2023 ମସିହାରେ ଏମିତି ରହିବ ୧୨ ଟି ରାଶି ମାନଙ୍କର ଭାଗ୍ୟ | ଜାଣନ୍ତୁ କେଉଁ ରାଶି କେମିତି କଟିବ…

 

ନୂଆ ବର୍ଷରେ ୧୨ ଟି ରାଶି ମାନଙ୍କ ଉପରେ ଗ୍ରହ ନକ୍ଷତ୍ର ମାନଙ୍କ ପ୍ରଭାବ ଅନୁଯାୟୀ ଫଳାଫଳ ମିଳିବା ବେଳେ ବର୍ତ୍ତମାନ ଗଣନା ସରିଲାଣି । ତେବେ ଆସନ୍ତୁ ଜାଣିବା କେମିତି ରହିବ ନୂଆ ବର୍ଷ ୨୦୨୩ ରେ ୧୨ ଟି ରାଶି ମାନଙ୍କର ଭାଗ୍ୟ । 

ମେଷ ରାଶି :- ୨୦୨୩ ଆପଣଙ୍କ ପାଇଁ ଅନେକ ଶୁଭ ଖବର ଆଣି ପହଞ୍ଚାଇବ । ଏହି ବର୍ଷ ଆପଣଙ୍କ ସମସ୍ତ ପ୍ରକାର ଅସୁବିଧାରୁ ଆପଣ ଦୂରେଇ ଯିବେ । ନୂଆ ଚାକିରୀ କ୍ଷେତ୍ରରେ ଆପଣଙ୍କୁ ଚୟନ କରାଯାଇ ପାରେ । ଏହି ବର୍ଷ ଦୂର ଯାତ୍ରା ଆପଣ କରିବେ ନୂଆ ନୂଆ ଜାଗା ବୁଲି ଆନନ୍ଦିତ ହେବେ।  

ବୃଷ ରାଶି :- ଆପଣ ଏହି ବର୍ଷ ଯଦି ଚାକିରି ପାଇଁ ପ୍ରସ୍ତୁତ ହୁଅନ୍ତି ତେବେ ଆପଣଙ୍କ ଆଶା ପୁରଣ ହୋଇ ପାରେ।  ଆପଣଙ୍କ ସମୟ ଏହି ବର୍ଷ ଅତ୍ୟନ୍ତ ଭଲ ରହିଛି ଆପଣ ସମସ୍ତ ପ୍ରକାର ଋଣ ଭାରରୁ ମୁକ୍ତି ପାଇବେ । ପରିବାର ଲୋକଙ୍କ ସହ ସୁ ସମ୍ପର୍କ ବୃଦ୍ଧି ପାଇଁ । 

ମିଥୁନ ରାଶି :- ଏହି ରାଶିର ଲୋକମାନେ ସନ୍ତାନ ପ୍ରାପ୍ତି କ୍ଷେତ୍ରରେ ଲାଭ ପାଇବେ । ଗର୍ଭବତୀ ଥିବା ମହିଳା ମାନେ ଚିନ୍ତାମୁକ୍ତ ହେବେ। ଦାମ୍ପତ୍ୟ ଜୀବନ ଆପଣଙ୍କର ସୁଖମୟ ହେବ ଶତ୍ରୁ ମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ସୁସ୍ୱାଦୁ ଭୋଜନ ବର୍ଷ ଆରମ୍ଭରେ ପ୍ରାପ୍ତି କରିବେ। 

କର୍କଟ ରାଶି :- କୌଣସି ସ୍ଥାନରେ ସମ୍ମାନିତ ହୋଇ ପାରନ୍ତି ଆପଣ । ଆପଣଙ୍କ ଭଲ କାମ ପାଇଁ ସବୁଠି ଚର୍ଚ୍ଚା ହୋଇ ପାରେ । ସମାଜରେ ଆପଣଙ୍କର ସ୍ଵତନ୍ତ୍ର ପରିଚୟ ସୃଷ୍ଟି ହେବ । ଋଣ ଭାରରୁ ଧୀରେ ଧୀରେ ଆପଣ ମୁକ୍ତି ପାଇବେ । 

ସିଂହ ରାଶି :- ଆପଣଙ୍କ ରାଶିରେ ଅନେକ ଶୁଭ ଯୋଗ ଏହି ବର୍ଷ ଦେଖା ଦେଉଛି ଯାହାଦ୍ବାରା ଆପଣଙ୍କ ମାନସିକ ଅଶାନ୍ତି କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଯେଉଁ ଯେଉଁ କାରଣ ସବୁ ପାଇଁ ଆପଣ ଦୁଃଖୀ ଥିଲେ ସେ ସବୁର ସମାଧାନ ଶୀଘ୍ର ବାହାରି ଯିବାର ଆକଳନ କରାଯାଉଛି।  

କନ୍ୟା ରାଶି :- ଆପଣଙ୍କୁ କେହି ବଡ ଧରଣର ଧୋକା ଦେଇପାରନ୍ତି ଆପଣଙ୍କ ନିଜ ଲୋକେ ଆପଣଙ୍କୁ ସତର୍କ ରହିବାକୁ ହେବ । ଟଙ୍କା ପଇସା କାରବାର ଏହି ବର୍ଷ ଆପଣଙ୍କୁ ଦେଖି ଚାହିଁ କରିବାର ଅଛି ସମ୍ପୂର୍ଣ ରୂପରେ ନହେଲେ ପରବର୍ତ୍ତୀ ସମୟରେ ହଇରାଣ ତେବେ । 

ତୁଳା ରାଶି :- ଚାକିରୀ ରେ ଉପର ପଦବୀ ପାଇଁ ଆପଣଙ୍କୁ ଚୟନ କରାଯିବା ପାଇଁ ଯୋଜନା ଚାଲିବ ଏବଂ ଦରକାର ପଡ଼ିଲେ ବର୍ଷ ଆରମ୍ଭରୁ ହିଁ ଆପଣ ଏହି ନୂତନ କୌଶଳ ରେ କାର୍ଯ୍ୟରେ ଲାଗିଯିବେ । ଆପଣ ଅନେକ ଉପାୟ ଖୋଜି ପାଇବେ ଆୟ ପାଇଁ।  

ବିଛା ରାଶି :- ନିଜ ଲୋକମାନେ ଶତ୍ରୁ ହୋଇଯିବେ ଆପଣଙ୍କୁ ଦେଖି ଚାହିଁ ସମସ୍ତଙ୍କ ସହ ରହିବାକୁ ହେବ । ବିବାହ କ୍ଷେତ୍ରରେ ଆପଣଙ୍କୁ ଅନେକ ପ୍ରକାର ପ୍ରସ୍ତାବ ମିଳିବ ଆପଣଙ୍କ ବିବାହ ଏହି ବର୍ଷ ହିଁ ସମ୍ପନ୍ନ ହେବାର ସୂଚନା ମିଳୁଛି।  

ଧନୁ ରାଶି :- ପରିବାର ଲୋକଙ୍କ ଆଶ୍ରିବାଦ ଆପଣଙ୍କୁ ମିଳିବ ଆପଣ ଧୀରେ ଧିରେ ଜୀବନରେ ଆଗକୁ ବଢ଼ିବାକୁ ଲାଗିବେ । ଆପଣ ଅନେକାଂଶ ରେ ନୂଆ ଯୋଜନା ଖୋଜି ପାଇବେ ଏହି ବର୍ଷ ଜୀବନରେ ଆଗକୁ ବଢିବା ପାଇଁ। 

ମକର ରାଶି :- ଆପଣଙ୍କ ଘରେ ଶାନ୍ତିର ବାତାବରଣ ଦେଖା ଦେବ ଅନେକାଂଶରେ ଆପଣ ନୂତନ ନୂତନ କାର୍ଯ୍ୟ କରିବାରେ ସଫଳ ହେବେ। ଏହି ସମସ୍ତ କାର୍ଯ୍ୟ ସଫଳ କରିବାକୁ ଆପଣଙ୍କୁ  କୌଣସି ବନ୍ଧୁ ଙ୍କ ସାହାର୍ଯ୍ୟ ମିଳିବ।  

କୁମ୍ଭ ରାଶି :- ବର୍ଷ ଆରମ୍ଭରେ ଆପଣଙ୍କ ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହେବ ଯାହାଦ୍ବାରା ଆପଣ ମୁଖ୍ୟ ଭାବେ ଚୟନ ହେବେ । ପରିବାର ଲୋକେ ଆପଣଙ୍କୁ ଖୁବ୍ ସମ୍ମାନ କରିବା ସହ ଆପଣଙ୍କ କଷ୍ଟର ମୂଲ୍ୟ ବୁଝିବେ । 

ମୀନ ରାଶି :- ଆପଣଙ୍କୁ ଅନେକ କ୍ଷେତ୍ରରେ ନୂଆ ନୂଆ ଅଫର ମିଳିବ । ଚାକିରୀ କ୍ଷେତ୍ରରେ ଏବଂ ପାଠ ପଢା ସମ୍ପର୍କରେ ଆପଣ ଭାବି ଚିନ୍ତି କୌଣସି ଗୁରୁତ୍ବପୁର୍ଣ ନିଷ୍ପତି ନେବାରେ ସକ୍ଷମ ହେବେ । 

Leave a Reply

Your email address will not be published. Required fields are marked *