ଫୁଣି ବଡ ବିବାଦରେ ଫସିଲେ ଅନୁଭବ ମହାନ୍ତି | ଜାଣନ୍ତୁ କଣ ସେହି ନୂଆ ବିବାଦ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଅନୁଭବ ମହାନ୍ତି ଙ୍କୁ ବେଶ୍ ଭଲ ଭାବେ ଜାଣିଥିବେ । ଅନୁଭବ ମହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଅଭିନେତା ଏବଂ ଜଣେ ସାଂସଦ ମଧ୍ୟ । ଓଡ଼ିଶାରେ ତାଙ୍କର ଖୁବ୍ ଲୋକପ୍ରିୟତା ରହିଛି । ଅନୁଭବ ମହାନ୍ତି ଙ୍କ ଅନେକ ଫ୍ୟାନ ସୋସିଆଲ ମିଡିଆରେ ଥିବା ବେଳେ ଅନୁଭବ ମହାନ୍ତି ଙ୍କୁ ଖୁବ୍ ଭଲ ପାଇବା ଦେଉଛନ୍ତି ସମସ୍ତେ । 

ଗତ ୨-୩ ବର୍ଷ ହେବ ଅନୁଭବ ମହାନ୍ତି ବିବାଦ ଘେରରେ ରହିଥିବା ବେଳେ ନୂଆ ନୂଆ ବିବାଦରେ ସାମ୍ନାକୁ ଆସୁଛନ୍ତି । ପୂର୍ବରେ ପାରିବାରିକ ବିବାଦ ଏବଂ ସମୟ ପରିବର୍ତ୍ତନ କ୍ରମେ ଅନ୍ୟାନ୍ୟ ବିବାଦ ଦେଖା ଯାଉଛି । ଗତ କିଛିଦିନ ତଳେ ରାଣୀ ପଣ୍ଡା ଏବଂ ଅନୁଭବ ଙ୍କ ଚର୍ଚ୍ଚା ସୋସିଆଲ ମିଡିଆରେ ଜୋର୍ ଧରିଥିବା ବେଳେ ବର୍ତ୍ତମାନ ପୁଣି ଏକ ଚର୍ଚ୍ଚା ଜୋର୍ ଧରିଛି । 

ଏହି ଚର୍ଚ୍ଚାରେ ଅନୁଭବ ଙ୍କ ଏକ ଟ୍ୱିଟ ସାମ୍ନାକୁ ଆସିଛି ଯେଉଁଥିରେ ଅନୁଭବ ମହାନ୍ତି ଙ୍କ ନାରୀ ମାନଙ୍କୁ ମତ ଦେବା ପଡ଼ିଛି ମହଙ୍ଗା । ଅନୁଭବ ମହାନ୍ତି ନିଜ ଟ୍ୱିଟର ଆକାଉଣ୍ଟ ରେ ନାରୀ ମାନଙ୍କୁ ନେଇ ଏକ ମତ ରଖିଛନ୍ତି ଯେଉଁଥିରେ ପୁରୁଷଙ୍କ ବିନା ନାରୀ ମାନଙ୍କ ଅସ୍ତିତ୍ବ ନାହିଁ ବୋଲି ଲେଖିଛନ୍ତି ଅନୁଭବ ମହାନ୍ତି । ତେବେ ଏପରି ଲେଖିଥିବାରୁ ବର୍ତ୍ତମାନ ଏହା ଏକ ବିବାଦ ପୂର୍ଣ୍ଣ ବୟାନ ଭାବେ ସାମ୍ନାକୁ ଆସିଛି । 

ଏହାକୁ ମହିଳା ସାମାଜିକ କର୍ମୀ ବିରୋଧ କରିଥିବା ବେଳେ ବର୍ତ୍ତମାନ ନାରୀ ମାନଙ୍କ ଅସ୍ତିତ୍ବ କିପରି ରହିଛି ତାହା ସାମ୍ନାକୁ ଆଣିଛନ୍ତି । ସମାଜସେବୀ ଶୁଚିସ୍ମିତା ପୃଷ୍ଟି  ଏହି ଘଟଣା ଉପରେ ମୁଁହ ଖୋଲିଛନ୍ତି । ସମାଜସେବୀ ଙ୍କ କହିବା ଅନୁଯାୟୀ ଅନୁଭବ ମହାନ୍ତି ଆଜି ଏ ଦୁନିଆରେ ଅଛନ୍ତି କେବଳ ତାଙ୍କ ମା ଙ୍କ ପାଇଁ ସେ ମଧ୍ୟ ନାରୀ ଟିଏ ତେବେ ସେ ନାରୀ ଜାତିକୁ ଏତେ ତଳକୁ ରଖି କେମିତି ସେ ଏମିତି ବୟାନ ରଖିପାରିଲେ। 

ଭଗବାନ ଙ୍କ ନିୟମ ଅନୁଯାୟୀ ନାରୀ ପୁରୁଷ ଉଭୟ ପରି ପୁରକ । ଦୁହେଁ ଦୁହିଁଙ୍କ ପାଇଁ ଅଟନ୍ତି ବାସ୍ତବରେ ଅନୁଭବ ମହାନ୍ତି ଙ୍କ ବାସ୍ତବ ଜୀବନରେ ଅନେକ ବିବାଦ ଘଟଣା ଦେଖିବାକୁ ମିଳିଛି କିନ୍ତୁ ତା ମାନେ ନୁହେଁ ଯେ ଗୋଟିଏ ନାରୀର ପୁରୁଷ ବିନା ଅସ୍ତିତ୍ବ ନାହିଁ । ଏପରି କହିବା ସମ୍ପୂର୍ଣ ଭୁଲ ହେବ । ନାରୀ ପୁରୁଷ ଗୋଟିଏ ମୁଦ୍ରା ର ଦୁଇଟି ପାର୍ଶ୍ଵ ସଦୃଶ୍ୟ । 

ତେଣୁକରି ଅନୁଭବ ମହାନ୍ତି  ଏତେବଡ଼ ଟ୍ୱିଟ କରିବା ଆଗରୁ ଭାବିବା ଉଚିତ । ନାରୀ ମାନେ ବିନା ପୁରୁଷ ରେ ଅନେକ କାର୍ଯ୍ୟ ଆଜିକାଲି କଲେଣି ଏବଂ ବହୁତ୍ ଆଗକୁ ବଢ଼ିଲେଣି ତେବେ ଏହି ଟ୍ୱିଟ ଅନୁଯାୟୀ ନାରୀ ମାନଙ୍କ ପୁରୁଷ ମାନଙ୍କ ବିନା ଅସ୍ତିତ୍ବ ନାହିଁ ଏହା କହିବା ସମ୍ପୂର୍ଣ ଭୁଲ ଅଟେ ।

Leave a Reply

Your email address will not be published. Required fields are marked *