ବହୁତ ଦିନ ଧରି ବନ୍ଦ ହୋଇରହିଥିବା ସୁପ୍ରସିଦ୍ଧ କିଶୋର ଭାଇ ମଟନ୍ ଦୋକାନ ପୁଣି ଖୋଲିଲା | ଜାଣନ୍ତୁ କିଶୋର ଭାଇ ମଟନ ର ନୂଆ ଠିକଣା…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବହୁତ ଦିନ ଧରି ବନ୍ଦ ହୋଇରହିଥିବା ସୁପ୍ରସିଦ୍ଧ କିଶୋର ଭାଇ ମଟନ୍ ଦୋକାନ ପୁଣି ଖୋଲିଲା।ଆସନ୍ତୁ ଜାଣିବା ଏହି ବିଷୟ ରେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

         

ଏହି ଦୁନିଆ ରେ ବିଭିନ୍ନ ପ୍ରକାର ଖାଇବା ରହିଛି।ଏବଂ ସବୁ ଖାଇବାର ରାନ୍ଧିବା ପ୍ରଣାଳୀ ଅଲଗା ରହିଥାଏ। ଖାଦ୍ୟ ରାନ୍ଧିବା ମଧ୍ୟ ଏକ କଳା।ଏବଂ ଏହି କଳା ସବୁ ଲୋକଙ୍କ ପାଖରେ ନଥାଏ।କିଛି ଲୋକ ଅଛନ୍ତି ଯେଉଁମାନେ ଅତି ସୁଆଦିଆ ଖାଦ୍ୟ ତିଆରି କରିଥାନ୍ତି ଯେ ଯିଏ ସେହି ଖାଦ୍ୟ ଖାଇବ ତାର ମନ ପୂରି ଯିବ।ବର୍ତ୍ତମାନ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର ର ଖାଦ୍ୟ ଦୋକାନ ବସାଉଛନ୍ତି ଲୋକମାନେ।

 

ଯାହା ଫଳରେ ସେହି ସ୍ଥାନକୁ ବୁଲିବାକୁ ଆସୁଥିବା କିମ୍ବା ଅନ୍ୟ ଲୋକ ମାନେ ସେଥି ଖାଇବା ର ସୁବିଧା ନେଉଛନ୍ତି।କିନ୍ତୁ କିଛି କିଛି ଖାଦ୍ୟ ଦୋକାନୀ ରହିଛନ୍ତି ଯେଉଁମାନଙ୍କ ଖାଦ୍ୟ ପ୍ରସିଦ୍ଧ ରହିଥାଏ,ଯାହାକୁ ଖାଇବା ପାଇଁ ଲୋକମାନେ ଦୂର ଦୂର ରୁ ଆସିଥାନ୍ତି।ସେମିତି ଏକ ଦୋକାନ ହେଉଛି ରାଜଧାନୀ ରେ କିଶୋର ଭାଇଙ୍କ ମଟନ୍ ଦୋକାନ।ଏହି ଦୋକାନ ରେ ବିଭିନ୍ନ ପ୍ରକାର ଖାଦ୍ୟ ମିଳିଥାଏ,କିନ୍ତୁ ସେହି ଦୋକାନ ର ମଟନ୍ ସବୁଆଡ଼େ ପ୍ରସିଦ୍ଧ।

         

ତେବେ ଏହି ଦୋକାନ ର ଗ୍ରାହକ ଙ୍କ ପାଇଁ ଆସିଛି ଏକ ଖୁସି ଖବର।କାରଣ କିଶୋର ଭାଇଙ୍କ ମଟନ୍ ଦୋକାନ ପୁଣି ଖୋଲିଛି।ପୂର୍ବ ରୁ କିଛି କାରଣ ପାଇଁ ବନ୍ଦ ରହିଥିବା ଏହି ଦୋକାନ ଏବେ ପୁଣି ଖୋଲିଛି।ଆଉ ଏବେ ନୂଆ ଢାଞ୍ଚା ଏବଂ ନୂଆ ରୂପ ରେ ଖୋଲିଛି ଏହି ଦୋକାନ। ଦୋକାନ ଟି ବନ୍ଦ ଥିବାରୁ ଗ୍ରାହକ ମାନେ ନିରାଶ ହୋଇ ଫେରୁଥିଲେ।କିନ୍ତୁ ଏବେ ଆଉ ଗ୍ରାହକ ମାନଙ୍କୁ ନିରାଶ ହେବାକୁ ପଡିବ ନାହିଁ।ଏବେ ପୁଣି ଦୁଇ ଦୁଇ ଟି ଦୋକାନ ଖୋଲିଛନ୍ତି କିଶୋର ଭାଇ।

 

ଗୋଟେ ହେଉଛି ମିଲ୍ ପାଇଁ ଆଉ ଗୋଟେ ହେଉଛି ଫାଷ୍ଟଫୁଡ୍ ପାଇଁ। ମିଲ ପାଇଁ ଦୋକାନ ସକାଳେ ଖୋଲା ହେବ ଏବଂ ଫାଷ୍ଟଫୁଡ୍ ପାଇଁ ଦୋକାନ ସନ୍ଧ୍ୟା ରେ ଖୋଲିବ।ପୂର୍ବରୁ କିଶୋର ଭାଇଙ୍କ ଏହି ଦୋକାନ ସୈନିକ ସ୍କୁଲ ପାଖରେ ଥିଲା।ତେବେ କିଛି ଦିନ ର ଅନ୍ତର ପରେ ପୁଣି ମାର୍କେଟ କୁ ଫେରିଛନ୍ତି କିଶୋର ଭାଇ ତାଙ୍କ ସୁଆଦିଆ ମଟନ୍ ଝୋଳ ସହ।ଆଜି ସନ୍ଧ୍ୟା ରୁ ପୁଣି ଗ୍ରାହକ ମାନଙ୍କୁ ଖାଦ୍ୟ ପରଷିବେ କିଶୋର ଭାଇ।

Leave a Reply

Your email address will not be published. Required fields are marked *