ରାଣୀ ପଣ୍ଡା ଅନୁଭବଙ୍କୁ କହିଲେ “ଆଇ ଲଭ୍ ୟୁ ଧନ” । ଅନୁଭବଙ୍କର ଏଥିରେ ପ୍ରତିକ୍ରିୟା କଣ ଆସନ୍ତୁ ଜାଣିବା ସେ ବିଷୟରେ । 

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାଣୀ ପଣ୍ଡା ଅନୁଭବଙ୍କୁ କହିଲେ “ଆଇ ଲଭ୍ ୟୁ ଧନ” । ଅନୁଭବଙ୍କର ଏଥିରେ ପ୍ରତିକ୍ରିୟା କଣ ଆସନ୍ତୁ ଜାଣିବା ସେ ବିଷୟରେ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ଯେ ସୂଚନାଯୋଗ୍ୟ, ନିକଟରେ ଅଭିନେତା ଅନୁଭବ ମହାନ୍ତିଙ୍କ ଜନ୍ମଦିନ ଉତ୍ସବ ପାଳନ ହୋଇଥିଲା । ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ଅନୁଭବଙ୍କୁ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଥିଲେ । ତେବେ ଅଭିନେତ୍ରୀ ରାନୀ ପଣ୍ଡା ଗୋଟିଏ ଦିନ ବିଳମ୍ୱରେ ଅନୁଭବଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାନୀ କହିଥିଲେ ଯେ, ଅନୁଭବ ମହାନ୍ତିଙ୍କ ଜନ୍ମଦିନରେ ମୁଁ ଶୁଭେଚ୍ଛା ଜଣାଇବାକୁ ଭୁଲିଯାଇଥିଲି । 

 

ଏଥିସହ ରାନୀ ପଣ୍ଡା କଥା ଆଳରେ ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପାଇଁ ମଧ୍ୟ ଭିଡିଓରେ କହିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆଲୋଚନା ଖୁବ ଜୋରରେ ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆ ମାଧ୍ୟମରେ ରାନୀଙ୍କୁ ବିଭିନ୍ନ ମତ ଦେଇଥିଲେ ସୋସିଆଲ ମିଡିଆ ୟୁଜର୍ସ । ଏହି କଥାକୁ ନେଇ ଅନେକ ଜଣ ଟ୍ରୋଲ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଆଜି ରାନୀ ପଣ୍ଡା ନିଜର ଉତ୍ତର ପାଇଛନ୍ତି ଅଭିନେତା ଅନୁଭବଙ୍କ ମହାନ୍ତିଙ୍କ ଠାରୁ । ଯାହାକୁ ନିଜେ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ, ” ଆଇ ଲଭ୍ ୟୁ ଧନ” ।

 

ଅନୁଭବଙ୍କର ଭିଡିଓଟିକୁ କିଛି ସମୟ ତଳେ ରାନୀ ଅପଲୋଡ କରିଛନ୍ତି । ଖୁବ କମ ସମୟରେ ଭିଡିଓଟି ଭାଇରାଲ୍ ହୋଇଯାଇଛି । ପ୍ରଶଂସକମାନେ ମଧ୍ୟ ବିଭିନ୍ନ ପ୍ରକାରର ମତାମତ ଦେଉଛନ୍ତି । ତେବେ ପୋଷ୍ଟ କରିଥିବା ଭିଡ଼ିଓରେ ଯେଉଁଥିରେ ଅନୁଭବ ମହାନ୍ତି କହିଛନ୍ତି ଯେ, ମୁଁ ତାଙ୍କୁ ବହୁତ ସମ୍ମାନ କରେ । ବ୍ୟକ୍ତିଗତ ଭାବରେ ତାଙ୍କ ସହ ମିଶିବାର ସୁଯୋଗ ପାଇନି । ତେଣୁ ଏତେଟା ଯଦିଓ ତାଙ୍କ ବିଷୟରେ ଜାଣିନାହିଁ ତେବେ ଟିଭିରେ ଦେଖି ଏବଂ ଲୋକଙ୍କ ପାଖରୁ ଯେତିକି ତାଙ୍କ ବିଷୟରେ ଜାଣିଛି ସେ ଖୁବ୍ ଭଲ ଝିଅ । 

 

ସେ ଖୁବ ସେବା ମନବୃତ୍ତି ରଖୁଥିବା ଝିଅ । ସେ ଯେତିକି ରୋଜଗାର କରନ୍ତି ସେଥିରୁ ଲୋକଙ୍କ ସେବା ପାଇଁ  ଦାନ କରନ୍ତି । ତାଙ୍କୁ ମୁଁ ଖୁବ ସମ୍ମାନ କରେ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପାର୍ଥନା କରିବି ନୂତନ ବର୍ଷ ୨୦୨୩ ଏବଂ ତା ପରେ ତାଙ୍କ ଜୀବନ ସୁଖମୟ ହେଉ । ସେ ବହୁତ ଭଲରେ ରୁହନ୍ତୁ । ସେ ଯାହାକୁ ବି ବାହା ହେବେ ଜୀବନରେ ଖୁବ ଭଲ ସ୍ତ୍ରୀ ହୋଇପାରିବେ । ତେବେ ଏହି ଭିଡ଼ିଓ ବର୍ତମାନ ସମୟରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *