ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଓଡ଼ିଆ ଫିଲ୍ମ ରେ ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କୁ ତ ବେଶ୍ ଭଲ ଭାବେ ଜାଣିଥିବେ । ଅନେକ ଚଳଚ୍ଚିତ୍ର ରେ ମୁଖ୍ୟ ନାୟିକା ଭାବରେ ସାମ୍ନାକୁ ଆସିଛନ୍ତି ଜ୍ୟୋତି ମିଶ୍ର । ଜ୍ୟୋତି ମିଶ୍ର ଙ୍କୁ ଦର୍ଶକ ମାନେ ଖୁବ୍ ଭଲ ପାଇବା ଦିଅନ୍ତି । ୯୦ ଦଶକର ପ୍ରତିଷ୍ଠିତ ଅଭିନେତ୍ରୀ ଭାବେ ସାମ୍ନାକୁ ଆସିଥିଲେ ଜ୍ୟୋତି ମିଶ୍ର । ଏହା ଛଡା ବର୍ତ୍ତମାନ ସୁଦ୍ଧା ଅନେକ ରିଆଲିଟି ଶୋ ରେ ଜଜ ଭୂମିକାରେ ମଧ୍ୟ ସାମ୍ନାକୁ ଆସିଛନ୍ତି ।
ଜ୍ୟୋତି ମିଶ୍ର ଙ୍କ ଫିଲ୍ମ ଏବଂ ସେ ଅଭିନୟ କରିଥିବା ପ୍ରତ୍ୟେକ ଫିଲ୍ମ ଗୀତ ଗୁଡ଼ିକ ମଧ୍ୟ ସୁପରହିଟ ହୋଇଛି । ସେ ମଧ୍ୟରୁ ସବୁଠାରୁ ବେଶୀ ଚର୍ଚ୍ଚାର ବିଷୟ ପାଲଟିଥିଲା ତୋ ଆଖି ମୋ ଆଇନା । ବର୍ତ୍ତମାନ ସୁଦ୍ଧା ଜ୍ୟୋତି ମିଶ୍ର ଙ୍କୁ ସମସ୍ତେ ଭଲରେ ଜାଣନ୍ତି ଏବଂ ତାଙ୍କ ସୁନ୍ଦର ଅଭିନୟ ସମ୍ପର୍କରେ ସମସ୍ତେ ଜାଣିଥାନ୍ତି । ଜ୍ୟୋତି ମିଶ୍ର ଙ୍କୁ ବାସ୍ତବ ଜୀବନରେ ଅନେକ ଲୋକ ଜାଣନ୍ତି । ଜ୍ୟୋତି ମିଶ୍ର ଜଣେ ସୁନ୍ଦର ମଣିଷ ଭାବେ ଅନେକ ଲୋକ କୁହନ୍ତି । ଜ୍ୟୋତି ମିଶ୍ର ଙ୍କ ଜୀବନଶୈଳୀ ମଧ୍ୟ ଖୁବ୍ ସରଳ ଅଟେ ।
ତେବେ ଜ୍ୟୋତି ମିଶ୍ର ଙ୍କ ଏକ ସ୍ବତନ୍ତ୍ର ସାକ୍ଷାତକାର ହୋଇଥିବା ବେଳେ ଜ୍ୟୋତି ମିଶ୍ର ତାଙ୍କ ବିଷୟରେ କିଛି ଅଭୁଲା କଥା କହିଛନ୍ତି ଯାହାକି ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ଯାଇଛି । ମନ ଖୋଲି ଏହି ସାକ୍ଷାତକାର ରେ କଥା ହୋଇଛନ୍ତି ଜ୍ୟୋତି ମିଶ୍ର । ଅଭିନେତ୍ରୀ ଜ୍ୟୋତି ମିଶ୍ର ଙ୍କୁ ତାଙ୍କ ସୁନ୍ଦରତା ର ରାଜ ପଚରା ଯିବାରୁ ସେ କିଛି ପ୍ରଶଂସା ଭଗବାନ ଙ୍କୁ ଆଉ କିଛି ପ୍ରଶଂସା ମେକଅପ କୁ ଦେଇଥିଲେ ।
ଜ୍ୟୋତି ମିଶ୍ର ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରି ରେ ପ୍ରଥମେ ପାଦ ଦେଇଥିଲେ ସେତେବେଳେ ସେ ସର୍ବ ପ୍ରଥମେ ମଡେଲିଂ ରୁ ହିଁ ଆରମ୍ଭ କରିଥିଲେ । ତେବେ ଏହି କ୍ଷେତ୍ରରେ ହିଁ ତାଙ୍କ ଜୀବନ ଆରମ୍ଭ ହେଲା ଏହା ପରେ ତାଙ୍କୁ ସାଉଥ୍ , କଲିକତା , ଚେନ୍ନାଇ ଅନେକ ଆଡୁ ଆଡ ସୁଟିଙ୍ଗ କରିବା ପାଇଁ ଅଫର ଆସିଥିଲା ଯାହାକୁ ନେଇ ଧୀରେ ଧିରେ ଆଗକୁ ବଢିଥିଲେ ଜ୍ୟୋତି ମିଶ୍ର । ଜ୍ୟୋତି ସାଉଥ୍ ଇଣ୍ଡଷ୍ଟ୍ରି ରେ ଏକ ଗହଣା ଆଡ ସୁଟିଙ୍ଗ କରିଥିଲେ ।
ଧୀରେ ଧିରେ ଅନ୍ୟାନ୍ୟ ରୋଲ କରିବାପାଇଁ ଆଗେଇଥିଲେ ଜ୍ୟୋତି ମିଶ୍ର । ଜ୍ୟୋତି ମିଶ୍ର କେବେ ମଧ୍ୟ ଭାବି ନଥଲେ ଅଭିନୟ କରିବେ ବୋଲି ସେତେବେଳେ ତାଙ୍କର ପୁରା ଧ୍ୟାନ ପାଠପଢ଼ାରେ ଥିଲା । କିନ୍ତୁ ଧୀରେ ଧୀରେ ଅଭିନୟ କରୁ କରୁ ଅଭିନୟ ଦୁନିଆରେ ଛନ୍ଦି ହୋଇଗଲେ ଜ୍ୟୋତି ମିଶ୍ର । ଜ୍ୟୋତି ମିଶ୍ର ବର୍ତ୍ତମାନ ପର୍ଯ୍ୟନ୍ତ ହିଟ ଥିବା ଝୁଲଣ ମହାନ୍ତି ଗୀତରେ ମୁଖ୍ୟ ଅଭିନେତ୍ରୀ ଥିଲେ ଯାହାକି ଏବେ ପର୍ଯ୍ୟନ୍ତ ଲୋକମାନେ ଭଲ ପାଉଛନ୍ତି ।
ଏହା ଛଡ଼ା ରାମା ରେ ରାମା ରେ ଗୀତରେ ମଧ୍ୟ ଜ୍ୟୋତି ମିଶ୍ର ସମସ୍ତଙ୍କ ସାମ୍ନାରେ ଆସିଥିଲେ ମୁଖ୍ୟ ନାୟିକା ରୂପରେ । ଧୀରେ ଧିରେ ଫିଲ୍ମ ଦୁନିଆରେ ପାଦ ଥାପି ନିଜର ସ୍ଵତନ୍ତ୍ର ଜାଗା କରିବାରେ ସକ୍ଷମ ହେଲେ ଜ୍ୟୋତି ମିଶ୍ର ଏବଂ ଖୁବ୍ କମ ସମୟରେ ହିଁ ଲୋକପ୍ରିୟତା ହାସଲ କରିପାରିଥିଲେ ।