ଆପଣଙ୍କ ଷ୍ଟେଟବ୍ୟାଙ୍କ ରେ ଆକାଉଣ୍ଟ ଅଛି କି ଜାଣନ୍ତୁ ଏହି ବଡ ଖବର…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ସମସ୍ତେ ଟଙ୍କା ବ୍ୟାଙ୍କ୍ ରେ ରଖି ଥାଆନ୍ତି । ବ୍ୟାଙ୍କ୍ ରେ ଆପଣଙ୍କୁ ସୁଧ ମିଳିଥାଏ ଏବଂ ସେଠାରେ ଟଙ୍କା ରଖିଲେ ଆପଣଙ୍କୁ ଚୋରି ଭୟ ମଧ୍ୟ ରୁହେନାହିଁ । ବ୍ୟାଙ୍କ୍ ରେ ଆମେ ଟଙ୍କା ରଖିଲେ ସମ୍ପୂର୍ଣ ଭାବେ ଚିନ୍ତା ମୁକ୍ତ ହେଇଥାଉ । ତେବେ ବ୍ୟାଙ୍କ୍ ଅନେକ କ୍ଷେତ୍ରରେ ତାର ପଲିସି ରେ ପରିବର୍ତ୍ତନ ଆଣିଥାଏ ଯାହାର ପ୍ରଭାବ ଉପଭୋକ୍ତା ଙ୍କ ଉପରେ ପଡ଼ିଥାଏ । ତେବେ ଅନେକ ବ୍ୟାଙ୍କ୍ ମାନଙ୍କ ମଧ୍ୟରୁ SBI ଅନ୍ୟତମ ଅଟେ । 

 

ଏହା ବୃହତ୍ତମ ସରକାରୀ ବ୍ୟାଙ୍କ୍ ଭାବେ ଜଣାଯାଏ SBI ବ୍ୟାଙ୍କ୍ ରେ ଅନେକ ଉପଭୋକ୍ତା ମାନେ ଟଙ୍କା ରଖନ୍ତି । ଟଙ୍କା ରଖିଥିବା ଉପଭୋକ୍ତା ମାନଙ୍କ ଧ୍ୟାନ ସମ୍ପୂର୍ଣ ରୂପେ ବ୍ୟାଙ୍କ୍ ରଖିଥାଏ । ତେବେ ବର୍ତ୍ତମାନ ସମୟରେ SBI ବ୍ୟାଙ୍କ ରେ ଟଙ୍କା ରଖିଥିବା ଗ୍ରାହକ ମାନଙ୍କ ପାଇଁ ଆସିଛି ବଡ ଖବର ଯାହାକି ପ୍ରତ୍ୟେକ ଉପଭୋକ୍ତା ଜାଣି ରଖିବା ଉଚିତ୍ । SBI ବ୍ୟାଙ୍କ୍ ନିଜର ଟୁଇରର ଆକାଉଣ୍ଟ ରେ ଏକ ଖବର ପ୍ରକାଶ କରିଛି ଏବଂ ଜାରି କରିଛି ନିଜ ଗ୍ରାହକ ମାନଙ୍କ ପାଇଁ କିଛି ନମ୍ବର୍ । 

 

SBI ଜାରି କରିଥିବା ନମ୍ବର୍ ଗୁଡ଼ିକ ନିଜ ଗ୍ରାହକ ମାନଙ୍କ ଫୋନ ରେ ସେଭ କରିବାପାଇଁ ଦର୍ଶାଇଛି SBI । ସେହି ନମ୍ୱର୍ ସମ୍ପର୍କରେ SBI ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ ତରଫରୁ ସୂଚନା ଦିଆଯାଇଛି । ଏହି ନମ୍ବର୍ ଗୁଡ଼ିକୁ ସେଭ କଲେ ଘରେ ବସି ଆପଣ ବ୍ୟାଙ୍କ୍ ରେ ଥିବା ସମସ୍ତ ପ୍ରକାର ଜରୁରୀ କାଳୀନ କାର୍ଯ୍ୟ ସମ୍ପାଦନ କରି ପାରିବେ । ବ୍ୟାଙ୍କ୍ ଜାରି କରିଥିବା ନମ୍ବର୍ ଟି ହେଲା ୧୮୦୦୧୨୩୪ ଏବଂ ୧୮୦୦୨୧୦୦ କୁ ଫୋନ ରେ ସେଭ କରିପାରିବେ ଏବଂ କଲ ମଧ୍ୟ କରିପାରିବେ । 

 

ଏହି ନମ୍ବର୍ କୁ କଲ କରିବା ପରେ ଆପଣ ବ୍ୟାଙ୍କ୍ ଦ୍ଵାରା ଦିଆଯାଉଥିବା ସମସ୍ତ ପ୍ରକାର ସୁବିଧା ଗୁଡ଼ିକ ପାଇ ପାରିବେ । 

ଏବଂ ଆପଣ ଯଦି କଲ ମାଧ୍ୟମରେ ବ୍ୟାଙ୍କିଙ୍ଗ ସୁବିଧା ମଧ୍ୟ ନେବାକୁ ଚାହାନ୍ତି ତେବେ ଏହା ମଧ୍ୟ ନେଇ ପାରିବେ । ତେବେ ଏହା ଆପଣ କରିବାକୁ ଚାହିଁଲେ ଘରେ ବସି ବସି କରିପାରିବେ ଏବଂ ଶାଖାକୁ ଯିବାକୁ ଦରକାର ପଡ଼ିବନି ।  ଏହି ନମ୍ବର୍ ସାହାର୍ଯ୍ୟରେ ଆପଣ ଆପଣଙ୍କ ଖାତାରେ ଥିବା ବାଲାନ୍ସ କୁ ଜାଣି ପାରିବେ । ଏହି ନମ୍ବର୍ ଦୁଇଟି ସମ୍ପୂର୍ଣ ଭାବେ ଟୋଲଫ୍ରି ଅଟେ । 

 

ଏହି ନମ୍ବର୍ ରେ ATM କାର୍ଡ ମଧ୍ୟ ଆପଣ ବ୍ଲକ କରିପାରିବେ । ପୁରୁଣା କାର୍ଡ ଯଦି ବନ୍ଦ ହୋଇଯାଇଛି ତେବେ ଏହି ନମ୍ବର୍ କୁ କଲ କରି ଆପଣ ନୂଆ ନମ୍ବର୍ ପାଇଁ ଆବେଦନ କରି ପାରିବେ । ଏହି ନମ୍ବର୍ ରେ ଆପଣ ଯେଉଁ ମୁହୂର୍ତ୍ତରେ ଚାହିଁବେ କଲ କରିପାରିବେ କାରଣ SBI ବ୍ୟାଙ୍କ୍ ତରଫରୁ ଜାରି କରାଯାଇଥିବା ନମ୍ବର୍ ଗୁଡ଼ିକ ୨୪ ଘଣ୍ଟା ପାଇଁ ଉପଲବ୍ଧ ଅଟେ । ଛୁଟି ଦିନ ମାନଙ୍କରେ ମଧ୍ୟ ଆପଣ ସବୁ ପ୍ରକାର ସୁବିଧା ପାଇ ପାରିବେ ଏହି ଦୁଇଟି ନମ୍ବର୍ ମାଧ୍ୟମରେ।

Leave a Reply

Your email address will not be published. Required fields are marked *