ଆସିଲା ନୂଆ କରୋନା ଭୁତାଣୁ BF.7 | କେତେ ଭୟଙ୍କର ଶୁଣନ୍ତୁ ଡକ୍ଟର ନିରୋଜ ମିଶ୍ର ଙ୍କ ପାଖରୁ…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ସାରା ବିଶ୍ବରେ ପ୍ରଥମ ଦିତୀୟ ଏବଂ ତୃତୀୟ ଲହରୀ ମହାମାରୀ କୋରନା ର ସମସ୍ତ ପ୍ରଭାବ ଦେଖିଛନ୍ତି । ଏହି ମହାମାରୀ କେତେଯେ ଭୟଙ୍କର ଥିଲା ତାହା ଆପଣ ନିଜ ଆଖିରେ ଦେଖିଛନ୍ତି । ଅନେକ ଲୋକଙ୍କ ମୃ-ତ୍ୟୁ ଏହି ରୋଗ ପାଇଁ ଅକାଳରେ ହୋଇଥିଲା । ଯେତେବେଳେ ଭାରତରେ ଏବଂ ସାରା ବିଶ୍ଵରେ ଏହି ମହାମାରୀ ବ୍ୟାପି ଯାଇଥିଲା । 

 

ମେଡିକାଲ ରେ ଜାଗା ବି ମିଳୁନଥିଲା ରୋଗୀ ମାନଙ୍କ ପାଇଁ ଅନେକ ଲୋକଙ୍କୁ ଅମ୍ଳଜାନ ଅଭାବ ମଧ୍ୟ ହୋଇଥିଲା ଯାହା ଫଳରେ ଅନେକ ଲୋକମାନେ ମୃତ୍ୟୁ ବରଣ କରିଥିଲେ । ବହୁତ୍ କଷ୍ଟ ଦେଇ ସାରିଛି ଏହି ମହାମାରୀ ହେଲେ ଏବେ ମହାମାରୀ କୁ ନେଇ ବର୍ତ୍ତମାନ ନୂଆ ଭାରିଆଣ୍ଟ ସୃଷ୍ଟି ହୋଇଥିବା ବେଳେ ବର୍ତମାନ ସାରା ବିଶ୍ୱରେ ଏହି ସମ୍ପର୍କରେ ଖେଳି ଯାଇଛି ଚିନ୍ତାର ବିଷୟ ।

 

ବର୍ତ୍ତମାନ ଏହା ଚୀନ ଦେଶର ଭୟଙ୍କର ରୂପ ପୂର୍ବ ଭଳି ନେବାକୁ ଲାଗିଲାଣି ଯାହାଦ୍ବାରା ସମସ୍ତେ ଭୟଭୀତ ହୋଇ ଅଛନ୍ତି । କାହିଁକି ନା ସର୍ବ ପ୍ରଥମେ ଏହି କୋରୋନା ଭାଇରସ ଚୀନ ଦେଶରେ ହିଁ ଦେଖା ଯାଇଥିଲା । ଏହା ପରେ ଧିରେ ଧିରେ ସାରା ବିଶ୍ୱରେ ବ୍ୟାପି ଯାଇଥିଲା ଏହି ଭୟଙ୍କର କୋରୋନା ଭାଇରସ । ତେବେ ବର୍ତ୍ତମାନ ସେହି ଭାଇରସ ଓଡ଼ିଶାରେ ଗୁଳି ଭଳି ବ୍ୟାପିବାର ସମ୍ଭାବନା ରହିଛି । ଏହି ସମ୍ପର୍କରେ ବରିଷ୍ଟ ଡାକ୍ତର ନିରୋଜ ମିଶ୍ର ମତ ଦେଇଛନ୍ତି ।

 

ପୂର୍ବରୁ ଯେଉଁ ଭାଇରସ ଥିଲା ତାହା ଜଣଙ୍କ ଠୁ ୫-୬ ଜଣଙ୍କ ପାଖକୁ ବ୍ୟାପିବାର ଦେଖା ଯାଉଥିଲା ମାତ୍ର ଏହାର ଯେଉଁ ନୂଆ ଭାରିଆଣ୍ଟ ଟି ଦେଖା ଯାଉଛି ତାହା ବର୍ତ୍ତମାନ ଅଧିକ ତୀବ୍ର ବେଗରେ ବ୍ୟାପିବାର ସମ୍ଭାବନା ରହିଛି । ଜଣେ ସଂକ୍ରମିତ ଲୋକଠାରୁ ୧୦-୧୮ ଜଣଙ୍କୁ ବ୍ୟାପି ପାରିବ ଏହି ନୂଆ ଭାରିଆଣ୍ଟ । ଦେଲଟା ଠାରୁ ଏହା ଆହୁରି ଅଧିକ ପ୍ରଭାବ ରହିଥିବାର ମଧ୍ୟ ସୂଚନା ମିଳିଥିଲା । 

 

ଯେଉଁମାନେ ଆଗରୁ ଏହି ଭାଇରସ ଦେଇ ଗତି କରିଛନ୍ତି ଏବଂ ଟିକା ମଧ୍ୟ ସଠିକ୍ ଭାବେ ସାଧାରଣ ଲୋକେ ନେଇ ସାରିଛନ୍ତି ଏହା ପରେ ମଧ୍ୟ ଏହି ନୂଆ ଭାରିଆଣ୍ଟ ର ପ୍ରଭାବ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ଭାରିଆଣ୍ଟ ରେ ଅନେକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ଏହି କ୍ଷେତ୍ରରେ ମେଡିକାଲ ରେ ଭର୍ତି ହେବା ତଥା ପୂର୍ବପରି ଅତ୍ୟଧିକ ମୃତ୍ୟୁ କେମିତି ହୋଇ ଯାଉଥିଲା ତାହାର ପ୍ରଭାବ ଟିକିଏ କମିବ ବୋଲି ଅନୁମାନ କରାଯାଉଛି ।

 

ଆଗରୁ ଯେମିତି କୋରୋନା ଭାଇରସ ର ସ୍ଥିତି ଥିଲା ଏହା ମଧ୍ୟ ସେହିପରି ରହିବ ବୋଲି ଅନୁମାନ କରାଯାଉଛି । ଏହି ନୂତନ ଭାରିଆଣ୍ଟ ଟି ସମସ୍ତଙ୍କୁ ନିଜ ପ୍ରତି ଆକର୍ଷିତ କରି ପାରିବ ଏବଂ ଏହା ତୃତୀୟ ଲହରୀ ଅପେକ୍ଷା ସାମାନ୍ୟ କମ ପ୍ରଭାବ ଦେଖାଦେବ ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *