ବଡ ଦାଣ୍ଡରେ ପଡିଲା ଦୁର୍ଭିକ୍ଷ | ଓଡିଶା ବାସୀ ଜଗନ୍ନାଥ ପ୍ରେମୀ ଜାଣନ୍ତୁ କଣ ସେହି ଦୁର୍ଭିକ୍ଷ !

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କାଳିଆର ବଡ଼ ଦାଣ୍ଡରେ ହଜାର ହଜାର ଭୋକିଲା ମଣିଷ । ବଡ଼ ଦାଣ୍ଡରେ ପଡ଼ିଲା ଦୁର୍ଭିକ୍ଷ । ଜଗନ୍ନାଥ ଭକ୍ତ ହୋଇଥିଲେ ନିଶ୍ଚୟ ପଢନ୍ତୁ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସେଦିନ ଥିଲା ଅକ୍ଷୟ ତୃତୀୟା । ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଜନ୍ ବିନ୍ ଙ୍କ ପୁସ୍ତକରେ ବର୍ଣ୍ଣନା ଅନୁସାରେ ଓଡ଼ିଶାର ଜନ ସଂଖ୍ୟାର ୫୦ ପ୍ରତିଶତ ଜନତାଙ୍କୁ ଏକା ଖାଇଥିଲା ଏହି ଗୋଟିଏ ମଡକ । ଠିକ୍ ୧୫୫ ବର୍ଷ ପୂର୍ବରୁ ଅର୍ଥାତ୍ ୧୮୬୬ ମସିହାର ଏହି କରୁଣ କାହାଣୀର ବର୍ଣ୍ଣନାକୁ ଟିକେ ମନ ଦେଇ ଶୁଣନ୍ତୁ । ଓଡିଶା ର ଗାଁ ଗଣ୍ଡାରେ ଭୋକିଲା କଙ୍କାଳ ମାନଙ୍କ ପଟୁଆର । ଚାରି ଆଡ଼େ ‘ଅନ୍ନ ଦେହୀର ଡାକରା । ନଈରେ ପାଣି ନାହିଁ କି କ୍ଷେତରେ ଫସଲ ନାହିଁ । ଭୋକ ବିକଳ କାଙ୍ଗାଳୀ ମଣିଷର ଆଉ ଗୋଟିଏ କାଙ୍ଗାଳୀକୁ ବିକଳ ପ୍ରଶ୍ନ-ଆମ ଆଡେ ଗଛରେ ପତ୍ର ନାହିଁ । 

 

ତୁମ ଆଡେ ଅଛି ନା ଭାଇ? ବିଚରା ସାମ୍ନା ଲୋକର ବି ସେଇ ଛାତିଫଟା ଉତ୍ତର-ପତ୍ର କଥା ଛାଡ । ଗଛ ବୁର୍ଚ୍ଛରେ କୋଉଠି ନେଳି ଟିକେ ପରା ନାହିଁ । ଯାଜପୁର କଇଁଆଗୋଲାରେ ଗୋଟେ ମା’ ହାତରେ ଶୀଳ ପୁଆଟେ ଧରି ଘଡ଼ିଏ ଛେଚିଲା ତା ଥନକୁ । ଲହୁ ଲୁହାଣ ହେଉଥାଏ । ତଥାପି ଛେଚି ଚାଲୁଥାଏ । ରକତ ମାଉଁସ ସବୁ ପିଚିକି ପଡୁଥାଏ ଶୀଳ ପୁଆର ଚାରି ପଟକୁ । ଆତ୍ମହତ୍ୟାର ଏ ଅଭିନବ ତରିକା କଥା ବ୍ରିଟିଶ କେବେ ଭାବିନଥିଲା । ଆଉ ଶେଷରେ ବ୍ରିଟିଶ ସରକାର ଏହାର ଯୋଉ କାରଣ ପାଖରେ ପହଞ୍ଚିଥିଲା ତାହା ଛାତି ଥରେଇ ଦେଇଥିଲା ସଭିଙ୍କର । 

 

ମା’ ଜଣକ ପ୍ରକୃତରେ ଆ-ତ୍ମ-ହ-ତ୍ୟା କରୁନଥିଲା ବରଂ କ୍ଷୀର ଖୋଜୁଥିଲା ନିଜ ଶୁକୁ ଶୁକୁ ହଉଥିବା ଛ’ମାସର ପିଲାର ଶୋଷ ମାରିବାକୁ । କାଳେ ଏ ଶୁଖିଲା ଥନର କୋଉ କୋଣରେ ବିନ୍ଦୁଏ କ୍ଷୀର ବଳିଥିବ । ଢୋକେ ପଡିଗଲେ ଧନଟା ମୋର ବଂଚିଯିବ । କିନ୍ତୁ ମାସ ମାସ ଧରି ଖାଇ ନଥିବା ମା‘ଟିର ଛାତିରୁ ଶୁଖିଲା ର-କ୍ତ ବିନ୍ଦୁ ଛାଡି ଦେଲେ ସେଦିନ ଆଉ କିଛି ବି ଝରି ନଥିଲା । ଏଣେ ଓଡିଶାର ପରିସ୍ଥିତି ବିପନ୍ନ ହେବାକୁ ଲାଗିଥିଲା । ତେଣେ ଶ-ବ ବୁହାଇ ବୁହାଇ ଲୋକଙ୍କ କାନ୍ଧରୁ ଚୋପା ଛାଡି ଯାଉଥିଲା । ପୁଣି ଶ-ବ ବୁହାଉଥିବା ମଣିଷଟିଏ ଅଧ ଘଣ୍ଟା ପରେ ନିଜେ ଶ-ବ ହେଇ ଯାଉଥିଲା । 

 

କ୍ରମଶଃ ମୃ-ତ୍ୟୁ ସହିତ ଗୋଟେ କମ୍ବଳ ତଳେ ଶୋଇବାକୁ ପ୍ରସ୍ତୁତ ହେଉଥିଲା ଜାତି । ଠିକ ଏତିକି ବେଳେ ମ-ରି ମ-ରି ଜୀବନ ଜିଉଁଥିବା ଦଳେ ଲୋକ ଭାବିଲେ ମ-ରିଗଲେଣି ଆମ ପୁଅ ପାତି, ମ-ରିଗଲେଣି ସାଙ୍ଗ ସାଥୀ, କାଲି ସକାଳେ ଆମେ ବି ମ-ରି-ବା । ଯଦି ମରିବା ସତ, ତାହେଲେ ଆଉ ଏଠି କାହିଁକି? ଚାଲରେ ଭୋକିଲା ଦଳ, ସଭିଏଁ ଧାଇଁବା ଶ୍ରୀକ୍ଷେତ୍ର ଆଡକୁ । ବଡ଼ଦାଣ୍ଡରେ ଜନ୍ଦା ପିମ୍ପୁଡିଙ୍କ ପରି ଭୋକିଲାଙ୍କ ଭିଡ ହେଲା ବଡ଼ ଦାଣ୍ଡରେ । ଲକ୍ଷେ ଲକ୍ଷେ ବୁଭୁକ୍ଷ୍ୟୁ ଆଉ ଗଜପତି ଦିବ୍ୟସିଂହ ଦେବ ନିରୁପାୟ ହେଇ ଠିଆ ହେଇଛନ୍ତି । ମନ୍ଦିରରେ କାଠ ଖଣ୍ଡ ଖାଉଥିବା କୁଇଣ୍ଟାଲ କୁଇଣ୍ଟାଲ ଚାଉଳ ବଡ଼ଦାଣ୍ଡରେ ଏ କାଙ୍ଗାଳୀ ମାନଙ୍କୁ ଦାନ ହେବ ଘୋଷଣା କଲେ ବାଲ୍ଟିଅର ସାହେବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *