ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ। ଆଜିକାଲି ଘରେ ଘରେ ବ୍ୟବହାର କରାଯାଉଛି ଗ୍ୟାସ । କିନ୍ତୁ ଦିନକୁ ଦିନ ଏହି ଗ୍ୟାସ ଦରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଗ୍ୟାସ ଦର ଆକାଶ ଛୁଆଁ ହୋଇଥିବା ବେଳେ ବର୍ତ୍ତମାନ ଧୀରେ ଧିରେ ସମସ୍ତ ଜିନିଷ ର ଦର ଦାମ ବଢିବାରେ ଲାଗୁଛି । ସମସ୍ତଙ୍କ ବ୍ୟସ୍ତ ବହୁଳ ଜୀବନରେ ରୋଷେଇ କରିବା ପାଇଁ ଗ୍ୟାସର ଆବଶ୍ୟକ ରହିଥାଏ। ତେବେ ଏହି ଗ୍ୟାସ ର ଦର୍ ଦାମ ଯଦି ଅଧିକ ହୋଇଯାଇଥାଏ ତେବେ ଆପଣଙ୍କୁ ନିରାଶ ହେବାକୁ ପଡ଼େ ।
ତେବେ କେବେ ଚିନ୍ତା କରିଛନ୍ତି କି ଗ୍ୟାସ ଦର କମିଯାଉ କିମ୍ୱା ୫୦୦ ଟଙ୍କା ହେଇଯାଉ ଯାହାଦ୍ବାରା ଆପଣଙ୍କୁ ଅନେକ ସୁବିଧା ମିଳିଯିବ। ତେବେ ଏହି କ୍ଷେତ୍ରରେ ଆମେ ଆପଣଙ୍କୁ ଦେବାକୁ ଯାଉଛୁ ଏକ ଆଶ୍ୱସ୍ତିକର ଖବର ଯେଉଁଥିରେ ଗ୍ୟାସ ଦର ୫୦୦ ଟଙ୍କା ହୋଇଯିବ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ନେତା ଗେହଲଟ କରିଛନ୍ତି ବଡ ଘୋଷଣା ଯାହାଦ୍ବାରା ରାଜସ୍ଥାନ ରେ ଏପ୍ରିଲ ରେ ୫୦୦ ଟଙ୍କାରୁ ଗ୍ୟାସ ସିଲିଣ୍ଡର ଦେବାକୁ ଘୋଷଣା କରିଛନ୍ତି ।
ତେବେ ଗେହଲଟ ଙ୍କ କହିବା ଅନୁଯାୟୀ ବିଜେପି କଥାଦେଇ ନିଜର କଥା ପୁରଣ କରିବାକୁ ଭୁଲି ଯାଉଛି ମାତ୍ର କଂଗ୍ରେସ ଯାହା କୁହେ ତାହା କରେ ତେଣୁକରି ରାଜସ୍ଥାନ ରାଜ୍ୟର ଏପ୍ରିଲ ମାସରେ ଗ୍ୟାସ ସିଲିଣ୍ଡର ୫୦୦ ଟଙ୍କାରେ ବିକ୍ରି ହେବ ବୋଲି ସୂଚନା ଦେଇଛନ୍ତି ।ଯଦି ଏପରି ହୁଏ ତେବେ ଅନେକ ମାତ୍ରାରେ ରାଜ୍ୟବାସୀ ମାନେ ଉପକୃତ ହୋଇଯିବେ କାରଣ ଗ୍ୟାସ ହେଉଛି ଘରୋଇ ନିତ୍ୟ ବ୍ୟବହୃତ ଜିନିଷ ।
ଆଜିକାଲି ଆପଣ କାହାଘରେ ଦେଖିବାକୁ ପାଇବେନି ଯେ ଗ୍ୟାସ ଟିଏ ନାହିଁ । ତେବେ ଦର ଦାମ ବୃଦ୍ଧି ପାଉଥିବା ଦ୍ଵାରା ସମସ୍ତଙ୍କ ମନରେ ଅସନ୍ତୋଷ ଭାବ ଦେଖା ଯାଉଥିଲା । ଗେହଲଟ ଙ୍କ କହିବା ଅନୁଯାୟୀ ଯଦି ସତରେ ଗ୍ୟାସ ସିଲିଣ୍ଡର ଦର ୫୦୦ ଟଙ୍କା ହୋଇଯାଏ ତେବେ ରାଜ୍ୟ ବାସୀ ମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଶୁଭ ଖବର ସାବ୍ୟସ୍ତ ହେବ ବୋଲି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରୁଛି
ତେବେ ଏହା ଆଗାମୀ ବର୍ଷ ଏପ୍ରିଲ ମାସଠାରୁ କାର୍ଯ୍ୟକାରୀ ହେବା ନେଇ ଶୁଣିବାକୁ ମିଳୁଛି ତେବେ ଏହା କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି ତାହା ଦେଖିବା ବର୍ତ୍ତମାନ ବାକି ରହିଲା । ନୂଆ ବର୍ଷ ପରେ ଏହାର ଯୋଜନା ପୁନଃବାର ନିଆଯିବ ବୋଲି ସୂଚନା ରହିଛି ଯାହା ଫଳରେ କୌଣସି ସଠିକ୍ ଭାବେ ଅନୁସନ୍ଧାନ ପ୍ରାପ୍ତି ହେବ।