ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ମାନେ ଅମ୍ରିତ ଘଟଣା ସମ୍ପର୍କରେ ସମ୍ପୂର୍ଣ ଅବଗତ ଥିବେ। କିପରି ଏକ ସ୍କୁଲ ପିଲାଙ୍କୁ ଅପହରଣ ହୋଇଥିଲା ଏବଂ ଅମ୍ରିତ ସମ୍ପର୍କରେ ତଥ୍ୟ ମିଳିବା ପରେ ସାମ୍ନାକୁ ଆସିଲେ ଅମ୍ରିତ । ତେବେ ବର୍ତ୍ତମାନ ଅମ୍ରିତ ସମ୍ପୂର୍ଣ ରୂପେ ଠିକ୍ ଥିବାବେଳେ ତାଙ୍କ ସହ ହୋଇଥିବା ଅଘଟଣ ସମ୍ପର୍କରେ ନିଜେ ନିଜ ମୁହଁରୁ କହିଛନ୍ତି ସେହି ମୁହୂର୍ତ୍ତରେ ହୋଇଥିବା ପ୍ରତ୍ୟେକ ଟି ଘଟଣା ସମ୍ପର୍କରେ ଯାହାକୁ ସମସ୍ତେ ଜାଣିବା ପରେ ଆଶ୍ଚର୍ୟ୍ଯ ହୋଇ ଯାଇଛନ୍ତି ।
ଟ୍ୟୁସନ ରୁ ଫେରିବା ବେଳେ ଅମ୍ରିତ ଙ୍କୁ ଅଟକାଇ ଦେଇଥିଲା ଏକ ଧଳା କାର । ଅନେକ ଚେଷ୍ଟା କରି ମଧ୍ୟ କଣ ଘଟଣା ଜାଣିପାରିନଥିଲେ ଅମ୍ରିତ । ଏହା ପରେ ଅମ୍ରିତ କିଛି ଚିନ୍ତା କରିବା ଆଗରୁ ସାଙ୍ଗେ ସଙ୍ଗେ ତାଙ୍କୁ କାର ରେ ଉଠାଇ ନେଇ ଚାଲି ଯାଇଥିଲେ । ଯେପରି ଅମ୍ରିତ କଥା ନ କହି ପାରିବେ ତାଙ୍କ ପାଟିକୁ ବନ୍ଦ କରିଦେଇ ନେଇଥିଲେ । ଅମ୍ରିତ ଙ୍କ ହାତଗୋଡ ମଧ୍ୟ ବାନ୍ଧି ଦେଇଥିଲେ ।
ଅମ୍ରିତ ଙ୍କୁ ନେଇ ସର୍ବ ପ୍ରଥମେ ଏକ ଗ୍ୟାରେଜ ବା ଗୋଦାମ ଭଳି ଜାଗାରେ ରଖିଥିଲେ ଅପହରଣ କାରୀ ମାନେ । ଏଠାରେ ଅଧିକ ସମୟ ନରଖି ମାତ୍ର ୨-୩ ଘଣ୍ଟା ରଖି ଏହା ପରେ କୋରାଳ ପଣ୍ଡିତ ସ୍ୱାଇଁ ଘରେ ରଖିଥିଲେ ଅମ୍ରିତ ଙ୍କୁ । ସେହି ଘରେ ୩ ଦିନ ଅମ୍ରିତ ଙ୍କୁ ରଖିବା ପରେ ଚତୁର୍ଥ ଦିନ ସାହସ ବାନ୍ଧି କବାଟ ଭାଙ୍ଗି ବାହାରି ଆସିଲେ ଅମ୍ରିତ ।ସେଠାରେ ଆଉ ଏକ କବାଟ ଥିଲା ଯାହା ବାହାର ପଟୁ ବନ୍ଦ ଥିଲା ତାକୁ ହାତ ଗଳେଇ ଖୋଲିବାକୁ ଚେଷ୍ଟା କରିଥିଲେ ଅମ୍ରିତ ।
ଏକ ଫାଙ୍କ ରେ ଅମ୍ରିତ ଜଣେ ସ୍ତ୍ରୀ ଲୋକଙ୍କୁ ପାଣି ନେଉଥିବା ର ଦେଖି ପାରିଥିଲେ ଏବଂ ତାଙ୍କୁ ସେଠାରୁ ଡାକିବାକୁ ଚେଷ୍ଟା କରିଥିଲେ ମାତ୍ର ସ୍ତ୍ରୀ ଲୋକ ଜଣଙ୍କ ତାଙ୍କ କଥାକୁ ଲକ୍ଷ କରିପାରି ନଥିଲେ । ପରେ ମହିଳାଙ୍କୁ ପୁଣି ଥରେ ନିଜର ସ୍ୱର ସମ୍ପର୍କରେ ଅବଗତ କରାଇଥିଲେ ଅମ୍ରିତ ଯାହା ଫଳରେ ସ୍ତ୍ରୀ ଲୋକ ଜଣଙ୍କ ତାଙ୍କ ପାଖକୁ ଆସି ପାରିଥିଲେ । ଅମ୍ରିତ ଙ୍କୁ ଅପହରଣ କରିଥିବା ନେଲେ ତାଙ୍କ ପେଟକୁ ଭାତ ମଧ୍ୟ ଯାଇନି ତାଙ୍କୁ କେବଳ ସେଠାରେ ବିସ୍କୁଟ ଖାଇବାକୁ ଦେଇଥିଲେ ଅପହରଣ କାରୀ ମାନେ ।
ସେଠାରେ ଅମ୍ରିତ ଙ୍କୁ ବାନ୍ଧି ରଖିଥିଲେ ମଧ୍ୟ ଯାହା ଫଳରେ ଅମ୍ରିତ ଅନେକ କଷ୍ଟ ସହିଥିଲେ । ଏବଂ ଅନେକ ସମୟରେ ଅମ୍ରିତ ଙ୍କୁ ଡରାଇବା ପାଇଁ ଛୁରୀ ର ବ୍ୟବହାର ମଧ୍ୟ କରୁଥିଲେ । ଯଦି ଅମ୍ରିତ ସେଠାରେ ରହି ମୁଁହ ଖୋଲନ୍ତି ତେବେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ମଧ୍ୟ ଧମକ ଦେଉଥିଲେ । ତେବେ କୌଶଳ କରି ଖସି ଆସିଥିବା ଅମ୍ରିତ ଙ୍କ ବାପା ମାଆଙ୍କୁ ଏହି କ୍ଷେତ୍ର ସମ୍ପର୍କରେ ପଚାରିଥିବା ବେଳେ ବାପା ମା ଙ୍କ କୌଣସି ଲୋକ ସହ ଶତ୍ରୁତା ନଥିବାର ଦର୍ଶାଇଥିଲେ ।