ଅନୁଭବ ରାଣୀ ପଣ୍ଡାଙ୍କ ବାହାଘର ସମ୍ପର୍କରେ ମୁଁହ ଖୋଲିଲେ ଅଭିନେତା ବବି ମିଶ୍ର ଦେଖନ୍ତୁ କଣ କହିଲେ…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ। ଆପଣ ଜାଣିଥିବେ ଅଲିଉଡ ଇଣ୍ଡଷ୍ଟ୍ରି ବରିଷ୍ଟ ଅଭିନେତା ବବି ମିଶ୍ରଙ୍କୁ । ବବି ମିଶ୍ର ବର୍ତ୍ତମାନ ଏକ ଫିଲ୍ମ ତିଆରି କରିଥିବା ବେଳେ ସେହି ଫିଲ୍ମ କୁ ଅଧିକ ରୁ ଅଧିକ ସମୟ ଦେଉଥିବା ବେଳେ ନିଜର ଆଗାମୀ ସମୟ ପାଇଁ ଖୁବ୍ ଚିନ୍ତିତ ଅଛନ୍ତି । ବବି ମିଶ୍ର ଅନେକ ବର୍ଷ ଧରି ଓଡ଼ିଆ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିବାର ଦେଖାଯାଏ । ବବି ମିଶ୍ର କୋଏଲ ବାନାର୍ଜୀ ଙ୍କୁ ପ୍ରେମ ବିବାହ କରିଥିବା ବେଳେ ବର୍ତମାନ ତାଙ୍କ ବିବାହ ବିଚ୍ଛେଦ ହୋଇ ସାରିଛି । 

 

ଏବଂ ଦୁହେଁ ଦୁହିଁଙ୍କ ଜୀବନରେ ଆଗକୁ ବଢ଼ି ସାରିଛନ୍ତି । କୋଏଲ ବାନାର୍ଜୀ ଦିତୀୟ ବିବାହ କରିଥିବା ବେଳେ ବର୍ତ୍ତମାନ ସ୍ଵାମୀଙ୍କ ସହ ଖୁସିରେ ଥିବାର ଦେଖାଯାଏ।ବବି ମିଶ୍ର ବର୍ତ୍ତମାନ ଗଣ ମାଧ୍ୟମ ସାମ୍ନାକୁ ଆସିଥିବା ବେଳେ କିଛି ତଥ୍ୟ ସମସ୍ତଙ୍କୁ ଦେଇଥିଲେ। ବବି ମିଶ୍ର ରାଣୀ ପଣ୍ଡା ଏବଂ ଅନୁଭବ ମହାନ୍ତି ଙ୍କ ବାହାଘର ସମ୍ପର୍କରେ ନିଜର ମତାମତ ଦେଇଥିଲେ । ଆପଣ ତ ଜାଣିଥିବେ ରାଣୀ ପଣ୍ଡା ଅନୁଭବ ମହାନ୍ତି ଙ୍କ ବାହାଘର କଥା ବର୍ତ୍ତମାନ ସୋଷିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟି ଯାଇଥିଲା ।

 

ତେବେ ଏହି ଯୋଡ଼ି ପାଇଁ ଅନେକ ଲୋକ ଅନେକ ପ୍ରକାର ମତାମତ ଦେଇଥିବା ବେଳେ ବବି ମିଶ୍ର ମଧ୍ୟ ତାଙ୍କ ମତାମତ ଦେଇଛନ୍ତି ଗଣମାଧ୍ୟମ ସାମ୍ନାରେ । ବବି ମିଶ୍ର  ଙ୍କ କହିବା ଅନୁଯାୟୀ ଅନୁଭବ ମହାନ୍ତି ବହୁତ୍ ଭଲ ଏବଂ ରାଣୀ ପଣ୍ଡା ମଧ୍ୟ ବହୁତ୍ ଭଲ ଅଟନ୍ତି । ଦୁହେଁ ଏକ ହୋଇଗଲେ ବହୁତ୍ ଭଲ ହେବ । ରାଣୀ ପଣ୍ଡାଙ୍କ ମୁଁହ ଟା ଖରାପ ହୋଇଥାଇ ପାରେ ହେଲେ ହୃଦୟରୁ ସେ ବହୁତ୍ ଭଲ । ଲୋକମାନଙ୍କ ପାଇଁ ଅନେକ ଭଲ ଭଲ କାମ କରି ସାମ୍ନାକୁ ଆସିଥାନ୍ତି ରାଣୀ ପଣ୍ଡା । 

 

ରାଣୀ ପଣ୍ଡା ଯାତ୍ରା ଜଗତର ଅଭିନେତ୍ରୀ ହୋଇଥିବା ବେଳେ ଅନୁଭବ ମହାନ୍ତି ହେଉଛନ୍ତି ଓଡ଼ିଆ ସିନେମା ଜଗତର ସୁପରଷ୍ଟାର । ଏହା ଛଡା ଅନୁଭବ ମହାନ୍ତି ଜଣେ ସାଂସଦ ହୋଇଥିବା ବେଳେ ଲୋକମାନଙ୍କ ସେବା କରିଥାନ୍ତି । ତେବେ ବାହା ହେବା ନହେବା ଦୁହିଁଙ୍କ ଇଛା ଉପରେ ନିର୍ଭର କରେ ମାତ୍ର ସେମିତିରେ ଦେଖିବାକୁ ଗଲେ ଅନୁଭବ ମହାନ୍ତି ଏବଂ ରାଣୀ ପଣ୍ଡା ଦୁହେଁ ବହୁତ ଭଲ ବୋଲି ମତ ଦେଇଥିଲେ ବବି ମିଶ୍ର । 

ଦୁହିଁଙ୍କ ଭାବନା ସେବା ଉପରେ ଏବଂ ଦୁହେଁ ବାସ୍ତବ ଜୀବନରେ ଖୁବ୍ ଭଲ ବୋଲି ମତ ରଖିଥିଲେ ବବି ମିଶ୍ର । ଏହା ପରେ ବବି ମିଶ୍ର ତାଙ୍କ ଆଗାମୀ ଆସୁଥିବା ଫିଲ୍ମ ସମ୍ପର୍କରେ ଜଣାଇଥିଲେ ଯେଉଁଥିରେ ସେ ତାଙ୍କର ବେଷ୍ଟ୍ ଦେଇ ଦେଇଛନ୍ତି ବୋଲି ମତାମତ ଦେଇଥିଲେ । 

Leave a Reply

Your email address will not be published. Required fields are marked *