କରୋନା ନୂଆ ଭାରିଆଣ୍ଟ BF-7 | ଆଗାମୀ 40 ଦିନ ବଡ଼ ବିପଦ | ଜାନୁଆରୀ ରୁ ଲକଡାଉନ ?

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜାନୁଆରୀ ପହିଲାରୁ ପୁଣି ଫେରିବ କି କଟକଣା ? କରୋନା କଟକଣା ଲାଗିବ କି ନାଇଁ ଉଠିଲା ପ୍ରଶ୍ନ । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ ଯାହା ଜଣା ପଡ଼ିଛି ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨୫୦ ତଳେ ଥିବା ବ‌େଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ବୃଦ୍ଧି ପାଇ ୩.୬ ହଜାର ଟପି ଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୪୩ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି । 

 

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୪୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୭୮,୧୫୮ରେ ପହଞ୍ଚିଛି । ତେବେ ଏହାରି ମଧ୍ୟରେ ବିଦେଶରେ କରୋନା ସ୍ଥିତିକୁ ଦେଖି ସତର୍କ ହୋଇଛି ଭାରତ । ଭାରତକୁ ଆସିବା ପୂର୍ବରୁ ଆର୍-ଟି-ପି-ସି-ଆର୍ ଟେଷ୍ଟ ବାଧ୍ୟତାମୂଳକ । ୬ ଦେଶରୁ ଭାରତ ଆସୁଥିଲେ ଆରଟିପିସିଆର୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଏହି ୬ ଦେଶ ହେଲା ଚୀନ, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଥାଇଲାଣ୍ଡ । ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ ଆର୍-ଟି-ପି-ସି-ଆର୍ ଟେଷ୍ଟ ରିପୋର୍ଟ ।

 

ତେବେ ବନ୍ଧୁଗଣ ଜାନୁଆରୀ ପହିଲାରୁ କଟକଣା କଡ଼ାକଡ଼ି ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଚୀନ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏବେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ବି.ଏଫ୍- ୭ ଠାବ ହୋଇଛି । ଯାହାକି ଆଗକୁ ଚତୁର୍ଥ ଲହର ଆସିବାର ସମ୍ଭାବନା ବୋଲି ଭୟ ପ୍ରକାଶ କରିଛି । ପୂର୍ବରୁ କରୋନାର ଦ୍ୱିତୀୟ ଲହର ବେଳେ ସାରା ଦେଶ ଯେଉଁ ସାଂଘାତିକ ସ୍ଥିତି ଦେଇ ଗତି କରିଥିଲା।

 

କିପରି ସେଭଳି ଅବସ୍ଥା ଆଉ ନଉପୁଜିବ,ସେଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟଗୁଡ଼ିକ ପ୍ରସ୍ତୁତ ହୋଇଛନ୍ତି । ଯଦି ସଂକ୍ରମଣ ବଢ଼େ, ତାହେଲେ ସମ୍ଭାବ୍ୟ ସ୍ଥିତିର କିଭଳି ମୁକାବିଲା କରାଯିବ, ଏନେଇ ଏବେଠାରୁ ଆକଳନ କରାଯାଉଛି । ସେପଟେ ଦେଶବାସୀଙ୍କୁ ସତର୍କ ଓ ସଚେତନ ରହିବାକୁ ମୋଦି ପରାମର୍ଶ ଦେଇଥିବା ବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ଜାନୁଆରୀରୁ ପୁଣି କଟକଣା ଲେଉଟିବା ନେଇ ବଡ଼ ପ୍ରଶ୍ନ ଉଠୁଛି । ତେବେ ଭାରତରେ ଯେପରି ସଂକ୍ରମଣ ନବ୍ୟାପେ, ସେଥିପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *