ଅନୁଭବ ଙ୍କ ବାହାଘର କୁ ନେଇ ମୁଁହ ଖୋଲିଲେ ବର୍ଷା ପ୍ରିୟଦର୍ଶିନୀ ଦେଖନ୍ତୁ କଣ କହିଲେ…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଅନୁଭବ ମହାନ୍ତି ଙ୍କୁ ତ ଆପଣମାନେ ବେଶ୍ ଭଲ ଭାବେ ଜାଣିଥିବେ । ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ିର ଅଭିନେତା ଭାବେ ସାମ୍ନାକୁ ଅନେକ ଥର ସାମ୍ନାକୁ ଆସନ୍ତି ଅନୁଭବ ମହାନ୍ତି । ନିଜର ଦମଦାର ଅଭିନୟ ପାଇଁ ଓଡ଼ିଶାରେ ଅନେକ ଫ୍ୟାନ ମାନଙ୍କ ମଧ୍ୟରେ ନିଜର ଲୋକପ୍ରିୟତା ହାସଲ କରିପାରିଛନ୍ତି ଅନୁଭବ ମହାନ୍ତି । କିଛିଦିନ ତଳେ ନିଜ ପାରିବାରିକ ଜୀବନ ପାଇଁ ଚର୍ଚ୍ଚାରେ ଥିଲେ ଅନୁଭବ ମହାନ୍ତି ଆଉ ଏବେ ନିଜର ଏକ ଫଟୋ ଭାଇରାଲ ହେବାରେ ଚର୍ଚ୍ଚାରେ ଅଛନ୍ତି । 

 

ପାରିବାରିକ ବିବାଦ ଥମିବା ପରେ ପୁଣି ଆରମ୍ଭ ହୋଇଯାଇଛି ଆଉ ଏକ ବିବାଦ । ଆପଣ ଅନୁଭବ ମହାନ୍ତି ଙ୍କ ବିବାହ 

ସମ୍ପର୍କରେ ବର୍ତ୍ତମାନ ସୋସିଆଲ ମିଡିଆରେ ଶୁଣିବାକୁ ପାଇଥିବେ । ଅନୁଭବ ମହାନ୍ତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବୋଲି ବର୍ତ୍ତମାନ ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚା ଚାଲିଛି । ଅନୁଭବ ମହାନ୍ତି ଙ୍କ ଯେଉଁ ଫଟୋ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଅନୁଭବ ମହାନ୍ତି ବର୍ ବେଶରେ ଅଛନ୍ତି । 

 

ଏବଂ ତାଙ୍କ ପାଖରେ ଅଛନ୍ତି ବାହା ହେବାକୁ ଯାଉଥିବା ନୂଆ କନିଆଁ । ତେବେ ଏହି ବିବାହ ଦୃଶ୍ୟ ଦେଖିବା ପରେ ଅନେକ ଲୋଲ ଅନେକ ପ୍ରକାର ମତ ରଖିଥିଲେ । ଅନେକ ଫ୍ୟାନ ମାନେ ଅନୁଭବ ମହାନ୍ତି ଙ୍କ ଏହି ଫଟୋ ସୁଟିଙ୍ଗ ବେଳର କହିଥିବା ବେଳେ ଆହୁରି ଅନେକ ଲୋକ ଅନୁଭବ ମହାନ୍ତି ସତରେ ବାହା ହୋଇଯାଇଛନ୍ତି ବୋଲି ମତ ଦେଇଥିଲେ । 

 

ଜଣେ ଫ୍ୟାନ ତ ଏହା ମଧ୍ୟ କହିଥିଲେ ଯେ ଅନୁଭବ ଙ୍କ ବାହାଘର ସମ୍ପୂର୍ଣ ସତ ଏବଂ ସେ ଭୋଜି ଖାଇ ମଧ୍ୟ ଯାଇଥିଲେ । ଯେହେତୁ ସେ ହିରୋ ଅନୁଭବ ମହାନ୍ତି ଙ୍କ ଜଣେ ବଡ ଫ୍ୟାନ ସେଥିପାଇଁ ଅନୁଭବ ମହାନ୍ତି ତାଙ୍କୁ ଡାକିଥିଲେ। ବ୍ୟକ୍ତି ଙ୍କ କହିବା ଅନୁଯାୟୀ ଅନୁଭବ ମହାନ୍ତି ଙ୍କ ବାହାଘର ସମ୍ପୂର୍ଣ ସତ ବ୍ରାହ୍ମଣ ମନ୍ତ୍ରରେ ସମ୍ପୂର୍ଣ ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନୁଭବ ମହାନ୍ତି । 

 

ଅନେକ ଲୋକ ବାହାଘର ରେ ଉପସ୍ଥିତ ଥିବା ଦର୍ଶାଇଥିଲେ ବ୍ୟକ୍ତି ଏବଂ ଗୋଟିଏ ବାହାଘର କେମିତି ହେବା ଦରକାର ଠିକ୍ ସେମିତି ହିଁ ବାହାଘର ଅନୁଭବ ଙ୍କ ର ହୋଇଛି । ତେଣୁକରି ଏହାକୁ ମିଛ ବାହାଘର ବୋଲି ସେ ତାଙ୍କ ତରଫରୁ ମାନ୍ୟତା ଦେଇ ପାରିବେ ନାହିଁ ।ତେବେ ଏହି ବିବାହ ସମ୍ପର୍କରେ ବର୍ଷା ପ୍ରିୟଦର୍ଶିନୀ ନିଜର ମୁଁହ ଖୋଲିଛନ୍ତି । 

 

ବର୍ଷା ପ୍ରିୟଦର୍ଶିନୀ ଙ୍କ କହିବା ଅନୁଯାୟୀ ଅନୁଭବ ଏବଂ ତାଙ୍କ ବାସ୍ତବିକ୍ ଜୀବନ ସମ୍ପୂର୍ଣ ରୂପେ ଅଲଗା ସେହି ନିମନ୍ତେ ଦୁହିଁଙ୍କ ବାସ୍ତବିକ୍ ଜୀବନ ଆଉ ଯୋଡିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଏହା ସହ ବର୍ଷା ପ୍ରିୟଦର୍ଶିନୀ ଏହା ମଧ୍ୟ କହିଥିଲେ ଅନୁଭବ ନାହାନ୍ତି ଙ୍କ ବାସ୍ତବ ଜୀବନରେ ଯାହା ବି ହେଲେ ତାଙ୍କର କିଛି ଯାଏ ଆସେ ନାହିଁ । ଏବଂ ଅନୁଭବ ମହାନ୍ତି କିମ୍ବା ବର୍ଷା ପ୍ରିୟଦର୍ଶିନୀ ଙ୍କ ବ୍ୟକ୍ତିଗତ କଥାକୁ ନେଇ ଏକାଠି ଆଉ ନ କରିବାପାଇଁ ବର୍ଷା ପ୍ରିୟଦର୍ଶିନୀ ମତାମତ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *