ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ଜାଣିଛନ୍ତି ଯେ ବିରାଟ କୋହଲି ବର୍ତ୍ତମାନ ଭାରତୀୟ କ୍ରିକେଟ୍ ର ଟି-୨୦ ଫର୍ମାଟର ଅଧିନାୟକ ପଦ ଛାଡିବେ । ବର୍ତ୍ତମାନ ଏହି ପ୍ରସଙ୍ଗ କୁ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତର ରେ ଚର୍ଚ୍ଚା ବେଶ୍ ଜୋର ଧରିଛି । ଆପଣ ମାନେ ତ ବେଶ୍ ଭଲ ଭାବରେ ଜାଣିଛନ୍ତି ଯେ ବିରାଟ କୋହଲି ଙ୍କ ଅନ୍ୟ ନାମ ହେଉଛି ରନ ମେସିନ ଏବଂ ସେ ବୋଲର ମାନଙ୍କୁ ନିଜର କଭର୍ ଡ୍ରାଇଭ ଶର୍ଟରେ ନି-ର୍ଧୂ-ମ୍ ପ୍ର-ହା-ର କରିଥାନ୍ତି ।
କିନ୍ତୁ ସେ ଅଧିନାୟକ ହେବା ପରେ ଏହି ଚାପ ରେ ତାଙ୍କର ଖେଳ ରେ ସାମାନ୍ୟ ଅବଗତି ନଜର ଆସିଛି ଏବଂ ସେ ନିଜର ସର୍ଟ କୁ ଭୁଲି ଯାଇଛନ୍ତି । କିନ୍ତୁ ଏହା ସହିତ ମଧ୍ୟ ଆଉ ଏକ କଥା ସେ ଅଧିନାୟକ ହେବା ପରେ ଏକ ରେ-କ-ର୍ଡ ମଧ୍ୟ କରିଛନ୍ତି ଏବଂ ସେହି ରେକର୍ଡ ରେ ମଧ୍ୟ ସେ ମହେନ୍ଦ୍ର ସିଂହ ଧୋନି ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।
ବିରାଟ କୋହଲି ଅଧିନାୟକ ଭାବରେ ଅନେକ ପ୍ରତିଷ୍ଠିତ ଦଳ ମାନଙ୍କୁ ହରାଇବାରେ ସଫଳ ହୋଇ ଛନ୍ତି । ୬ ରୁ ୭ ବର୍ଷ ମଧ୍ୟରେ ବିରାଟ କୋହଲି ଅଧିନାୟକ ଭାବରେ ଯେତୋଟି ବି ଟି -୨୦ ମ୍ୟାଚ୍ ଖେଳିଛନ୍ତି ସେଥି ମଧ୍ୟରୁ ୬୦ ପ୍ରତିଶତ ମ୍ୟାଚ୍ ରେ ସେ ଜିତିଛନ୍ତି । ଏମିତିକି ଏହି ଦୃଷ୍ଟି ରୁ ଦେଖିବାକୁ ଗଲେ ଅଧିନାୟକତ୍ୱ ରେଟ୍ ରେ ମହେନ୍ଦ୍ର ସିଂହ ଧୋନି ଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।
ଜାତୀୟ ଗଣ ମାଧ୍ୟମ ରେ ପ୍ରକାଶିତ ଏକ ରି-ପୋ-ର୍ଟ ରେ ଏହା ପ୍ରକାଶ ପାଇଥିଲା ଯେ ,ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ର ମ୍ୟାଚ୍ ହେଉ ଅବା ଟୁର୍ଣ୍ଣାମେଣ୍ଟ ଜିତିବାର ପ୍ରତିଶତ ୫୯.୩ ହୋଇଥିବା ବେଳେ କୋହଲି ଙ୍କର ଜିତିବାର ପ୍ରତିଶତ ୬୪.୪ ପ୍ରତିଶତ ରହିଛି ।
ଏହି ରେଟ୍ ରେ କରାଯାଇଥିବା ତାଲିକା ରେ ଧୋନି , ତୃତୀୟ ନମ୍ୱର୍ ରେ ଥିବା ବେଳେ ବିରାଟ ରହିଛନ୍ତି ପ୍ରଥମ ନମ୍ୱର୍ ରେ ଏବଂ ଏଥିରେ ଦ୍ଵିତୀୟ ସ୍ଥାନ ରେ ରହିଛନ୍ତି ଇଅନ୍ ମୋର୍ଗାନ୍ ଯାହାଙ୍କ ର ଜିତିବାର ପ୍ରତିଶତ ହେଉଛି ୬୧.୮ ପ୍ରତିଶତ । ଏହା ସହିତ ୫୧.୯ ପ୍ରତିଶତ ସହିତ ଅରୁନ ଫିଞ୍ଚ ଚତୁର୍ଥ ସ୍ଥାନ ରେ ରହିଥିବା ବେଳେ ପଞ୍ଚମ ସ୍ଥାନରେ ରହିଛନ୍ତି କେନ୍ ୱିଲିୟମ୍ସନ୍ । ତେବେ ଅଧିନାୟକ ଭାବରେ ଏହି ମା-ମ-ଲା ରେ ବିଶ୍ଵ ର ସମସ୍ତ ଅଧିନାୟକ ଙ୍କୁ ପଛରେ ପକାଇ ଦେଇଛନ୍ତି ବିରାଟ କୋହଲି ।
ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।