ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ MP ପ୍ରତାପ ଷଡ଼ଙ୍ଗୀ ଙ୍କୁ ତ ବେଶ୍ ଭଲଭାବେ ଜାଣିଥିବେ । ବହୁତ୍ ଭଲ ଭଲ କାମ କରି ଆଗକୁ ବଢୁଥିବା ପ୍ରତାପ ଷଡ଼ଙ୍ଗୀ ଙ୍କୁ ନେଇ ବର୍ତ୍ତମାନ ଆସିଯାଇଛି ଏକ ଦୁଃଖ ଖବର ଯେଉଁଥିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିବାର ସୂଚନା ମିଳିଛି । ସ୍ବାସ୍ଥ୍ୟାବସ୍ଥା ଖରାପ କାରଣରୁ ICU ରେ ଭର୍ତି ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ ।
ତେବେ ତାଙ୍କର ଏହିପରି ହଠାତ୍ ଅବସ୍ଥା ଖରାପ କଥା ଜାଣି ସମସ୍ତଙ୍କ ମନରେ ଦୁଃଖ ପ୍ରକାଶ ହୋଇଛି ଏବଂ ଶୀଘ୍ର ତାଙ୍କର ଆରୋଗ୍ୟ ପାଇଁ ଓଡ଼ିଶାବାସୀ କାମନା ମଧ୍ୟ କରିଛନ୍ତି ।ପ୍ରତାପ ଷଡ଼ଙ୍ଗୀ ଙ୍କୁ ଲୋକମାନେ ସ୍ନେହରେ ପ୍ରତାପ ନନା ବୋଲି ସମ୍ବୋଧିତ କରନ୍ତି । ପ୍ରତାପ ଷଡ଼ଙ୍ଗୀ ଅନେକ ସାମାଜିକ କାର୍ଯ୍ୟ କରି ଚର୍ଚ୍ଚାରେ ରହି ଆସିଛନ୍ତି । MP ହେବା ଆଗରୁ ଅନେକ କାର୍ଯ୍ୟ କରି ଲୋକମାନଙ୍କ ହୃଦୟରେ ରାଜ କରନ୍ତି ପ୍ରତାପ ଷଡ଼ଙ୍ଗୀ ।
ତେବେ ହଠାତ୍ ତାଙ୍କ ଦେହ ଖରାପ ହେବା କାରଣରୁ ତାଙ୍କୁ ବାଲେଶ୍ଵର ସ୍ଥିତ ଫକିର ମୋହନ ମେଡିକାଲ କଲେଜ୍ ରେ ଭର୍ତି କରାଯାଇଛି । ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ସହ ୩ ଦିନ ଧରି ଥଣ୍ଡା ଜରରେ ଆକ୍ରାନ୍ତ ହୋଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡିବା କାରଣରୁ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ ଅନୁଭବ କରିଥିଲେ ଯାହାଦ୍ବାରା ତାଙ୍କୁ ମେଡିକାଲ ରେ ଭର୍ତି କରାଯାଇଛି ।
ପ୍ରତାପ ଷଡ଼ଙ୍ଗୀ ଥଣ୍ଡା ଜରରେ ଆକ୍ରାନ୍ତ ହୋଇଥିବା ବେଳେ ଯେତେବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ତାଙ୍କୁ ଆଉ ଡେରି ନକରି ଶୀଘ୍ର ICU ରେ ଭର୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା କୁ ଲକ୍ଷ କରି ଜାଣିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ତାଙ୍କ ସ୍ଥିତି ବର୍ତ୍ତମାନ ନିମୋନିଆ ଆଡ଼କୁ ଗତି କରୁଛି । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଡାକ୍ତର ମାନଙ୍କ ପ୍ରତ୍ୟେକ ମୁହୂର୍ତ୍ତରେ ନଜର ରହିବା ସହ ତାଙ୍କ ଆଗାମୀ ସ୍ଥିତି କେମିତି ନିୟନ୍ତ୍ରଣ କୁ ଆସିବ ସେ ନେଇ ମଧ୍ୟ ଚେଷ୍ଟା ଜାରି ରହିଛି । I
CU ମଧ୍ୟରେ ତାଙ୍କ ମୁହଁରେ ଅମ୍ଳଜାନ ଦିଆଯାଇଥିବାର ମଧ୍ୟ ଦେଖା ଯାଇଛି ଯେଉଁଥିରେ ତାଙ୍କ ନିଶ୍ବାସ ପ୍ରଶ୍ବାସ ହେବାର କୌଣସି ଅସୁବିଧା ହେବନାହିଁ । ଡାକ୍ତର ଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଶେଷ ଭାବେ ଗୁରୁତର ନଥିବା ବେଳେ ଅଧିକ ଦୁର୍ବଳ ହୋଇଯାଇଛନ୍ତି ପ୍ରତାପ ଷଡ଼ଙ୍ଗୀ । ଥଣ୍ଡା ଜରରେ ୩ ଦିନ ହେବ ପୀଡିତ ଥିବାବେଳେ ଛାତିରେ ମଧ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ଏବଂ ଆଗରୁ ତାଙ୍କର ହାର୍ଟ ସର୍ଜରୀ ମଧ୍ୟ ହୋଇଥିଲା ଯାହା ଫଳରେ ତାଙ୍କୁ ICU ରେ ଭର୍ତି କରାଯାଇଛି । ଆଗାମୀ ଦିନରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାର ପରିବର୍ତ୍ତନ ପାଇଁ ମେଡିକାଲ ଟିମ୍ ତରଫରୁ ଚେଷ୍ଟା କରାଯାଉଛି ।