ଖୋଲିଲା ନୂଆ ଜାଗାରେ କିଶୋର ମଟନ ଦର | ଜାଣନ୍ତୁ ନୂଆ ରେଟ କେତେ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଭଲ ଭାବେ ଜାଣିଥିବେ କିଶୋର ଭାଇନା  ଙ୍କ ବିଷୟରେ । ରାଜଧାନୀ ରେ କିଶୋର ଭାଇନା ମଟନ ପାଇଁ ଖୁବ୍ ପ୍ରସିଦ୍ଧି ଲାଭ କରିଥିଲେ । କିଶୋର ଭାଇନା ଙ୍କ ଅସ୍ଥାୟୀ ଦୋକାନ BMC ଭାଙ୍ଗି ଦେଇଥିବା ବେଳେ କିଛିଦିନ ପାଇଁ କୁଆଡେ ହଜି ଯାଇଥିଲେ କିଶୋର ଭାଇନା  । ତେବେ ବର୍ତ୍ତମାନ ନୂଆ ରୂପରେ ଏବଂ ନୂଆ ସ୍କିମରେ ସାମ୍ନାକୁ ଆସିଛନ୍ତି କିଶୋର ଭାଇନା ।

 

ଆଗରୁ କିଶୋର ଭାଇନା ଙ୍କ ମଟନ ଆପୋଲୋ ହସ୍ପିଟାଲର ପଛପଟ ତଥା ଦୂରଦର୍ଶନ କେନ୍ଦ୍ର ନିକଟରେ ଥିଲା କିଶୋର ଭାଇନା ଙ୍କ ମଟନ ଦୋକାନ । କମ ଟଙ୍କାରେ ପେଟଭରି ଖାଇଥିଲେ ମଟନ ପ୍ରେମୀ ମାନେ । ତେବେ ନିମ୍ନ ମାନର ଖାଦ୍ୟ ଏବଂ ଏକ୍ସପାରି ସସ୍ ବ୍ୟବହାର କରୁଥିବାର ଅଭିଯୋଗ ଆଣିଥିଲେ BMC ଏବଂ ପରବର୍ତ୍ତୀ ସମୟରେ କିଶୋର ଭାଇନା ଦୋକାନ ଖୋଲିବାକୁ ଭାଙ୍ଗି ଦେଇଥିଲେ ଅସ୍ଥାୟୀ ଭାବେ ଥିବା ଦୋକାନ ଟିକୁ ।

 

ତେବେ ଏମିତି କିଶୋର ଭାଇନା ଙ୍କ ମଟନ ବନ୍ଦ ହୋଇଯିବା ଦ୍ଵାରା ଭାଙ୍ଗି ପଡ଼ିଥିଲେ କିଶୋର ଭାଇନା । ତେବେ ବର୍ତ୍ତମାନ ନୂଆ ଭାବରେ ସେହି ସ୍ଥାନରେ ପୁଣି ବେପାର ଆରମ୍ଭ କରିଛନ୍ତି କିଶୋର ଭାଇନା । ସୈନିକ ସ୍କୁଲ ପାଖରେ ଆରମ୍ଭ ହୋଇଛି ଏହି ନୂଆ ହୋଟେଲ ଟି । ଏଠାରେ ଦିନବେଳେ ମଟନ ଭାତକୁ ରାତିରେ ତଥା ସନ୍ଧ୍ୟା ବେଳରେ ଫେଷ୍ଟଫୁଡ ବିକ୍ରି କରିବାପାଇଁ ସମ୍ପୂର୍ଣ ରୂପେ ବ୍ୟବସ୍ଥା କରିଛନ୍ତି କିଶୋର ଭାଇନା । 

 

ତେବେ ନୂଆ ରୂପରେ କିଶୋର ଭାଇନା ଙ୍କ ନୂଆ ବର୍ଷରେ ଏମିତି ଜବରଦସ୍ତ ଏଣ୍ଟ୍ରି ଦେଖି ସମସ୍ତେ ଖୁସି ହୋଇଯାଇଥିଲେ ପୁରୁଣା ଲୋକମାନେ ଯେଉଁମାନେ କାହିଁ କାହିଁ ଦୂରରୁ ଆସି ପହଞ୍ଚିଥିଲେ ଆଗ ସମୟରେ ସେମାନେ ମଧ୍ୟ ଆସିଥିଲେ । ତେବେ ଧୀରେ ଧୁରେ ଲୋକମାନଙ୍କ ଆଗ ଭଳି ଭଲ ପାଇବା ପୁଣି ଥରେ କିଶୋର ଭାଇନା ପାଇବେ ବୋଲି ଲୋକମାନଙ୍କ ପାଖରେ ଚର୍ଚ୍ଚା ଚାଲିଛି । କିଶୋର ଭାଇନା ବର୍ତ୍ତମାନ ନିଜ ହୋଟେଲ ନାମ କିଶୋର ହୋଟେଲ ରଖିଛନ୍ତି । 

 

ଏବଂ ଏହାର ବାମ ପାର୍ଶ୍ଵରେ ଫାଷ୍ଟଫୁଡ୍ ଆଇଟମ ର ସୁବିଧା ରଖିଛନ୍ତି । ପୂର୍ବରୁ କିଶୋର ଭାଇନା ୧୮୦ ଟଙ୍କାରେ ମଟନ ବିକ୍ରି କରୁଥିବା ବେଳେ ବର୍ତ୍ତମାନ ଏହାର ଲାଭ ୧୫୦ ଟଙ୍କାରେ ଉଠାଇ ପାରିବେ ଦର୍ଶକ ମାନେ । ୧୮୦ ଟଙ୍କାରେ ଭାତ , ମଟନ, ସାଲାଡ଼ ଦେଉଥିବା ବେଳେ ବର୍ତ୍ତମାନ ଏହି ସମସ୍ତ ଜିନିଷ ୧୫୦ ଟଙ୍କାରେ ପାଇ ପାରିବେ ଗ୍ରାହକ ମାନେ । ଯାହା କି କିଶୋର ଭାଇନା ଙ୍କ ମଟନ ପ୍ରେମିକ ଙ୍କ ପାଇଁ ଆଉ ଏକ ଖୁସି ଖବର ଅଟେ । ୩୦ ଟଙ୍କା କମାଇ ଦେଇଛନ୍ତି କିଶୋର ଭାଇନା ଯାହା ଜାଣି ସମସ୍ତେ ଖୁସି ହୋଇଛନ୍ତି । 

Leave a Reply

Your email address will not be published. Required fields are marked *