ଫୁଣି ବଡ଼ ବିବାଦରେ ଫସିଲେ ସାଂସଦ ଅନୁଭବ ମହାନ୍ତି | ଜାଣନ୍ତୁ କଣ ସେହି ବିବାଦ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣିଥରେ ବିବାଦୀୟ ଟ୍ୱିଟ କରି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତି । ଜାଣନ୍ତୁ ସେ ସଂପର୍କରେ ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ ପୂର୍ବ କିଛି ଦିନ ଧରିକି ସାଂସଦ ଅନୁଭଵ ମହାନ୍ତି ସୋସିଆଲ ମିଡ଼ିଆରେ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଗୋଟିଏ ପଟେ ପତ୍ନୀ ବର୍ଷାଙ୍କ ସହିତ ବିବାହ ବିଚ୍ଛେଦ ମାମଲା ତୁଟି ନଥିବା ବେଳେ ଅନ୍ୟପଟେ ରାଣୀ ପଣ୍ଡାଙ୍କ ବିବାହ ପ୍ରସ୍ତାବକୁ ନେଇ ଚର୍ଚ୍ଚାରେ ଥିଲେ ଅନୁଭବ । ଏବେ ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦୀୟ ଟ୍ଵିଟ୍‌ । “ପୁରୁଷ ବିନା କୌଣସି ନାରୀ ଜୀବନର ଅସ୍ତିତ୍ତ୍ୱ ନାହିଁ” ଏଭଳି କିଛି ପୋଷ୍ଟ କରିଛନ୍ତି ଅନୁଭଵ ମହାନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଟ୍ୟାଗ୍‌ କରି ଏମିତି ବାର୍ତ୍ତା ଦେଇଛନ୍ତି ଅନୁଭବ । 

 

ଟ୍ଵିଟ୍‌ କରି ଲେଖିଛନ୍ତି, କେନ୍ଦ୍ରମନ୍ତ୍ରୀଙ୍କ ନିଦ ଭାଙ୍ଗୁ । ଭାରତର ପରିବାର ପରମ୍ପରା, ମୂଲ୍ୟବୋଧକୁ ରକ୍ଷା କରନ୍ତୁ । ଫ୍ୟାମିଲି କୋର୍ଟ ଆଇନରେ ସଂଶୋଧନ ଆଣିବାକୁ ଦାବି କରିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ଏଥିସହ ଲେଖିଛନ୍ତି, ହିନ୍ଦୁ ବିବାହ ଆଇନ ୧୯୫୫କୁ ହ-ତ୍ୟା କରାଯାଇଛି । ଏହି ଆଇନ ବଞ୍ଚାନ୍ତୁ । ନହେଲେ କୁହନ୍ତୁ କିଛି କରିପାରିବେ ନାହିଁ ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ଟ୍ଵିଟ୍‌ କରି କରି ଲେଖିଛନ୍ତି ଅନୁଭବ ମହାନ୍ତି ।

 

ସୂଚନାଯୋଗ୍ୟ, ନିକଟରେ ଅଭିନେତା ଅନୁଭବ ମହାନ୍ତିଙ୍କ ଜନ୍ମଦିନ ଉତ୍ସବ ପାଳନ ହୋଇଥିଲା । ରାଜ୍ୟ ତଥା ଦେଶର କୋଣ ଅନୁକୋଣରୁ ଅନୁଭବଙ୍କୁ ତାଙ୍କ ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଥିଲେ । ତେବେ ଅଭିନେତ୍ରୀ ରାନୀ ପଣ୍ଡା ଗୋଟିଏ ଦିନ ବିଳମ୍ୱରେ ଅନୁଭବଙ୍କୁ ଶୁଭେଚ୍ଛା ଜଣାଇଥିଲେ । ରାନୀ କହିଥିଲେ ଯେ, ଅନୁଭବ ମହାନ୍ତିଙ୍କ ଜନ୍ମଦିନରେ ମୁଁ ଶୁଭେଚ୍ଛା ଜଣାଇବାକୁ ଭୁଲିଯାଇଥିଲି । ଏଥିସହ ରାନୀ ପଣ୍ଡା କଥା ଆଳରେ ଅନୁଭବ ମହାନ୍ତିଙ୍କୁ ବିବାହ କରିବା ପାଇଁ ମଧ୍ୟ ଭିଡିଓରେ କହିଥିଲେ । 

 

ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆଲୋଚନା ଖୁବ ଜୋରରେ ଆରମ୍ଭ ହୋଇଥିଲା । ସୋସିଆଲ ମିଡିଆ ମାଧ୍ୟମରେ ରାନୀଙ୍କୁ ବିଭିନ୍ନ ମତ ଦେଇଥିଲେ ସୋସିଆଲ ମିଡିଆ ୟୁଜର୍ସ । ଏହି କଥାକୁ ନେଇ ଅନେକ ଜଣ ଟ୍ରୋଲ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା । ଆଜି ରାନୀ ପଣ୍ଡା ନିଜର ଉତ୍ତର ପାଇଛନ୍ତି ଅଭିନେତା ଅନୁଭବଙ୍କ ମହାନ୍ତିଙ୍କ ଠାରୁ । ଯାହାକୁ ନିଜେ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି ଯେ, ଲଭ୍ ୟୁ ଧନ । ଯାହାକି ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *