ଅନୁଭବ ମହାନ୍ତି ଙ୍କ ମୁହଁରେ ଅଶୁଭ କଥା | ଶୁଣନ୍ତୁ କଣ କହିଲେ LIVE ଆସି ଅନୁଭବ…

 

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଅନୁଭବ ମହାନ୍ତି ଙ୍କ ଜନ୍ମଦିନ ଗତ କାଲି ଥିଲା । ଅନୁଭବ ମହାନ୍ତି ଙ୍କୁ ଓଡ଼ିଶାବାସୀ ମାନଙ୍କର ଖୁବ୍ ସାରା ଭଲ ପାଇବା ମିଳିଥିଲା ଏବଂ ଅନୁଭବ ମହାନ୍ତି ଙ୍କୁ ଲୋକମାନେ ସୋସିଆଲ ମିଡିଆରେ ଏବଂ ଦେଖା କରି ଅନେକ ଲୋକମାନେ ଜନ୍ମଦିନରେ ଅଭିନୟ ଜଣାଇଥିଲେ । ଅନୁଭବ ମହାନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ଜଣେ ବରିଷ୍ଟ ନେତା ଯିଏ କି ଅନେକ ଫିଲ୍ମ ରେ ଅଭିନୟ କରି ନିଜର ଲୋକପ୍ରିୟତା ହାସଲ କରିଛନ୍ତି।

 

ଆଗକୁ ତାଙ୍କର ଫିଲ୍ମ Love In London ମଧ୍ୟ ଆସିବାକୁ ଯାଉଛି ଯାହାକୁ ଦର୍ଶକ ମାନେ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମ ଆଗାମୀ ଦିନରେ ରିଲିଜ୍ ହେବ ବୋଲି ଶୁଣିବାକୁ ମିଳୁଛି । ଅନୁଭବ ମହାନ୍ତି ଏବଂ ସ୍ୱପ୍ନା ଏହି ଫିଲ୍ମ ରେ ମୁଖ୍ୟ ନାୟକ ନାୟିକା ଭାବେ ଦୁହେଁ ସାମ୍ନାକୁ ଆସିବାକୁ ଯାଉଛନ୍ତି । ଗତ କାଲି ଅନୁଭବ ଙ୍କ ଜନ୍ମଦିନ ରେ ଫ୍ୟାନ ମାନଙ୍କ ଠାରୁ ଅନେକ ଭଲ ପାଇବା ମିଳିବା ପରେ ସାମ୍ନାକୁ ଆସିଛନ୍ତି ଅନୁଭବ ଏବଂ ତାଙ୍କ ଜନ୍ମଦିନରେ କିଛି କହିଛନ୍ତି ଫ୍ୟାନ ମାନଙ୍କୁ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । 

 

ଅନୁଭବ ମହାନ୍ତି ଙ୍କ କହିବା ଅନୁଯାୟୀ ସେ ତାଙ୍କ ଜନ୍ମଦିନ ପାଳନ କରିନାହାନ୍ତି ଦୀର୍ଘ ୩ ବର୍ଷ ଧରି ସେ ଚିନ୍ତାରେ ଥିବାର ଦର୍ଶାଇଥିଲେ । ଫ୍ୟାନ ମାନେ ତାଙ୍କୁ ପ୍ରତ୍ୟେକ ବର୍ଷ ଜନ୍ମଦିନରେ ଶୁଭେଛା ଜଣାଇଥାନ୍ତି ଯାହା ଫଳରେ ଅନୁଭବ ଖୁବ୍ ଖୁସି ହୋଇଥିବାର ଦର୍ଶାଇଥିଲେ । ଏହି ବର୍ଷ ଅନୁଭବ ମହାନ୍ତି ଙ୍କ ବଡବାପା ଙ୍କ ମୃ-ତ୍ୟୁ ହୋଇଥିବା ଦ୍ଵାରା ଘର ପରିସ୍ଥିତି ଠିକ୍ ନଥିବାର ଦର୍ଶାଇଥିଲେ ଅନୁଭବ ମହାନ୍ତି । 

 

ଅନୁଭବ ମହାନ୍ତି ଙ୍କ କହିବା ଅନୁଯାୟୀ ଯେଉଁ ଦିନ ତାଙ୍କ ଡିଭୋର୍ସ ହେବ ସେହିଦିନ ସେ ତାଙ୍କ ଜନ୍ମଦିନ ପାଳନ କରିବେ । ବର୍ତ୍ତମାନ ସୁଦ୍ଧା କୋର୍ଟ ରେ ତାଙ୍କ ଛାଡପତ୍ର ମାମଲାରେ ବିଚାରାଧୀନ ଅବସ୍ଥାରେ ଥିବାର ଦେଖିବାକୁ ମିଳିଛି । ଏହି ଘଟଣା ସଂପର୍କରେ ଆଗାମୀ ଦିନରେ କେବେ କଣ ହେଉଛି ତାହା ଦେଖିବାକୁ ବାକି ରହିଲା । ଅନୁଭବ ମହାନ୍ତି ଏହା ମଧ୍ୟ ଭିଡିଓ ଜରିଆରେ କହିଥିଲେ ଯେ ସେ ପ୍ରତ୍ୟେକ ଦିନ ମରି ମରି ବଞ୍ଚୁଛନ୍ତି । 

https://fb.watch/hD4hzRDi-m/

ଯେଉଁ ଦିନ ଛାଡପତ୍ର ହୋଇଯିବ ସେହିଦିନ ଅନୁଭବ ଙ୍କ ପୁନଃ ଜନ୍ମ ହେବ ବୋଲି ମଧ୍ୟ କହିଛନ୍ତି ଅନୁଭବ । ତେବେ ଅନୁଭବ ମହାନ୍ତି ଙ୍କ ଜନ୍ମଦିନରେ ଏମିତି ମତାମତ ଦେବା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅନୁଭବ ଏମିତି କିଛି କହିବେ ବୋଲି କେହି କେବେ କଳ୍ପନା କରିନଥିଲେ ତେବେ ଅନୁଭବ ମହାନ୍ତି ଙ୍କ ଛାଡପତ୍ର ମାମଲାରେ ଆଗକୁ କଣ ହେଉଛି କଣ ନାହିଁ ତାହା କୋର୍ଟ ରେ ଆଗାମୀ ସ୍ଥିତି କୁ ଅନୁଧ୍ୟାନ କରାଗଲେ ଜଣା ପଡ଼ିବ। 

Leave a Reply

Your email address will not be published. Required fields are marked *