ଦେଖନ୍ତୁ କେମିତି ଝିଅ କଥା କହି କାନ୍ଦି ପକାଇଲେ ଅଭିନେତା ଅଶ୍ରୁମୋଚନ ମହାନ୍ତି।

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦେଖନ୍ତୁ କେମିତି ଝିଅ କଥା କହି କାନ୍ଦି ପକାଇଲେ ଅଭିନେତା ଅଶ୍ରୁମୋଚନ ମହାନ୍ତି।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନଙ୍କର  ପ୍ରିୟ  ଅଭିନେତା ଅଶ୍ରୁମୋଚନ ମହାନ୍ତି ମିଡିଆ ଆଗରେ  କିଛି ଏଭଳି କଥା କହି କାନ୍ଦୁ ଥିବାର ଦେଖିବାକୁ ମିଳିଥିଲା  ।ତାଙ୍କୁ ଏହି ସମ୍ବନ୍ଧରେ ପଚାରିବାରୁ କଣ କହିଥିଲେ ଅଭିନେତା ଅଶ୍ରୁମୋଚନ ଆସନ୍ତୁ ଜାଣିବା ସେ ସମ୍ବନ୍ଧରେ ? ଓଡିଆ ଇଣ୍ଡଷ୍ଟ୍ରୀର ଜଣେ ଅନ୍ୟତମ ଅଭିନେତା ହେଉଛନ୍ତି ଅଶ୍ରୁମୋଚନ ମହାନ୍ତି । ତାଙ୍କ ଅଭିନୟ ଦେଖିଲେ ମନେ ହୋଇନଥାଏ ଯେ କ୍ୟାମେରା ଆଗରେ ଅଭିନୟ କରୁଛନ୍ତି । ଅଶ୍ରୁମୋଚନ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଏମିତି ଦକ୍ଷ କଳାକାର ଯିଏ ଅନେକ ଚଳଚିତ୍ରରେ ଉଭୟ ନେଗେଟିଭ ଏବଂ ପଜେଟିଭ ଅଭିନୟ କରି ଆସିଛନ୍ତି ଯାହା ଦର୍ଶକ ମାନଙ୍କୁ ବହୁତ୍ ପସନ୍ଦ ଆସିଛି ।

 

ଏହି ଅଭିନୟ ରେ ତାଙ୍କର ଲକ୍ଷାଧିକ ଫ୍ୟାନ୍ସ ରହିଛନ୍ତି । ତାଙ୍କ ଅଭିନୟ କୁ ବହୁତ ଲୋକେ ପସନ୍ଦ କରିଥିବାରୁ ସେ ନିଜକୁ ଧନ୍ୟ ମନେ କରନ୍ତି ବୋଲି କହିଥିଲେ । ତେବେ ଟିଭି ସୋ ର ଏକ ସାକ୍ଷାତ କାରରେ ଅଭିନେତା ଅଶ୍ରୁମୋଚନ କୌଣସି ଏକ ଚଳଚିତ୍ରର ସମସ୍ତଙ୍କୁ ପସନ୍ଦ ଆସିଥିବା ଏବଂ ତାହା ଦ୍ଵାରା ଅନେକ ପ୍ରଭାବିତ ହୋଇଥିବା ଏକ  ଡାଇଲୋଗ କହି ସମସ୍ତଙ୍କୁ କନ୍ଦାଇ ଦେଇଥିଲେ । ଆସନ୍ତୁ ତେବେ ତାହା କ’ଣ ଥିଲା ଜାଣିନେବା । ଡାଇଲୋଗ ଟି ନିଜ ଝିଅ ବିବାହ କରି ଶାଶୁଘରକୁ ଚାଲିଯିବାର ଦୃଶ୍ୟ ଥିଲା ।ତାହା କିଛି ଏଭଳି ଥିଲା ଯେ,-” ବେଦୀ ସଜାହେବ, ବ୍ରାହ୍ମଣର ମନ୍ତ୍ରପାଠ ଭିତରେ ତୋର ହାତ ଗଣ୍ଠି ପଡିବ, ଏହାପରେ ତୁ ଆଉ କାହାର ହୋଇଯିବୁ । ସବାରୀ ଉଠିବ ଠାକୁଲୁ ଠାକୁଲୁ ଡାକରାରେ ଏହି ଗାଁ ଦାଣ୍ଡ କମ୍ପୁଥିବ ।

 

 ଏହି ଘର ଅଗଣା ପାର ହୋଇ ରାସ୍ତା, ରାସ୍ତା ପାର ହୋଇ କିଆ ଗୋହିରୀ, କିଆ ଗୋହିରୀ ପାର ହୋଇ ସେହି ବିଲ ସେପଟକୁ ଚାଲିଯିବୁ । ଏହାପରେ ତ ଆଉ ଦେଖା ଯିବୁନି । କିଏ ସକାଳୁ ଉଠି କହିବ ବାପା ଉଠ ଚାହା ଖାଇବ, କିଏ ସକାଳୁ ଉଠି କହିବ ବାପା ଡିଉଟି ସମୟ ହେଲାଣି ପରା ଭାତ ଖାଇବ ନାହିଁ ? ଦେଖ ମା’ ତୁ ଝିଅ ଦୁହିତା ଦୁଇ କୁଳକୁ ହିତା, ଆଜି ମୋ ଘରେ ଅଛୁ, କାଲି ଆଉ କାହା ଘରକୁ ଯିବୁ ହେଲେ ମା’ ଏ ବାପର ନା ଇଜ୍ଜତ କୁ ତଳେ ପକାଇବୁ ନାହିଁ, କେବେ ପକାଇବୁ ନାହିଁ, ସେଠି ଠିକ ଝିଅ ଭଳି ରହିବୁ, ସମସ୍ତଙ୍କର ମନ ନେଇ କାମ କରିବୁ, ତା’ ହେଲେ ସମସ୍ତେ ତତେ ଭଲ କହିବେ ।ଏମିତି କିଛି କରିବି ନାହିଁ ଯାହାଦ୍ଵାରା ତସହ ତା ବାପ ର ନା ସେଥି ତଳେ ନ ପଡ଼ିବ।

 

କେହି ଯେମିତି ତୋତେ କଟୁ କଥା ନ କହୁନ୍ତି ।ସମସ୍ତଙ୍କ ମନ ନେଇ ଚଳିବୁ,ସମସ୍ତଙ୍କ ଦୁଃଖରେ ଦୁଃଖୀ ଏବଂ ସମସ୍ତଙ୍କ ସୁଖରେ ଭାଗୀଦାର ହେବାକୁ ଚେଷ୍ଟା କରିବୁ। ସମସ୍ତେ କହିବେ ଓଃ ଚକରା ହାବିଲଦାର ର ଝିଅ ସୁନାମୁଣ୍ଡା” । ଏହିଭଳି ରହିଥିଲା ଅଭିନେତା ଅଶ୍ରୁମୋଚନ ମହାନ୍ତି ଙ୍କ କିଛି ଅଭିନୟର ଦୃଶ୍ୟ ଯାହାକୁ ସେ ଜୀବନ୍ତ ପରି ଗଢି  ତୋଲିଥିଲେ  ଏହାକୁ ସେ କହିଲା ବେଳେ ଲାଗୁନଥିଲା ଯେ ଏହା ରିଲ ଲାଇଫ ର କାହାଣୀ ବୋଲି । ସେ ତାଙ୍କ ଅଭିନୟ ମାଧ୍ୟମରେ  ସେହି  କାହାଣୀରେ ନିଜକୁ ହଜାଇଦେଉଥିଲେ ଏବଂ ଏମିତି ଅଭିନୟ ପ୍ରଦର୍ଶନ କରୁଥିଲେ ଯାହାଦ୍ଵାରା ଲୋକଙ୍କୁ ତାହା ଜୀବନ୍ତ ଭଳି ମାନେ ହେଉଥିଲା।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *