ଏହି ଟି -୨୦ ବିଶ୍ୱକପ୍ ରେ ଭାରତ ପ୍ରଥମରୁ ବହୁତ୍ ଖରାପ ଖେଳ ପ୍ରଦର୍ଶନ କରିଥିଲା ଏବଂ ନିରାଶାଜନକ ପ୍ରଦର୍ଶନ କରିଥିଲା । ଟି-୨୦ ବିଶ୍ୱକପ ରେ ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ଠାରୁ ମ୍ୟାଚ୍ ହାରିଯିବା ପରେ ପ୍ରଥମ ପର୍ଯ୍ୟାୟ ରୁ ବିଦା ହୋଇଛି ଭାରତ । ବର୍ତ୍ତମାନ ଏହି କଥା କୁ ମନ ରେ ନ ରଖି ଏହି ତି-କ୍ତ ସ୍ମୃତିକୁ ଭୁଲି ଯାଇ ନ୍ୟୁଜିଲ୍ୟାଣ୍ଡ ବି-ପ-କ୍ଷ ଘରୋଇ ଟି – ୨୦ ସିରିଜ ଉପରେ ଧ୍ୟାନ ଦେବା ।
ନ୍ୟୁଜିଲାଣ୍ଡ ବି-ପ-କ୍ଷ ରେ ହେବାକୁ ଥିବା ଟି -20 ସିରିଜ ପାଇଁ ବର୍ତ୍ତମାନ ଟିମ୍ ଇଂଡିଆ ଘୋଷଣା କରାଯାଇଛି । ଟିମ୍ ର ଚୟନ କର୍ତ୍ତା ଚେତନ ଶର୍ମାଙ୍କ ନେତୃତ୍ୱରେ ବର୍ତ୍ତମାନ ଭାରତୀୟ ଦଳ ଘୋଷିତ ହୋଇଛି । ଭାରତୀୟ ଦଳ ର ଅଧିନାୟକ ଭାବେ ରୋହିତ ଶର୍ମା ଏବଂ ଉପ ଅଧିନାୟକ ଭାବେ କେଏଲ୍ ରାହୁଲ ଙ୍କୁ ଚୟନ କରାଯାଇଛି ।
ବର୍ତ୍ତମାନ ଟିମ୍ ଇଣ୍ଡିଆ ରେ ୩ ଜଣ ନୂଆ ଖେଳାଳି ଙ୍କୁ ପ୍ରଥମ ଥର ପାଇଁ ଚୟନ କରା ଯାଇଛି । ଟିମ୍ ରେ ସ୍ଥାନ ପାଇଥିବା ସେହି ୩ ଜଣ ନୂଆ ଖେଳାଳି ଙ୍କ ନାମ ହେଉଛି ଅଭେଶ ଖାନ ଯେ କି ଏକ ଦ୍ରୁତ ବୋଲର , ଦ୍ଵିତୀୟ ରେ ହେଉଛନ୍ତି ହର୍ଷଲ ପଟେଲ ଏବଂ ଶେଷ ରେ ହେଉଛନ୍ତି ଏକ ଅଲରାଉଣ୍ଡର ଭେଙ୍କଟେଶ ଆୟର । ଏହି ୩ ଜଣା ଖେଳାଳି ଗତ ଆଇପିଏଲ ୨୦୨୧ ରେ ଭଲ ପ୍ରଦର୍ଶନ ଦେଖାଇ ଥିବାରୁ ଟିମ୍ ଇଣ୍ଡିଆ ର ଚୟନ କର୍ତ୍ତା ମାନେ ପୁରସ୍କାର ଭାବେ ସେମାନଙ୍କୁ ଟିମ୍ ଇଣ୍ଡିଆ ରେ ସ୍ଥାନ ଦେଇଛନ୍ତି ।
ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣି ନେବା ନ୍ୟୁଜିଲାଣ୍ଡ ବିପକ୍ଷ ଟି -20 ସିରିଜ ପାଇଁ ଚୟନ ହୋଇଥିବା ସମସ୍ତ ଖେଳାଳି ମାନଂକ ନାମ । ଭାରତୀୟ ଟି -୨୦ ଦଳ: ରୋହିତ ଶର୍ମା (କ୍ୟାପଟେନ), କେ.ଏଲ୍ ରାହୁଲ (ଉପ-କ୍ୟାପଟେନ), ଋଷଭ ପନ୍ତ,ଶ୍ରେୟସ୍ ଆୟର, ରିତୁରାଜ ଗାଇକୱାଡ, ସୂର୍ଯ୍ୟକୁମାର ଯାଦବ, ଇଶାନ କିଶନ, ଭେଙ୍କଟେଶ ଆୟର, ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନ, ଅଭେଶ ଖାନ, ଭୁବନେଶ୍ୱର କୁମାର, ଦୀପକ ଚହର, ମହମ୍ମଦ ସିରାଜ ,ହର୍ଷଲ ପଟେଲ ,ଆକ୍ସାର ପଟେଲ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।