ଆସିଲା ସମନ ଜେଲ ଯିବେ କି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦେଖନ୍ତୁ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଏକ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ବେଶ୍ ଭଲ ଭାବେ କିଛି ବର୍ଷ ହେବ ଅନୁଭବ ବର୍ଷା ପ୍ରିୟଦର୍ଶିନୀ ମାମଲାରେ ବିବାଦ ଲାଗି ରହିଛି । ବର୍ତ୍ତମାନ ସୁଦ୍ଧା ଏହି ଷ୍ଟାର ଦମ୍ପତି ଙ୍କ କ୍ଷେତ୍ରରେ ଅନେକ ବିବାଦ ଦେଖିବାକୁ ମିଳୁଛି । ପରସ୍ପର ଙ୍କୁ ଏକାଠି ହୋଇ ନହେଲେ ବି ଅନ୍ୟାନ୍ୟ ବିବାଦ ଲାଗି ରହୁଛି । ବାକି ଦୁହେଁ ଦୁହିଁଙ୍କ ଜୀବନରେ ଆଗକୁ ବଢିବା ପାଇଁ ଲକ୍ଷ ସ୍ଥିର କରି ସାରିଛନ୍ତି ହେଲେ କୌଣସି ନା କୌଣସି ବିବାଦ ଘେରରେ ଫସି ଯାଉଛନ୍ତି ଉଭୟ ।

 

ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ସୁନାମଧନ୍ୟ ଅଭିନେତ୍ରୀ ହୋଇଥିବା ବେଳେ ଅନୁଭବ ମହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଅଭିନେତା । ଦୁହେଁ ପ୍ରେମ ପରେ ବିବାହ କରିଥିବା ବେଳେ କିଛିଦିନ ପରେ ଦୁହିଁଙ୍କ ବିବାହ କ୍ଷେତ୍ରରେ ବିବାଦ ଦେଖା ଯାଇଥିଲା । ବର୍ତ୍ତମାନ ସୁଦ୍ଧା ଦୁହିଁଙ୍କ ଘଟଣା ଟି କୋର୍ଟ ରେ ବିଚାରଧୀନ ଅବସ୍ଥାରେ ରହିଛି । ଆଗକୁ ଦୁହିଁଙ୍କ ଘଟଣା କେଉଁ ମୋଡ ନେବ ତାହା ଆଗାମୀ ସମୟରେ ଜଣା ପଡ଼ିବ । ତେବେ ବର୍ତ୍ତମାନ ସମୟରେ ଅନ୍ୟ ଏକ ବିବାଦରେ ଛନ୍ଦି ହୋଇ ଗଲେଣି ବର୍ଷା ପ୍ରିୟଦର୍ଶିନୀ ।

 

ବର୍ଷା ଙ୍କ ଘର ବର୍ତ୍ତମାନ ତାଲା ପଡ଼ିଥିବା ବେଳେ ବର୍ଷା ଙ୍କ ଘର ବାହାରେ ବର୍ତ୍ତମାନ ଲାଗି ଯାଇଛି କୋର୍ଟ ରେ ନୋଟିସ।  ଏହି ନୋଟିସ ରେ ପଟିଆଲା କୋର୍ଟ ର ନିର୍ଦ୍ଦେଶ ରହିଛି ଜାନୁଆରୀ ମାସ ୪ ତାରିଖରେ ଠିକ୍ ସମୟରେ କୋର୍ଟ ରେ ପହଞ୍ଚି ଯିବାପାଇଁ । ଏହି ନୋଟିସ ରେ ଜାତିଆଣ ଆକ୍ଷେପ କୁ ନେଇ ଜାରି କରାଯାଇଛି । ଏହି ନୋଟିସ ତରଫରୁ ବର୍ଷା ଙ୍କୁ ଜାତିଆଣ ଆକ୍ଷେପ କରିବା ବା ଏହାକୁ ଆଧାର କରି ଗାଳିଗୁଲଜ କରିବା IPC ୫୦୬ ଧାରା ଅନୁଯାୟୀ ଏହା ଏକ ଦଣ୍ଡନୀୟ ଅପରାଧ ଅଟେ।  

 

ଏହି ନୋଟିସ ରେ ବର୍ଷା ପ୍ରିୟଦର୍ଶିନୀ, ଆୟୁଷି ପ୍ରିୟଦର୍ଶିନୀ , ଏବଂ ଦୀପା ସାହୁ ଙ୍କୁ ଜାନୁଆରୀ ୪ ତାରିଖରେ କୋର୍ଟ ରେ ହାଜର ହେବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିର୍ଦ୍ଦେଶ ଅନୁଭବ ମହାନ୍ତି ଙ୍କ ଅଙ୍ଗରଖି ସୁଜିତ୍ ଦଳେଇ ଙ୍କ ଅଭିଯୋଗ କ୍ରମେ ହୋଇଛି ତେଣୁକରି ସମନ ପାଇଁ ବର୍ଷା ଙ୍କୁ କୋର୍ଟ ଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ୨୦୧୯ ମସିହାରେ ବର୍ଷା ପ୍ରିୟଦର୍ଶିନୀ ଅନୁଭବ ମହାନ୍ତି ଙ୍କ ଅଙ୍ଗରଖି ସୁଜିତ୍ ଦଳେଇ ଙ୍କୁ  ଜାତିଆଣ ଗାଳି ଗୁଲଜ କରିଥିଲେ ।

 

ସୁଜିତ୍ ଏହାର ପ୍ରତିବାଦ ସେତେବେଳେ କରି ନଥିଲେ ମାତ୍ର ଅନୁଭବ ବର୍ଷା ଙ୍କ ବିବାଦ ପରେ ପରେ ସୁଜିତ୍ ଦଳେଇ ଏହାର ଅଭିଯୋଗ କରିଥିଲେ । ୨୦୨୨ ରେ ସୁଜିତ୍ ଏହାର ଅଭିଯୋଗ କରିଥିବା ବେଳେ ବର୍ଷା ଙ୍କୁ ଏହାର ନୋଟିସ ହୋଇଛି । ତେବେ ଏହି ଘଟଣାକୁ ଆଧାର କରି ଏକ ସମନ ଜାରି କରିଛି ପଟିଆଲା କୋର୍ଟ ଯେଉଁଥିରେ ଜାନୁଆରୀ ୪ ତାରିଖରେ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଉପସ୍ଥିତ ହେବାକୁ ନୋଟିସ ମିଳିଛି ।

Leave a Reply

Your email address will not be published. Required fields are marked *