ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ରିଷଭ ପନ୍ଥ ଙ୍କ ସହ ଘଟି ଯାଇଥିବା ବଡ ଦୁର୍ଘଟଣା ସମ୍ପର୍କରେ ଆପଣ ଜାଣିବାକୁ ପାଇଥିବେ। କାର ରେ ଯାତ୍ରା କରୁଥିବା ସମୟରେ ପିଟି ହୋଇଯାଇଥିଲା ରିଷଭ ପନ୍ଥ ବ୍ୟବହାର କରିଥିବା ବି ଏମ ଡବ୍ଲୁ କାର ଟି । କୁହୁଡି ଏବଂ ଗାଡ଼ି ତୀବ୍ରତା ଅଧିକ ଥିବାରୁ ଗାଡ଼ିଟି ପିଟି ହୋଇଯାଇଥିବାର ଚର୍ଚ୍ଚା ଚାଲିଥିଲା। ତେବେ ଏହି ଘଟଣାରେ ବର୍ତ୍ତମାନ CCTV ରେ ରେକର୍ଡ ହୋଇଥିବା ଦୃଶ୍ୟ ସାମ୍ନାକୁ ଆସୁଛି ଯାହା କି ଅତି ଭୟାବହ ଅଟେ ।
ରିଷଭ ପନ୍ଥ ଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବେଳେ ବର୍ତ୍ତମାନ ଏହାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଦେଖା ଯାଇଛି ଯେ ଦୁର୍ଘଟଣା କେତେ ଭୟଙ୍କର ଥିଲା । କାର ରେ ନିଆଁ ଲାଗି ତାହା ହୁତୁ ହୂତୁ ହୋଇ ଜଳିବାକୁ ଲାଗିଥିଲା। ଦ୍ରୁତ ଗତିରେ ରିଷଭ ପନ୍ଥ ଙ୍କ ଗାଡ଼ି ଟି ଆସି ଡିଭାଇଡର ରେ ପିଟି ହୋଇଥିଲା ଯାହା ଫଳରେ ନିଆଁ ଲାଗି ଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ କଣ ଥିବା ଜଣାପଡି ନାହିଁ ତାଙ୍କର ମୁଣ୍ଡରେ ଗୋଡ଼ରେ ଏବଂ ପିଠିରେ ଗଭୀର ଭାବେ ଆଘାତ ଲାଗିବାର ସୂଚନା ମିଳିଥିଲା।
ତେବେ ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ଵାସ୍ଥ୍ୟଗତ ଅବସ୍ଥାରେ ପରିବର୍ତ୍ତନ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ ମାତ୍ର ଏହା ଅନୁମାନ କରାଯାଉଛି ଏହି ଦୁର୍ଘଟଣା ପାଇଁ ଅନେକ ସମୟ ପାଇଁ କ୍ରିକେଟ ଠୁ ଦୂରେଇ ରହି ପାରନ୍ତି ରିଷଭ ପନ୍ଥ।
ତାଙ୍କୁ ସୁସ୍ଥ ହେବାକୁ ସମୟ ଲାଗିପାରେ ଯାହା ଫଳରେ ସେ କିଛିଦିନ ପାଇଁ କ୍ରିକେଟ ଠାରୁ ଦୂରେଇ ରହିବେ ବୋଲି ଅନୁମାନ କରାଯାଉଛି । ରିଷଭ ପନ୍ଥ ଙ୍କ ଗାଡ଼ି ରେ ନିଆଁ ଲାଗିବା ଦ୍ଵାରା ରିଷଭ ପନ୍ଥ ଝରକା ବାଟେ ବାହାରି ଆସିଥିବାର ଶୁଣିବାକୁ ମିଳିଥିଲା ।
ସେଠାରୁ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ମେଡିକାଲ ରେ ଭର୍ତି କରାଯାଇଥିଲା । ଅନେକ ଲୋକ ଗାଡ଼ି ଜଳି ଯିବାର ଦୃଶ୍ୟ ନିଜ ମୋବାଇଲ ରେ ରେକର୍ଡ କରିଥିଲେ ଯାହା ବର୍ତ୍ତମାନ ସାମ୍ନାକୁ ଆସିଛି। ଦୃଶ୍ୟରେ ଗାଡ଼ି ଖୁବ୍ ଜୋର ଜଳି ଯାଇଥିବାର ଦେଖା ଯାଇଥିଲା। ଏହି ସମ୍ପର୍କରେ ବିକାଶ ମହାପାତ୍ର ଯିଏ କି ସଡ଼କ ସୁରକ୍ଷା ବିଶେଷଜ୍ଞ ଅଟନ୍ତି ସେ ତାଙ୍କର ମତ ରଖିଛନ୍ତି । ବିକାଶ ମହାପାତ୍ର ଙ୍କ କହିବା ଅନୁଯାୟୀ ରିଷଭ ପନ୍ଥ ଙ୍କ ଗାଡ଼ି ଦୁର୍ଘଟଣାର ଘଟଣା ସାମାନ୍ୟ ଦୃଶ୍ୟମାନ ନହେଲେ ଦ୍ରୁତ ଗତି କାରଣରୁ ହୋଇଛି ।
ଏହା ସେ ଅନୁମାନ କରିବା ବେଳେ ଅନ୍ୟାନ୍ୟ ଦୁର୍ଘଟଣା କୁ ମଧ୍ୟ ଆଧାର କରିଥିଲେ ଯେମିତି ଆଜିକାଲି ଦୁର୍ଘଟଣା ବହୁତ୍ ଅଧିକ ହେବାରେ ଲାଗିଲାଣି ଶୀତ ଦିନରେ ଏବେ ଅଧିକ ରୁ ଅଧିକ ଦୁର୍ଘଟଣା ର ଚିତ୍ର ସମସ୍ତଙ୍କ ସାମ୍ନାକୁ ଆସୁଛି । ତେବେ ରିଷଭ ପନ୍ଥ ଙ୍କ ଗାଡ଼ି ଦୁର୍ଘଟଣା ସମ୍ପର୍କରେ ବିଶ୍ଳେଷଣ କରି ସମସ୍ତଙ୍କୁ ସଚେତନ ହୋଇ ଗାଡ଼ି ଚଳାଇବାକୁ ବିକାଶ ମହାପାତ୍ର ଙ୍କ ପରାମର୍ଶ ରହିଥିଲା ।