ଏତେ ଦିନ ପରେ ହସିଲେ ଅର୍ଚ୍ଚନା ନାଗ | କହିଦେଲେ ଏହି ଶତ୍ରୁ ଙ୍କ ନାମ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ଙ୍କ ଘଟଣା ସମ୍ପର୍କରେ ବେଶ୍ ଭଲ ଭାବେ ଅବଗତ ଥିବେ । ଅନେକ ଲୋକଙ୍କ ସହ ଏହି ଘଟଣା ଜଡ଼ିତ ଥିବାର ଦେଖାଯାଏ । ଅର୍ଚ୍ଚନା ନାଗ ଅନେକ ବଡ଼ ବଡ଼ିଆ ମାନଙ୍କ ଲିଙ୍କ ରେ ଆସି ତାଙ୍କୁ ଅନେକ ପ୍ରକାର ପ୍ରଲୋଭନ ଦେଖାଇ ନିଜ ଜାଲରେ ଫସାଇ ଦେଇଥିଲେ। ଏବଂ ଏହା ପରେ ତାଙ୍କ ମନ ମୁତାବକ ଟଙ୍କା ନ ମିଳିଲେ ଧମକ ଉପରେ ଦେଇଥିଲେ ଧମକ ଯାହାର ଅନେକ ବୟାନ ଇଡି କୁ ମିଳି ସାରିଛି । 

 

ଅର୍ଚ୍ଚନା ନାଗ ଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ମଧ୍ୟ ଏହି ସମ୍ପର୍କରେ ମୁଁହ ଖୋଲି କହିଛନ୍ତି । ଶ୍ରଦ୍ଧାଞ୍ଜଳି ବେହେରା ଙ୍କ କହିବା ଅନୁଯାୟୀ ଅର୍ଚ୍ଚନା ନାଗ ଙ୍କ ପାଖରେ ସେ କାମ କରୁଥିଲେ ତାଙ୍କର କିଛି ଦୋଷ ନାହିଁ ବରଂ ଅର୍ଚ୍ଚନା ନାଗ ତାଙ୍କୁ ଯାହା କରିବାକୁ କହୁଥିଲେ ତାହା ସେ କରୁଥିଲେ ଯାହାର ଲାଭ ସମ୍ପୂର୍ଣ ରୂପେ ଉଠାଇ ଦେଉଥିଲେ ଅର୍ଚ୍ଚନା ନାଗ ଏବଂ ସହଯୋଗୀ ଖଗେଶ୍ବର । ଏହି ସମସ୍ତ ଘଟଣାରେ  ସ୍ଵାମୀ ଜଗବନ୍ଧୁ ଏତେ ମାତ୍ରାରେ ପ୍ରଭାବିତ ନଥିବାର ଦର୍ଶାଇଥିଲେ ଶ୍ରଦ୍ଧାଞ୍ଜଳି ।

 

ଘଟଣାରେ ମେନ ମାଷ୍ଟର ମାଇଣ୍ଡ ଥିଲେ ଖଗେଶ୍ବର ଏବଂ ଅର୍ଚ୍ଚନା ନାଗ । ଖଗେଶ୍ବର ଅର୍ଚ୍ଚନା ନାଗ ମିଶି ଅନେକ ବଡ ବଡିଆ ଲୋକଙ୍କ ଲିଷ୍ଟ ତିଆରି କରୁଥିଲେ ଯାହାର ଫାଇଦା ଉଠାଇବା ପାଇଁ ମଧ୍ୟ ପ୍ରସ୍ତୁତ ରହୁଥିଲେ ଦୁହେଁ । ତେବେ ଏହିପରି ଅନେକ ତଥ୍ୟ ସାମ୍ନାକୁ ଅର୍ଚ୍ଚନା ନାଗ ଙ୍କ ବିରୋଧରେ ଆସିବା ପରେ ଆଜି ଦିନରେ ଅର୍ଚ୍ଚନା ନାଗ ଙ୍କୁ ଏକ ଭିନ୍ନ ରୂପରେ ଦେଖା ଯାଇଛି। ଅର୍ଚ୍ଚନା ନାଗ ସବୁବେଳେ ନିଜର ରିଆକ୍ସନ୍ ଅଲଗା ପ୍ରକାର ର ଦେଇଥିବା ବେଳେ ଆଜି କୋର୍ଟ ଚାଲାଣ ବେଳେ ନିଜର ଏକ ଅଲଗା ପ୍ରକାର ରିଆକ୍ସନ୍ ଦେଖାଇଥିଲେ ।

 

ଯେଉଁଥିରେ ସଫା ଜଣା ପଡୁଥିଲା ଯେ ଆଉ ଦୁଃଖୀ ନାହାନ୍ତି ଅର୍ଚ୍ଚନା ନାଗ । ଏତେ ଦିନ ମଧ୍ୟରେ ପ୍ରଥମ ଥର ଅର୍ଚ୍ଚନା ନାଗ ହସିଲେ ଯାହାକି ଗଣ ମାଧ୍ୟମ ଦେଖି ପାରିଛନ୍ତି । ଅର୍ଚ୍ଚନା ନାଗ ହସିଦେଇ କହିଲେ ଶତ୍ରୁ ମାନଙ୍କର ହାର ହେବ ନ୍ୟାୟ ନିଶ୍ଚିନ୍ତ ମିଳିବ । ତେବେ ଅର୍ଚ୍ଚନା ନାଗ ଙ୍କ ଏହିଭଳି ପ୍ରତିକ୍ରିୟା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। 

 

ଅର୍ଚ୍ଚନା ନାଗ ଏହି ପ୍ରତିକ୍ରିୟା ଦେବାବେଳେ ଖୁସି ଦେଖା ଯାଉଥିଲେ ହୁଏତ ଅର୍ଚ୍ଚନା ନାଗ କିଛି ପ୍ରମାଣ କୋର୍ଟ ରେ ଦେଇଛନ୍ତି ବୋଲି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ଇଡି ମଧ୍ୟ ଏହି ଘଟଣାରେ ଯଦି ଅର୍ଚ୍ଚନା ନାଗ ଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଥ୍ୟା ଭାବେ ପ୍ରମାଣ ଖୋଜି ପାରିବେ କି ନାହିଁ ତାହା ବର୍ତମାନ ବଡ ପ୍ରଶ୍ନବାଚି ସୃଷ୍ଟି ହେଉଛି।

Leave a Reply

Your email address will not be published. Required fields are marked *