ଜାନୁଆରୀ ମାସରେ ଲକଡାଉନ? କରୋନା ର ଆଗାମୀ 40 ଦିନ ବହୁତ ଭୟଙ୍କର ହେବ…!

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ  ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ବର୍ତ୍ତମାନ ପୁଣି ଫେରି ସାରିଛି ମହାମାରୀ କରୋନା । ଏଥର ଆଗ ଭଳି ନୁହେଁ ବରଂ ନୂଆ ରୂପରେ ଫେରୁଛି କରୋନା ମହାମାରୀ । ଏହା ବର୍ତ୍ତମାନ ଚୀନ ଦେଶରେ ସାଙ୍ଘାତିକ ରୂପ ନେଇଥବ ବେଳେ ଭାରତରେ ବର୍ତ୍ତମାନ ଭୟ ସୃଷ୍ଟି ହୋଇ ସାରିଲାଣି । କାହିଁକି ନା ସାରା ବିଶ୍ବରେ ୩ ଟି ଲହର ଦେଖି ସାରିଲେଣି ଲୋକେ। ଖାଲି ଭାରତ ନୁହେଁ ବରଂ ଆତଙ୍କିତ ହେଲେଣି ସାରା ବିଶ୍ବ । 

 

ଏଥର ନୂଆ ରୂପରେ କରୋନା ଆସୁଥିବା ବେଳେ ଆଗରୁ ଯାହା ପ୍ରଭାବ ଥିଲା ତାହାଠାରୁ ବେଶୀ ମାତ୍ରାରେ ଏହା ସଂକ୍ରମଣ ବ୍ୟାପିବାରେ ଲାଗିବ ଯାହାକି ରିସର୍ଚ୍ଚ ରେ ଜଣା ପଡ଼ିଛି । ଏହି ଭାଇରସ ନାମ BF.7 ଦିଆଯାଇଥିବା ବେଳେ ଏଥିରେ ମୃତ୍ୟୁ ସଂଖ୍ୟା କମ ରହିବାର ଆଶଙ୍କା ରହିଛି । ଏହି BF.7 ରେ ଅଧିକ ରୁ ଅଧିକ ଲୋକ ପ୍ରଭାବିତ ହେବେ ବୋଲି ସ୍ପଷ୍ଟ ହୋଇ ସାରିଛି । ତେବେ ଏହା ପ୍ରତି ଯଦି ସଚେତନ ନ କରାଯାଏ ତେବେ ଅଧିକ ରୁ ଅଧିକ ସଂକ୍ରମଣ ବ୍ୟାପିବାରେ ଲାଗିବ । 

 

ଯଦି ସଂକ୍ରମଣ ଉପରେ କାବୁ ନ ରହିବ ତେବେ ଆଗ ଭଳି ତାଲା ବନ୍ଦ ପ୍ରକ୍ରିୟା ସରକାର ଙ୍କ ତରଫରୁ କାର୍ଯ୍ୟକାରୀ ହେବ । ତାଲାବନ୍ଦ ହେଲେ ହିଁ ଏହି ସଂକ୍ରମଣ କୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ଆଲୋଚନା କରାଯାଉଛି । ସ୍ଥିତି ଅନୁଧ୍ୟାନ କରିବା ପରେ ହିଁ ଏହି କ୍ଷେତ୍ରରେ ନିଷ୍ପତି ନିଆଯିବ । ଏହି ନୂଆ BF.7 ଭାରିଆଣ୍ଟ ଏତେ ବିପଦପୂର୍ଣ୍ଣ ନଥିଲେ ମଧ୍ୟ ଏହିପରି ସତର୍କ ରହିବାକୁ ହେବ । ଏହାଦ୍ବାରା ମୃ-ତ୍ୟୁ ସଂଖ୍ୟା କମ ରହିଥିବା ବେଳେ ଜଣଙ୍କ ଠାରୁ ଅନେକ ଜଣଙ୍କୁ ବ୍ୟାପିବାରେ ପୂର୍ବ ଭାରିଆଣ୍ଟ ଠାରୁ ଅଧିକ ଶକ୍ତି ରହିଛି ଯାହାକି ବିପଦପୂର୍ଣ୍ଣ ଅଟେ । 

 

ଯଦି ସଂକ୍ରମଣ ଅଧିକ ବଢିଯାଏ ତେବେ ଚିନ୍ତା ଜନକ ପରିସ୍ଥିତି ଉପୁଜିବ । ତେବେ ୪୦ ଦିନ ବର୍ତ୍ତମାନ ଗୁରୁତ୍ୱପୁ୍ଣ୍ଣ ହୋଇଥିବା ବେଳେ ବର୍ତମାନ ଏହା ଉପରେ ଧ୍ୟାନ ରଖିବାକୁ ଚର୍ଚ୍ଚା ଚାଲିଛି । କିପରି ସମୟ ଥାଉ ଥାଉ ଏହାର ପରିସ୍ଥିତି ନିୟନ୍ତ୍ରଣ କୁ ଆସିଯିବ ତାହା ହିଁ ମୂଳ ଲକ୍ଷ ସାବ୍ୟସ୍ତ ହେବ । ଜାନୁଆରୀ ମାସ ଏବଂ ଫ୍ରିବୁଆରି ମାସ ମଧ୍ୟରେ ଏହାର ସଂକ୍ରମଣ ବଢିବାର ସମ୍ଭାବନା ରହିଛି ଯାହାଦ୍ଵାରା ତାଲାବନ୍ଦ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଇଯିବ ବୋଲି ସୂଚନା ରହିଛି । 

 

ଏହି BF.7 ରେ ଆଇସିୟୁ ରେ କମ ରୋଗୀ ଭର୍ତି ହେବାର ଆଶଙ୍କା କରାଯାଉଛି ଏବଂ ମୃ-ତ୍ୟୁ ସଂଖ୍ୟା ମଧ୍ୟ କମ୍ ରହିବାର ସୂଚନା ମିଳିଛି।  ଆଗ ଭଳି ଭୟଙ୍କର ଭାବେ ଯେଉଁଭଳି ମୃ-ତ୍ୟୁ ହେଉଥିଲା ତାହା ଏଥର ଅନେକାଂଶରେ କମି ଯିବାର ଅନୁମାନ କରାଯାଇଛି ।ଜାନୁଆରୀ ଏବଂ ଫ୍ରେବୁଆରି ରେ ଏହା ଆରମ୍ଭ ହୋଇ ମାର୍ଚ୍ଚ ମାସ ବେଳକୁ ଧୀରେ ଧୀରେ ହ୍ରାସ ପାଇଯିବ । ତେବେ ଆଗାମୀ ଦିନରେ ଏହାର ସଂକ୍ରମଣ ଆଧାର କୁ ଲକ୍ଷ କରାଯାଇ ହିଁ ତାଲାବନ୍ଦ ନିଷ୍ପତି ନିଆଯିବ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *