ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଛୁଆ ବେଳଠାରୁ ଏବେ ପର୍ଯ୍ୟନ୍ତ ବିସ୍କୁଟ ଖାଉଥିବା ବେଳେ ସବୁବେଳେ ଘରକୁ କିଏ କୁଣିଆ ଆସିଲେ ମଧ୍ୟ ଆପଣ ଚା ବିସ୍କୁଟ ଦେଇଥାନ୍ତି । ବିସ୍କୁଟ ସହ ସମସ୍ତଙ୍କର ଅଲଗା ପ୍ରକାର ସମ୍ପର୍କ ରହିଥାଏ ଛୋଟ ଛୋଟ ଭୋକକୁ ସାଙ୍ଗେ ସାଙ୍ଗେ ଦୂର କରିଦିଏ ବିସ୍କୁଟ। ତେବେ ଦରକାର ସମୟରେ ବିସ୍କୁଟ ହିଁ ଶ୍ରେଷ୍ଟ ପ୍ରମାଣିତ ହୁଏ । ଭୋକ ଲାଗିଲେ ଆମେ ବିସ୍କୁଟ ଖାଇବା ସହ ଏହାର ଅନେକ ଫ୍ଲେବର୍ ମଧ୍ୟ ଖୋଜିଥାଉ ।
ବଜାର ମଧ୍ୟରେ ଅନେକ ପ୍ରକାର ବିସ୍କୁଟ ଉପଲବ୍ଧ ହୁଏ । ଯେମିତି କି ଲୁଣି ବିସ୍କୁଟ , ମିଠା ବିସ୍କୁଟ, କ୍ରିମ ବିସ୍କୁଟ , ତେବେ ସବୁ ବିସ୍କୁଟ ସ୍ଵାଦ ଅଲଗା ପ୍ରକାର ହୋଇଥାଏ । ଯାହାର ଯାହା ପସନ୍ଦ ହୋଇଥାଏ ସେହି ଅନୁସାରେ ନିଜ ନିଜ ପସନ୍ଦ ର ବିସ୍କୁଟ ନେଇଥାନ୍ତି । ଆପଣ ଏତେ ପ୍ରକଟ ବିସ୍କୁଟ ଖାଇବା ବେଳେ କେବେ ଲକ୍ଷ କରିଛନ୍ତି କି ବିସ୍କୁଟ ରେ ଛୋଟ ଛୋଟ କଣା ରହିଥାଏ ବୋଲି । ତେବେ ଆପଣଙ୍କ ମନକୁ ପ୍ରଶ୍ନ ଆସିଥିବ ଏହି ବିସ୍କୁଟ ରେ ଏପରି କଣା କାହିଁକି ରହିଥାଏ ବୋଲି ।
ତେବେ ଆଜି ଆପଣ ଏହି ପ୍ରଶ୍ନର ସଠିକ୍ ଉତ୍ତର ପାଇଯିବେ ଆମ ମାଧ୍ୟମରେ ଏବଂ ଜାଣି ପାରିବେ କାହିଁକି ଥାଏ ବିସ୍କୁଟ ମଧ୍ୟରେ ଏହି ଛୋଟ ଛୋଟ କଣା ଗୁଡ଼ିକ । ଅନେକ ଲୋକ ଭାବନ୍ତି ବିସ୍କୁଟ ରେ ଥିବା ଛୋଟ ଛୋଟ କଣା ଗୁଡ଼ିକ କେବଳ ଡିଜାଇନ୍ ପାଇଁ କମ୍ପାନୀ କରିଥାନ୍ତି । କିନ୍ତୁ ଏହା ସମ୍ପୂର୍ଣ ଭୁଲ ଅଟେ । ବିସ୍କୁଟ କମ୍ପାନୀ ଏହା କରିବା ପଛରେ ଅନେକ କାରଣ ଥିବା ସହ ଏହା ସହ ବିଜ୍ଞାନ ମଧ୍ୟ ଯୋଡ଼ି ହୋଇ ରହିଛି । ବିସ୍କୁଟ ମଧ୍ୟରେ ଏହି ଛୋଟ ଛୋଟ କଣା ଗୁଡ଼ିକୁ ଡକର୍ସ କୁହାଯାଏ ।
ଯେତେବେଳେ ଏଇ ଘର ନିର୍ମାଣ କରାଯାଏ ତେବେ ଏହା ମଧ୍ୟରେ ଅନେକ କବାଟ , ଝରକା , ସ୍କାଏ ଲାଇଟ୍ , ଆଦି ରଖାଯାଏ ଯାହାଦ୍ବାରା ଘରକୁ ଭେଣ୍ଟିଲେସନ୍ ଆସିବା ଯିବାପାଇଁ ବାଟ ରଖାଯାଏ । ତେବେ ଠିକ୍ ସେମିତି ବିସ୍କୁଟ ରେ ମଧ୍ୟ ଛୋଟ ଛୋଟ କଣ ଗୁଡ଼ିକ ରଖିବାର କାରଣ ହୋଇଥାଏ । ଯେତେବେଳେ ବେକିଙ୍ଗ କରାଯାଏ ବିସ୍କୁଟ ଗୁଡ଼ିକୁ ତେବେ ସେତେବେଳେ ଏହି ଛୋଟ ଛୋଟ କଣା ସାହାର୍ଯ୍ୟରେ ଠିକ୍ ଭାବେ ବିସ୍କୁଟ ବେକିଙ୍ଗ ହୋଇ ପାରିବ ବୋଲି କଣା ରଖାଯାଏ ।
ବିସ୍କୁଟ ଅନେକ ଉପାଦାନ କୁ ନେଇ ନିର୍ମିତ ହୋଇଥିବା ବେଳେ ଏହାକୁ ଯେତେବେଳେ ବେକିଙ୍ଗ କରାଯାଏ ସେତେବେଳେ ଏହାକୁ ସଠିକ୍ ଭାଗରେ ନିର୍ମାଣ କରିବା ଉଦ୍ଦେଶ୍ୟରେ ହିଁ ବିସ୍କୁଟ କୁ ମେସିନ ହିଁ କଣା କରିଥାଏ ଯାହାଦ୍ବାରା ବିସ୍କୁଟ ସଠିକ୍ ଭାବେ ପ୍ରସ୍ତୁତ ହୋଇ ପାରିବ ଏବଂ ପ୍ୟାକେଟ ଯେତେବେଳେ ଲୋକଙ୍କ ପାଖରେ ପହଞ୍ଚିବ ସେତେବେଳେ ପର୍ଯ୍ୟନ୍ତ କୌଣସି ଅସୁବିଧା ହେବନାହିଁ ।