ତୁଳା ରାଶି , ବିଛା ରାଶି , ଧନୁ ରାଶି ସାବଧାନ ଆପଣଙ୍କ ଉପରେ ପଡିପାରେ ବଡ ବିପଦ 

 

ନମସ୍କାର ଦର୍ଶକ ବନ୍ଧୁ ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ନେଇ ବହୁତ୍ ଗୁରୁତ୍ବପୁର୍ଣ ସୂଚନା ମିଳିଥାଏ ଯାହା ଆମ ଦୈନଦିନ ଜୀବନରେ ଅନେକ ତଥ୍ୟ କୁ ଉପସ୍ଥାପନ କରେ। ଆଗାମୀ ଜୀବନରେ ଭଲ ଅଛି କିମ୍ବା ଖରାପ ତାହା ଆମେ ରାଶି ଦେଖି ଜାଣିପାରୁ । ତେବେ ଆଗାମୀ ଦିନରେ ଏହି ୩ ଟି ରାଶି ମାନଙ୍କ ଉପରେ ପଡିବାକୁ ଯାଉଛି ଗ୍ରହ ନକ୍ଷତ୍ର ମାନଙ୍କ କୋପ ଦୃଷ୍ଟି ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ମାନେ ଆସୁଛନ୍ତି ଆଜିର ବିଷୟରେ । 

 

ତୁଳା ରାଶି – ଆଗାମୀ ଦିନରେ ଆପଣଙ୍କୁ ଅଜଣା ଲୋକଙ୍କୁ ବିଶ୍ୱାସ କରିବା ସମ୍ପୂର୍ଣ ରୂପେ ଭୁଲ ହେବ । ଆଗକୁ ଆସୁଥିବା ସମୟ ଆପଣଙ୍କ ରାଶି ପ୍ରତି ଏତେ ମାତ୍ରାରେ ଫଳପ୍ରଦ ହେଉନଥିବା ବେଳେ ଆଗାମୀ ଦିନରେ ଆପଣଙ୍କୁ ହାତେ ମାପି ଚାଖଣ୍ଡେ ଚାଲିବାକୁ ହେବ । ଯଦି କୌଣସି ଋଣ ଆପଣ ନେଇଛନ୍ତି ତେବେ ଆଗାମୀ ଦିନରେ ଆପଣଙ୍କୁ ଅନେକ କ୍ଷତି ସହିବାକୁ ହେବ ତୁରନ୍ତ ଏହାକୁ ସୁଝିବାକୁ ଚେଷ୍ଟା କରନ୍ତୁ । ଆଗାମୀ ଜୀବନରେ ଆପଣଙ୍କୁ କେହି ବଡ ଧରଣର ଧୋକା ଦେବାକୁ ଯାଉଛନ୍ତି ଯାହାଦ୍ବାରା ଆପଣ ଗଭୀର ଭାବରେ ପ୍ରଭାବିତ ହେବେ । ସ୍ଵାସ୍ଥ୍ୟଗତ ସମସ୍ୟା ମଧ୍ୟ ଆପଣଙ୍କ ଜୀବନରେ ଦେଖା ଦେବ । ଏହିସବୁ ଘଟଣା ଦେଖିବା ପରେ ଆପଣ ବିଚଳିତ ହୋଇ ଉଠିବେ ।

 

ବିଛା ରାଶି – ସତର୍କତା ଅବଲମ୍ବନ କରି ଆଗକୁ ବାଟ ଚାଲିବାକୁ ହେବ । ଆପଣଙ୍କ ଜୀବନରେ ଅନେକ ବ୍ୟକ୍ତି ଜଡ଼ିତ ଅଛନ୍ତି । କିଏ ଆପଣଙ୍କ ଶତ୍ରୁ କିଏ ଆପଣଙ୍କ ମିତ୍ର ତାହା ଶୀଘ୍ର ଜାଣିବାକୁ ଚେଷ୍ଟା କରନ୍ତୁ ନହେଲେ ଆପଣ ବଡ ଅସୁବିଧାରେ ପଡ଼ିବେ । କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପକ୍ଷେ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ଦୟାକରି ସାବଧାନ ରୁହନ୍ତୁ ନହେଲେ ବିପଦରେ ପଡ଼ିବେ । ଧାର କରଜ ଯାହାକୁ ଦେଇଛନ୍ତି ତାହା ଶୀଘ୍ର କିପରି ପାଇବେ ଚେଷ୍ଟା କରନ୍ତୁ ନହେଲେ ସମ୍ପର୍କ ଫାଟ ହେବାର ସମ୍ଭାବନା ରହିଛି । 

 

ଧନୁ ରାଶି – ପରିବାର ରେ କାହାର ସ୍ଵାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ ଯାହାଦ୍ବାରା ଆପଣ ଅଧିକ ଚିନ୍ତାରେ ପଡ଼ିବେ ଏବଂ ଖର୍ଚ୍ଚାନ୍ତ ହେବେ ଯାହାଦ୍ଵାରା ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ମାନ୍ଦା ହୋଇପାରେ । ଚାକିରୀ କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଯାଇ ପାରେ । ଆପଣଙ୍କୁ ସତର୍କ ରହିବାକୁ ହେବ କୌଣସି ଉପରିସ୍ଥ କର୍ମଚାରୀ ଆପଣଙ୍କ ପଛରେ ବିନା କୌଣସି କାରଣରେ ଲାଗି ପାରନ୍ତି ଆପଣଙ୍କୁ କ୍ଷତି ପହଞ୍ଚାଇବା ପାଇଁ । ନୂତନ ମିତ୍ର ଆପଣଙ୍କୁ ଲାଭ ହେବ ଏବଂ ତାଙ୍କ ସହ ମିଶି ଆଗାମୀ ଭବିଶ୍ୱତ କୁ ନେଇ କିଛି ଚିନ୍ତା ଆପଣ କରିବେ । 

Leave a Reply

Your email address will not be published. Required fields are marked *