ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ। ଆପଣ ଜାଣିଥିବେ ସର୍ବ ପ୍ରଥମେ ଚୀନ ଠାରେ କରୋନା ଭାଇରସ ଦେଖାଯାଇଥିଲା । ତେବେ ଧୀରେ ଧିରେ ସାରା ବିଶ୍ୱରେ ବ୍ୟାପି ଯାଇଥିଲା ଏହି ଭୟଙ୍କର କୋରୋନା ଭାଇରସ । ଖୁବ୍ ଶୀଘ୍ର ଏହା ମହାମାରୀ ରୂପ ମଧ୍ୟ ନେଇ ଯାଇଥିଲା । ସାରା ବିଶ୍ବରୁ ଏହାର ମୁକ୍ତି ପାଇଁ ଯୋଜନା ଚାଲିଥିବା ବେଳେ ଅନେକ ଦିନ ପରେ ଏହାର ଟୀକା ସଫଳ ଭାବେ ତିଆରି କରାଯାଇଥିଲା ।
ଏହି କୋରୋନା ଭାଇରସ ଯେହେତୁ ପ୍ରଥମ ଥର ସୃଷ୍ଟି ହୋଇଥିଲା ସେତେବେଳେ ଏହାର ନିରାକରଣ ଟୀକା ବାହାର କରିବାପାଇଁ ଅନେକ ବୈଜ୍ଞାନିକ ମଧ୍ୟ ହଇରାଣ ହୋଇଯାଇଥିଲେ । ଅନେକ ଦିନର ରିସର୍ଚ୍ଚ ପରେ ଏହା ପାଇଁ ଟିକା ସଫଳ ଭାବେ ତିଆରି ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ସ୍ଥାନରେ ଏହାର ଟିକା କରଣ କରାଯାଇ ସରିଲାଣି । ତେଣୁକରି ଏହି କୋରୋନା ଭାଇରସ ପାଇଁ ଚିନ୍ତା ଟିକିଏ କମିଛି ମାତ୍ର ପୁରା ନୁହେଁ । ଏହାର ପ୍ରଥମ , ଦ୍ୱିତୀୟ ,ତୃତୀୟ ଲହରୀ ଦେଖାଯାଇଥିବା ବେଳେ ଏନେଇ ଲୋକ ଏହାଦ୍ବାରା ପ୍ରଭାବିତ ହୋଇ ମୃତ୍ୟୁ ବରଣ କରିଥିଲେ।
ଏମିତି ଏକ ସମୟ ଥିଲା ଏତେ ମାତ୍ରାରେ କୋରୋନା ଭାଇରସ ରେ ଆକ୍ରାନ୍ତ ହେଉଥିଲେ ସେମାନଙ୍କୁ ଅମ୍ଳଜାନ ଅଭାବ ହେଉଥିଲା ଏବଂ ମେଡିକାଲ ରେ କୋରୋନା ଭାଇରସ ରେ ଆକ୍ରାନ୍ତ ହୋଉଥିବା ଲୋକଙ୍କୁ ବେଡ ମଧ୍ୟ ମିଳିବାକୁ ସୁବିଧା ହେଉନଥିଲା ।ଏପରି ହେବାର ମୂଳ କାରଣ ଥିଲା ଅତ୍ୟଧିକ ସଂକ୍ରମଣ । ତେବେ ସେହିଦିନ ଅନେକ ସଂଘର୍ଷ ମୟ ଥିବାବେଳେ ବର୍ତ୍ତମାନ ଏହି କୋରୋନା ଭାଇରସ କୁ ନେଇ ଆସୁଛି ଆଉ ଏକ ଗୁରୁତ୍ବପୁର୍ଣ ଖବର ଟିଏ
ଓଡ଼ିଶାରେ ବର୍ତ୍ତମାନ ଏହି କୋରୋନା ଭାଇରସ ର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିବା ବେଳେ ବର୍ତ୍ତମାନ ତାହା ସମସ୍ୟା ବଢ଼ାଇଛି। ବହୁତ୍ କଷ୍ଟରୁ କୋରୋନା ଭାଇରସ ଓଡ଼ିଶାରୁ ସମ୍ପୂର୍ଣ ଭାବେ ସରି ଯାଇଥିବା ବେଳେ ଏହି ନୂଆ ଭାରିଆଣ୍ଟ ଟି ବର୍ତ୍ତମାନ ଚିନ୍ତା ସୃଷ୍ଟି କରିଛି । ଏହି ନୂତନ ଭାରିଆଣ୍ଟ ଟି ନାମ BF-7 ଭାବେ ନାମିତ କରାଯାଇଛି। ଏହି କୋରୋନା ଭାଇରସ ର ନୂତନ ରୁପଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି।
ଚୀନ ରେ ଏମିତି ବର୍ତ୍ତମାନ ପରିସ୍ଥିତି ହୋଇ ଗଲାଣି କୋରୋନା ଭାଇରସ ରେ ମୃ-ତ୍ୟୁ ବରଣ କରୁଥିବା ଲୋକମାନଙ୍କୁ ବର୍ତ୍ତମାନ ଶ୍ମଶାନ ରେ ଜାଗା ମିଳୁନାହିଁ । ଏହାକୁ ନିୟନ୍ତ୍ରଣ କୁ ଆଣିବା ପାଇଁ ସବୁ ପ୍ରକାର ଚେଷ୍ଟା ବର୍ତ୍ତମାନ କରା ଯାଉଛି । ବିମାନ ଏବଂ ଅନେକ କ୍ଷେତ୍ରରେ ଯାତାୟାତ ଉପରେ ସମ୍ପୂର୍ଣ ଭାବେ କଟକଣା ଲଗାଯିବା ସହ ସାଧାରଣ ଲୋକଙ୍କ ଟେଷ୍ଟ ଅନେକ ମାତ୍ରାରେ କରାଯାଉଛି ଏହି ନୂଆ ଭାରିଆଣ୍ଟ ସମ୍ପର୍କରେ ଅନ୍ୟାନ୍ୟ ଚିହ୍ନଟ ଉଦ୍ଦେଶ୍ୟରେ ।