ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ରାତି ପାହିଲେ ନୂଆ ବର୍ଷ ଆପଣ ନିହାତି ନୂଆ ବର୍ଷ ପାଇଁ କିଛି ଚିନ୍ତା କରିଥିବେ । କାହିଁକି ନା ନୂଆ ବର୍ଷ ହେଉଛି ଏମିତି ଏକ ଦିନ ଯଦି ଆପଣ ଏହିଦିନ ଖୁସିରେ ରୁହନ୍ତି ଏବଂ ଭଲ କାମ କରନ୍ତି ତେବେ ଏହାର ପ୍ରଭାବ ସାରା ବର୍ଷ ରହିଥାଏ ବୋଲି ଅନୁଭୂତ ହୁଏ । ନୂଆ ବର୍ଷ ରେ ଅନେକ ଭଲ କାମ ଲୋକମାନେ କରିଥାନ୍ତି ତାଙ୍କ ଭାଗ୍ୟରେ ପରିବର୍ତ୍ତନ ଆସିବାକୁ । ନୂଆ ବର୍ଷ ସମସ୍ତଙ୍କ ପାଇଁ ଖୁସି ଆଣିଦେଉ ବୋଲି ସମସ୍ତଙ୍କ ତରଫରୁ ଚେଷ୍ଟା ରହିଥାଏ ।
ନୂଆ ବର୍ଷରେ ଅନେକ ପ୍ରକାର ଶୁଭ କାର୍ଯ୍ୟର ଶୁଭାରମ୍ଭ ମଧ୍ୟ କରିଥାନ୍ତି କିଛି ଲୋକେ । ଅନେକ ଲୋକ ନୂଆ ବର୍ଷରେ ଗଛ ମଧ୍ୟ ଲଗାଇଛନ୍ତି ଏହାଦ୍ବାରା ତାଙ୍କୁ ଶାନ୍ତି ମିଳେ । କିନ୍ତୁ ଆପଣ ଜାଣିଛନ୍ତି କି ଏମିତି କିଛି ଗଛ ରହିଛି ଯଦି ଆପଣ ଏହାକୁ ନୂଆ ବର୍ଷରେ ଲଗାନ୍ତି ତେବେ ଘରେ ସବୁବେଳେ ଧନ ବର୍ଷା ହେବ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଘଟିବ ।
ତେବେ ଯଦି ଏତେ ସାରା ସଫଳତା ଆପଣଙ୍କ ଘରେ ପାଦ ଥୁଏ ତାହା ପୁଣି ଗଛ ଲଗାଇବା ଦ୍ଵାରା ତେବେ ଆପଣ ମଧ୍ୟ ନିଶ୍ଚିନ୍ତ ଗଛ ଲଗାଇବାକୁ ଆଗ୍ରହ ଦେଖାଇବେ । ତେବେ ଆସନ୍ତୁ ଜାଣିବା ନୂଆ ବର୍ଷରେ ଆପଣ କେଉଁ କେଉଁ ଗଛ ଲଗାଇଲେ ଆପଣଙ୍କ ଆଗାମୀ ଜୀବନ ସୁନ୍ଦର ମୟ ହେବ ।
ତୁଳସୀ ଗଛ – ଏହି ଗଛ ହେଉଛି ଦେବୀ ମା ଙ୍କ ଅଂଶ ଏବଂ ସମସ୍ତ ଦେବା ଦେବୀ ଙ୍କ ପାଖରେ ଏହି ଗଛର ପତ୍ର ଲାଗି ହୋଇଥାଏ। ତୁଳସୀ ପତ୍ର ବିନା ଯେ କୌଣସି ପୂଜା ଅସମ୍ପୂର୍ଣ୍ଣ ହୋଇଥାଏ । ଯଦି ଆପଣ ନୂଆ ବର୍ଷରେ ତୁଳସୀ ଗଛ ଟିଏ ଲଗାନ୍ତି ତେବେ ଏହା ଆପଣଙ୍କ ଘରେ ସୁଖ ସମୃଦ୍ଧି ଆଣିଦେବ । ଆର୍ଥିକ ସ୍ତରରେ ଆପଣ ଧୀରେ ଧିରେ ଉପରକୁ ଉଠିବାକୁ ଲାଗିବେ ।
ମନି ପ୍ଲାଣ୍ଟ ଗଛ – ମନି ପ୍ଲାଣ୍ଟ ଗଛ ଯଦି ଆପଣ ନୂଆ ବର୍ଷରେ ଘରେ ଲଗାନ୍ତି ତେବେ ଏହା ଦ୍ବାରା ଆପଣଙ୍କ ଘରେ ପ୍ରଚୁର ଧନ ପ୍ରାପ୍ତି ହେବାର ରାସ୍ତା ଖୋଲି ଦେଇଥାଏ । ଘର ଆଗ୍ନେୟ କୋଣରେ ଆପଣ ମନି ପ୍ଲାଣ୍ଟ ଗଛଟିକୁ ଲଗାଇ ପାରିବେ । ଏହା ଦ୍ବାରା ସୁଖ ସମୃଦ୍ଧି ଟଙ୍କା ପଇସା ସବୁକିଛି ଲାଭ ହୋଇଥାଏ ।
ଶନି ଗଛ – ରାହୁ କେତୁ ଏବଂ ଭଗବାନ ଶନିଦେବ ଙ୍କ କୃପା ଆପଣ ପାଇବାକୁ ଚାହୁଁଥିଲେ ଏହି ଗଛ ନିହାତି ଭାବେ ନିଜ ଘରେ ନୂଆ ବର୍ଷରେ ଲଗାନ୍ତୁ ଯାହାଦ୍ବାରା ଆପଣଙ୍କ ଆଗାମୀ ଜୀବନ ସୁଖମୟ ହେବା ସହ ଅନେକ ବାଧା ବିଘ୍ନ ଦୂର ହୋଇଯିବ ।