ରାଣୀ ପଣ୍ଡାଙ୍କ ଗାଡ଼ିରେ ବାପା ଗରମ ପେଜରେ ଗଲା ପୁଅ ଜୀବନ 

 

 

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ କିଛିଦିନ ତଳର ଘଟଣା ଯାହାକି ହେଉଛି ରାଣୀ ପଣ୍ଡାଙ୍କ କାର ଦୁର୍ଘଟଣା ରେ ସୁକାନ୍ତ ବେହେରା ଙ୍କ ଜୀବନ ଚାଲିଯାଇଥିଲା । ଏହା ଏକ ଦୁର୍ଘଟଣା ହୋଉଥିବା ବେଳେ ସୁକାନ୍ତ ଙ୍କ ପ୍ରାଣ ଚାଲିଯାଇଥିଲା ଏବଂ ରାଣୀ ପଣ୍ଡା ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ । ଯେହେତୁ ରାଣୀ ପଣ୍ଡାଙ୍କ ଗାଡ଼ି ଦ୍ଵାରା ଏହି ଦୁର୍ଘଟଣା ଟି ହୋଇଥିଲା ରାଣୀ ପଣ୍ଡା ଏହାର କର୍ତ୍ତବ୍ୟ ସମ୍ପୂର୍ଣ ପୁରଣ କରିଥିଲେ ।

 

ସାରା ଜୀବନ ସୁକାନ୍ତ ବେହେରା ଙ୍କ ପରିବାର କୁ ଚଳାଇବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ରାଣୀ ପଣ୍ଡା । ସୁକାନ୍ତ ବେହେରା ଙ୍କ ଏକା ଦଶାହ ରେ ୫୦୦ ଜଣଙ୍କ ପାଇଁ ଅବଢ଼ା ପଠାଇ ଥିଲେ । ସୁକାନ୍ତ ବେହେରା ଙ୍କ ପରିବାର ଲୋକଙ୍କୁ କିଛି ଆର୍ଥିକ ସହୟତା ମଧ୍ୟ ପଠାଇଥିଲେ ରାଣୀ ପଣ୍ଡା । ରାଣୀ ପଣ୍ଡା ମଘୁ ଏହି ଘଟଣାରେ ଗଭୀର ଭାବେ ମର୍ମାହତ ହୋଇଥିଲେ । ରାଣୀ ପଣ୍ଡା ନିଜର ଦାୟିତ୍ଵ ପୁରଣ କରିବେ ବୋଲି ସମସ୍ତଙ୍କ ସାମ୍ନାରେ ପ୍ରତିଶ୍ରୁତି ଦେଇଥିଲେ । ଧୀରେ ଧିରେ ଘଟଣା ଟିକିଏ ଥମି ଆସୁଥିବା ବେଳେ ବର୍ତ୍ତମାନ ଘଟଣାରେ ହୋଇଯାଇଛି  ଆଉ ଏକ ଅଘଟଣ । 

 

ସୁକାନ୍ତ ବେହେରା ପରିବାର ରେ ପଡ଼ି ଯାଇଛି ଚଡ଼କ । ପୁଅ ଜୀବନ ଚାଲିଯାଇଥିବା ଦୁଃଖ ରୁ ପରିବାର ଏବଂ ପତ୍ନୀ ବାହାରି ପାରିନଥିବା ବେଳେ ବର୍ତ୍ତମାନ ଚାଲି ଯାଇଛି ସୁକାନ୍ତ ବେହେରା ଙ୍କ ପୁଅ ଜୀବନ । କେହି କେବେ ଭାବି ମଧ୍ୟ ନଥିଲେ ସୁକାନ୍ତ ଙ୍କ ମୃତ୍ୟୁ ପରେ ତାଙ୍କ ପୁଅର ମଧ୍ୟ ଏମିତି ଅକାଳରେ ବିୟୋଗ ଘଟିବ ବୋଲି । ବର୍ତ୍ତମାନ ସୁକାନ୍ତ ବେହେରା ଙ୍କ ପତ୍ନୀ ସମ୍ପୂର୍ଣ ରୂପେ ଭାଙ୍ଗି ପଡିଛନ୍ତି । 

 

ସ୍ଵାମୀ ଛାଡିକି ଗଲେ ଏବେ ପୁଅ ବି ଛାଡ଼ିକି ଚାଲିଗଲା । ପୁଅର ବୟସ ଥିଲା ମାତ୍ର ୩ ବର୍ଷ । କଥା ଟିକିଏ ଟିକିଏ କହିବା ଆରମ୍ଭ କରୁଥିବା କୁନି ପୁଅଟି ଗରମ ପେଜରେ ପଡ଼ି ତାର ଜୀବନ ଚାଲିଯାଇଛି । ଆଗରୁ ଅଫେରା ରାଇଜର ରାଜା ବାପା ହୋଇଥିଲେ ଏବେ ପୁଅ ମଧ୍ୟ ହୋଇଗଲା । ଏହି ଘଟଣା ଜାଣିବା ପରେ ସ୍ଥାନୀୟ ବାସିନ୍ଦା ବହୁତ୍ ଦୁଃଖ କରିଛନ୍ତି । ସୁକାନ୍ତ ବେହେରା ଙ୍କ ସ୍ତ୍ରୀ ସମ୍ପୂର୍ଣ ରୂପେ ଭାଙ୍ଗି ପଡିଛନ୍ତି ।

 

ଆଗରୁ ସ୍ଵାମୀ ସୁକାନ୍ତ ଙ୍କୁ ଝୁରି ଝୁରି କାନ୍ଦୁଥିଲେ ଏବେ ସୁକାନ୍ତ ଏବଂ ପୁଅକୁ ଝୁରି ଝୁରି ସାରା ଜୀବନ କାନ୍ଦିବେ । ମନର ସାଥି ଆଗରୁ ହଜି ଯାଇଥିଲେ ଏବେ ଯାହାକୁ ସାରା ଜୀବନ ନିଜର ଆଶ୍ରା ଭାବିଥିଲେ ସେ ମଧ୍ୟ ଚାଲିଗଲା ଏ ସଂସାର ରୁ ଭାବି ଭାବି ଅଧର୍ଯ୍ୟ ହୋଇ ପଡୁଛନ୍ତି ସୁକାନ୍ତ ବେହେରା ଙ୍କ ପତ୍ନୀ । ବାପା ପୁଅ ଏକାଠି ଚାଲିଗଲେ ଛାଡି ଦେଇଗଲେ ମାକୁ ଏକୁଟିଆ ଏହା ଭାବି ଭାବି କାନ୍ଦି କାନ୍ଦି ନିଜର ଦିନ ବିତୁଛି ।

Leave a Reply

Your email address will not be published. Required fields are marked *