ICU ରେ ଭର୍ତ୍ତି ହେଲେ ପ୍ରତାପ ଷଡ଼ଙ୍ଗୀ, ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ICU ରେ ଭର୍ତ୍ତି ହେଲେ ପ୍ରତାପ ଷଡ଼ଙ୍ଗୀ,ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରତାପ ଷଡ଼ଙ୍ଗୀ ହେଇଛନ୍ତି ଜଣେ ଲୋକପ୍ରିୟ ନେତା ଏବଂ ସେ ବଜରଙ୍ଗ ଦଳ, ରାଷ୍ଟ୍ରୀୟ ସ୍ୱୟଂସେବକ ସେନା, ବିଶ୍ୱ ହିନ୍ଦୁ ପରିଷଦ ଓ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ଏବଂ ଅଧୁନା ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଜଣେ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୪ ଓ ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ନୀଳଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ ଓ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

 

୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୭ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।ସେ ବାଲେଶ୍ୱର ରୁ ବିଜେପି ଦଳରେ ଯୋଗ ଦେଇ ସେ ବିଜେପି ତରଫରୁ ଠିଆ ହୋଇଥିଲେ ଏବଂ ୨୦୧୯  ମସିହା ରେ ହୋଇଥିବା ନିର୍ବାଚନରେ ବିଜୟୀ ହୋଇ ଥିଲେ ଏବଂ ମୋଦୀଙ୍କ ନିର୍ଦ୍ଦେଶ କ୍ରମେ ସେ କେନ୍ଦ୍ରମନ୍ତ୍ରୀ ଭାବରେ ଯୋଗ ଦେଇଥିଲେ। କିଛି ଦିନ ପୂର୍ବରୁ ସେ ସେହି ପଦରୁ ଇସ୍ତଫା ଦେଇଥିଲେ ଯାହା ସେତେବେଳେ ବହୁତ ଜୋର ଚର୍ଚ୍ଚା ହେଉଥିଲା।

 

ଏବେ ଶୁଣିବାକୁ ମିଳୁଛି କି ତାଙ୍କର ସ୍ବାସ୍ଥ୍ୟବସ୍ତା ଗୁରୁତର ହୋଇଛି ଏବଂ ତାଙ୍କୁ ଫକିର ମୋହନ ମେଡ଼ିକାଲ କଲେଜରେ ଆଡ଼ମିଶନ କରାଯାଇଛି।ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର କି ତାଙ୍କୁ ଏମିତି ଥଣ୍ଡା ,ଜର ହୋଇଛି ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ଜାଣିବାକୁ ମିଳିଛି ଯେ ସେ ତିନି ରୁ ଚାରି ଦିନ ଧରି ଥଣ୍ଡା ଏବଂ ଜରରେ ପୀଡ଼ିତ ଥିଲେ କିନ୍ତୁ ଆଜି ଦୁର୍ବଳ ଅନୁଭବ ହେବାରୁ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥିତ ଫକିର ମୋହନ ମେଡିକାଲ୍ କଲେଜ ରେ ଆଇସିୟୁ ରେ ଭର୍ତ୍ତି କରାଯାଇଛି।

 

ଶୁଣିବାକୁ ମିଳୁଛି କି ଏହା ନିମୋନିଆ ଆଡ଼କୁ ଗତି କରୁଛି।ହସ୍ପିଟାଲ ରେ ତାଙ୍କୁ ଆଇସିୟୁ ଆର୍ ଭର୍ତ୍ତି କରିବା ପରେ ତାଙ୍କୁ ଡକ୍ଟର ମାନଙ୍କ ଦ୍ଵାରା ତାଙ୍କର ସେବା ଏବଂ ଧ୍ୟାନ ରଖାଯାଉଛି।ପୂର୍ବରୁ ତାଙ୍କର ହାର୍ଟ ଅପରେସନ ହୋଇଥିଲା।ସେଥିପାଇଁ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥିତ ଫକିର ମୋହନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ତାଙ୍କର ସ୍ବାସ୍ଥ୍ୟବସ୍ଥା ଏତେ ଗୁରୁତ୍ୱର ନୁହେଁ ବୋଲି ହସ୍ପିଟାଲ ର ସିଡିଏମଓ ପ୍ରକାଶ କରିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *