ନବୀନ ପଟ୍ଟନାୟକ ମୋ ଧନ : ରାନୀ ପଣ୍ଡା | ଶୁଣନ୍ତୁ ଆଉ କଣ ସବୁ କହିଲେ ରାନୀ ପଣ୍ଡା…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ରାଣୀ ପଣ୍ଡା ଙ୍କୁ ତ ବେଶ୍ ଭଲ ଭାବେ ଜାଣିଥିବେ। ଅନେକ ସମୟରେ ନିଜ ମତାମତ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଥାନ୍ତି ରାଣୀ ପଣ୍ଡା । ରାଣୀ ପଣ୍ଡା ଙ୍କୁ ଓଡ଼ିଶାବାସୀ ଖୁବ୍ ପସନ୍ଦ କରନ୍ତି ଏବଂ ତାଙ୍କୁ ସୋସିଆଲ ମିଡିଆରେ ଫେଲୋ ମଧ୍ୟ କରନ୍ତି । ରାଣୀ ପଣ୍ଡାଙ୍କର ଅନେକ ଫ୍ୟାନ ଫଳୋଇଂ ସୋସିଆଲ ମିଡିଆରେ ଅଛନ୍ତି ଯେଉଁମାନେ ରାଣୀ ପଣ୍ଡାଙ୍କ ପ୍ରତ୍ୟେକ ଟି କାର୍ଯ୍ୟକଳାପ କୁ ଅନୁସରଣ କରିଥାନ୍ତି । 

 

ରାଣୀ ପଣ୍ଡା ଅନେକ ସମାଜସେବା କରି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ତେଣୁକରି ଆଜି ସେ ଜଣେ ଲୋକପ୍ରିୟ ଅଭିନେତ୍ରୀ । ଗତ କିଛିଦିନ ତଳେ ରାଣୀ ପଣ୍ଡା ଙ୍କ କାର ଦୁର୍ଘଟଣା ରେ ସୁକାନ୍ତ ବେହେରା ଙ୍କ ଜୀବନ ଯାଇଥିବା ବେଳେ ରାଣୀ ପଣ୍ଡା ତାଙ୍କ କର୍ତ୍ତବ୍ୟ ପାଳନ କରିଥିଲେ । ରାଣୀ ପଣ୍ଡା ସୁକାନ୍ତ ଙ୍କ ଦଶାହ ରେ ୫୦୦ ଜଣଙ୍କ ପାଇଁ ଅବଢ଼ା ବ୍ୟବସ୍ଥା ମଧ୍ୟ କରିଥିଲେ । ରାଣୀ ପଣ୍ଡା ଙ୍କୁ ଏହି ଘଟଣାରେ କିଛି ଲୋକ ଦୋଷୀ ଭାବୁଥିବା ବେଳେ ରାଣୀ ପଣ୍ଡା ଙ୍କ ଢାଲ ହୋଇ ଠିଆ ହୋଇଥିଲେ ଫ୍ୟାନ ମାନେ । 

 

ଏବଂ ରାଣୀ ପଣ୍ଡାଙ୍କୁ ଏହି କଠିନ ସମୟରେ ଧର୍ଯ୍ୟ ରଖିବାକୁ ପରାମର୍ଶ ଦେଇଥିଲେ ।ଏହି ସବୁ ଘଟଣା ଥମିବା ପରେ  ରାଣୀ ପଣ୍ଡା ଅନୁଭବ ଙ୍କୁ ବିବାହ କଥାକୁ ନେଇ ଭିଡିଓ ଜାରି କରିଥିଲେ ଯାହାଦ୍ବାରା ଚର୍ଚ୍ଚାରେ ଥିଲେ ରାଣୀ । ତେବେ ରାଣୀ ପଣ୍ଡା ବର୍ତ୍ତମାନ ପୁଣି ଏକ ଭାଇରାଲ ବାଇଟ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ବିଜେଡି ଓଡ଼ିଶାରେ ବର୍ତ୍ତମାନ ୨୫ ବର୍ଷ ପୂର୍ତ୍ତି କରି ସାରିଛି । ଏହି ଉପଲକ୍ଷେ ରାଣୀ ପଣ୍ଡା ବିଜେଡି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଦୀର୍ଘାୟୁ ହେବା ପାଇଁ କାମନା କରିଥିଲେ । 

 

ଏହା  ସହ ସେ ୭ ଜନ୍ମଧରି ଓଡ଼ିଶାବାସୀ ଙ୍କ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ନିଜର ମତ ରଖିଛନ୍ତି । ରାଣୀ ପଣ୍ଡା ଏହା ମଧ୍ୟ କହିଥିଲେ ଆଗକୁ ନବୀନ ପଟ୍ଟନାୟକ ବଢ଼ି ବଢ଼ି ଚାଲନ୍ତୁ ଏବଂ ସବୁବେଳେ ତାଙ୍କ ଶରୀର ସେମିତି ସୁସ୍ଥ ଥାଉ ଏବଂ ଲୋକଙ୍କ ସେମିତି ପ୍ରିୟ ମୁଖ୍ୟମନ୍ତ୍ରୀ ହୋଇ ସବୁଦିନ ପାଇଁ ଥାଆନ୍ତୁ । ଏହା ଛଡା ରାଣୀ ପଣ୍ଡା ଖୁସିରେ ମୁଖ୍ୟମନ୍ତ୍ରୀ ଙ୍କୁ ଧନ ବୋଲି ସମ୍ବୋଧିତ କରିଥିଲେ । 

ରାଣୀ ପଣ୍ଡା ଙ୍କ କହିବା ଅନୁଯାୟୀ ସେ ନବୀନ ପଟ୍ଟନାୟକ ଙ୍କୁ ବହୁତ୍ ସମ୍ମାନ କରନ୍ତି ଏବଂ ଆଜିର ଦିନରେ ସେ ବହୁତ୍ ଖୁସି ଅଛନ୍ତି ବିଜେଡି ପାଇଁ । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ଙ୍କ ଶରୀର ସୁସ୍ଥ ରହିବାପାଇଁ ପାର୍ଥନା କରିଥିଲେ ରାଣୀ ପଣ୍ଡା । ତେବେ ଏହିପରି ଭାବେ କିଛି ରାଣୀ ପଣ୍ଡା ମତ ଦେଇଥିଲେ ଏବଂ ତାଙ୍କ ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । 

Leave a Reply

Your email address will not be published. Required fields are marked *