ଆସିଲା କରୋନା ର ନୂଆ ଗାଇଡଲାଇନ | ଜାଣନ୍ତୁ କଣ ନୂଆ ଗାଇଡଲାଇନ…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚିନ୍ତା ବଢ଼ାଇଲାଣି କରୋନା ଭାଇରସ୍ । କୋଭିଡ଼ ପାଇଁ ଆସିଲା ନୂଆ ଗାଇଡ ଲାଇନ୍ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବନ୍ଧୁଗଣ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ ଯାହା ଜଣା ପଡ଼ିଛି ରୂପ ବଦଳାଇବାରେ ଲାଗିଛି କରୋନା ମହାମାରୀ । ଦେଶରେ ବର୍ତ୍ତମାନ କରୋନାର ନୂଆ ମାମଲା ଦେଖିବାକୁ ମିଳିଛି । ଯାହା  କରୋନା ଏକ୍ସବିବି ୧.୫ ଭ୍ୟାରିଆଣ୍ଟ ନାମରେ ଚିହ୍ନଟ କରାଯାଇଛି । ଏପର୍ଯ୍ୟନ୍ତ ଏହି ନୂଆ ଭ୍ୟାରିଆଣ୍ଟର ଲକ୍ଷଣ, ଭୟଭୟତା କେତେ ହେବ ତାହା ଜଣାପଡିନାହିଁ । ଏହାର ପରୀକ୍ଷଣ ଚାଲିଥିବା ବେଳେ ରାଜ୍ୟରେ ଏହାର ନମୁନା ଦେଖିବାକୁ ମିଳିଲାଣି । ବର୍ତ୍ତମାନ ରାଜ୍ୟରେ ପ୍ରାୟ ୫୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇସାରିଲେଣି ।

 

ଆଗକୁ ସଂକ୍ରମଣ ବଢିବା ସହ ସଂଖ୍ୟା ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି । ତେବେ ଏହାରି ମଧ୍ୟରେ ବିଦେଶରେ କରୋନା ସ୍ଥିତିକୁ ଦେଖି ସତର୍କ ହୋଇଛି ଭାରତ । ଭାରତକୁ ଆସିବା ପୂର୍ବରୁ ଆର୍-ଟି-ପି-ସି-ଆର୍ ଟେଷ୍ଟ ବାଧ୍ୟତାମୂଳକ । ୬ ଦେଶରୁ ଭାରତ ଆସୁଥିଲେ ଆରଟିପିସିଆର୍ ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଏହି ୬ ଦେଶ ହେଲା ଚୀନ, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଓ ଥାଇଲାଣ୍ଡ । ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବେ ଆର୍-ଟି-ପି-ସି-ଆର୍ ଟେଷ୍ଟ ରିପୋର୍ଟ ।

 

ତେବେ ବନ୍ଧୁଗଣ ଜାନୁଆରୀ ପହିଲାରୁ କଟକଣା କଡ଼ାକଡ଼ି ହେବ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା । ଚୀନ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏବେ ମହାମାରୀ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଠାବ ହୋଇଛି । ଯାହାକି ଆଗକୁ ଚତୁର୍ଥ ଲହର ଆସିବାର ସମ୍ଭାବନା ବୋଲି ଭୟ ପ୍ରକାଶ କରିଛି । ପୂର୍ବରୁ କରୋନାର ଦ୍ୱିତୀୟ ଲହର ବେଳେ ସାରା ଦେଶ ଯେଉଁ ସାଂଘାତିକ ସ୍ଥିତି ଦେଇ ଗତି କରିଥିଲା, କିପରି ସେଭଳି ଅବସ୍ଥା ଆଉ ନଉପୁଜିବ, ସେଥିପାଇଁ କେନ୍ଦ୍ର ସରକାର ଓ ରାଜ୍ୟଗୁଡ଼ିକ ପ୍ରସ୍ତୁତ ହୋଇଛନ୍ତି ।

 

ଯଦି ସଂକ୍ରମଣ ବଢ଼େ, ତାହେଲେ ସମ୍ଭାବ୍ୟ ସ୍ଥିତିର କିଭଳି ମୁକାବିଲା କରାଯିବ, ଏନେଇ ଏବେଠାରୁ ଆକଳନ କରାଯାଉଛି । ସେପଟେ ଦେଶବାସୀଙ୍କୁ ସତର୍କ ଓ ସଚେତନ ରହିବାକୁ ମୋଦି ପରାମର୍ଶ ଦେଇଥିବା ବେଳେ ସମସ୍ତେ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ଜାନୁଆରୀରୁ ପୁଣି କଟକଣା ଲେଉଟିବା ନେଇ ବଡ଼ ପ୍ରଶ୍ନ ଉଠୁଛି । ତେବେ ଭାରତରେ ଯେପରି ସଂକ୍ରମଣ ନବ୍ୟାପେ, ସେଥିପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *