀବନରେ ପ୍ରକୃତି ମିଶ୍ରଙ୍କ ପ୍ରେମର ଅର୍ଥ କଣ ପଚରା ଯାଇଥିଲା । ପ୍ରକୃତି ମିଶ୍ର ଏକ ସୁନ୍ଦର ଉତ୍ତର ଦେଇଥିଲେ ପ୍ରକୃତି ମିଶ୍ର ଙ୍କ କହିବା ଅନୁଯାୟୀ ପ୍ରେମ ହେଉଛି କେବଳ ବନ୍ଧୁତ୍ୱ ଆଉ କିଛି ନୁହେଁ । ପ୍ରେମର ମାନେ ବନ୍ଧୁତ୍ୱ ଅଟେ ଆଉ ଏହି କ୍ଷେତ୍ରରେ ହିଁ ବିଶ୍ୱାସ ରଖନ୍ତି ପ୍ରକୃତି ମିଶ୍ର ବୋଲି ଦର୍ଶାଇଥିଲେ । 

Leave a Reply

Your email address will not be published. Required fields are marked *