ଆସିଲା ଡାକ୍ତର ଚିତ୍ତରଞ୍ଜନ ଓ ଶୁଭଶ୍ରୀ ଙ୍କ କଲ ରେକର୍ଡ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ବହୁ ଚର୍ଚ୍ଚିତ ଡାକ୍ତର ଶୁଭଶ୍ରୀ କର ଙ୍କ ମୃତ୍ୟୁ ମାମଲାରେ ପରିଚିତ ଥିବେ । ଶୁଭଶ୍ରୀ କର ଙ୍କ ମୃତ୍ୟୁ ରେ ସାରା ରାଜ୍ୟ ଆଶ୍ଚର୍ୟ୍ଯ ହୋଇଯାଇଥିବା ବେଳେ ଏହି ଘଟଣା ପଛରେ ବାସ୍ତବରେ କେଉଁ କେଉଁ କରଣ ରହିଛି ତାହା ଜାଣିବାକୁ ଚେଷ୍ଟା କରିଛି ପୋଲିସ । ପୋଲିସ ପାଖରେ ମୃତ୍ୟୁର ମାତ୍ର କିଛିଦିନ ଆଗରୁ ଡାକ୍ତର ଶୁଭଶ୍ରୀ କର ଡାକ୍ତର ଦିବ୍ୟରଞ୍ଜନ୍ ମାଝୀ ଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଆଣିଥିଲେ ଯେଉଁଥିରେ ପ୍ରେମ ପରେ ସମ୍ବନ୍ଧ ଏବଂ ଶେଷରେ ଧୋକା ଅଭିଯୋଗ ହୋଇଥିଲା । 

 

ତେବେ ଏହାର କିଛିଦିନ ପରେ ହିଁ ଘଟିଗଲା ଏତେବଡ଼ ଅଘଟଣ ଯାହା ବର୍ତ୍ତମାନ ସୁଦ୍ଧା ବିଶ୍ୱାସ କରିପାରୁ ନାହାନ୍ତି ଅନେକ ଲୋକେ । ଡାକ୍ତର ଶୁଭଶ୍ରୀ କର ନୂଆ ବର୍ଷରେ ଜିରୋ ନାଇଟ ସେଲିବ୍ରେଶନ କରୁଥିବା ବେଳେ ଏହାର କିଛି ସମୟ ମଧ୍ୟରେ ତାଙ୍କର ରହସ୍ୟମୟ ମୃତ୍ୟୁ ହୋଇଥିଲା । ତେବେ ଘଟଣାରେ ତଦନ୍ତ ଜାରି କରିଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ପ୍ରେମିକ ଦିବ୍ୟାରଞ୍ଜନ ମାଝୀ ଙ୍କୁ ଧରିବାରେ ସଫଳ ହୋଇପାରିନାହିଁ । ଅନେକ କ୍ଷେତ୍ରରେ ଦିବ୍ୟାରଞ୍ଜନ୍ ମାଝୀ ଓଡ଼ିଶା ବାହାରକୁ ଚାଲି ଯାଇଥିବାର ଚର୍ଚ୍ଚା ଚାଲିଥିଲା । 

 

ତେବେ ଏହି ସବୁ ମଧ୍ୟରେ କେମିତି ସତ ସାମ୍ନାକୁ ଆସିବ ତାହା ବର୍ତମାନ ଏକ ଚ୍ୟାଲେଞ୍ଜ ସଦୃଶ । ଡାକ୍ତର ଶୁଭଶ୍ରୀ କର ଙ୍କ ମୃତ୍ୟୁ ମାମଲାରେ ସତ ସାମ୍ନାକୁ ଆସୁ ବୋଲି ଚାହୁଁଛନ୍ତି ସାରା ରାଜ୍ୟ । ତେବେ ବର୍ତ୍ତମାନ ସମୟରେ ଯାହା ବଡ ଖବର ସାମ୍ନାକୁ ଆସୁଛି ଡାକ୍ତର ଶୁଭଶ୍ରୀ କର ଙ୍କ କଲ ରେକର୍ଡ । ଶୁଭଶ୍ରୀ କର ଯେଉଁମାନଙ୍କ ସହ କଥା ହୋଇଥିଲେ ସେହି ମଧ୍ୟରୁ କିଛି ବିଶେଷ ରେକଡିଂ ଲାଗିଛି ପୋଲିସ ହାତରେ । 

 

ଡାକ୍ତର ଶୁଭଶ୍ରୀ କର ଏବଂ ଡାକ୍ତର ଡିବ୍ୟରଞ୍ଜନ ମାଝୀ ଉଭୟ ଜିଓ ଏବଂ ଏଆରଟେଲ ନମ୍ବର୍ ବ୍ୟବହାର କରୁଥିଲେ । ଡାକ୍ତର ଡିବ୍ୟରଞ୍ଜନ୍ ମାଝୀ ଏଆରଟେଲ ଜିଓ ସହ ବିଏସନେଲେ ନମ୍ବର୍ ମଧ୍ୟ ବ୍ୟବହାର କରୁଥବାର ସୂଚନା ମିଳିଥିଲା । ତେବେ ଶୁଭଶ୍ରୀ କର ଙ୍କ ଏବଂ ଡିବ୍ୟାରଞ୍ଜନ ମାଝୀ ୭ ଦିନ ହେବ କଣ କଥା ହୋଇଛନ୍ତି ଏବଂ କେମିତି କଥା ହୋଇଛନ୍ତି ତାହା ବର୍ତମାନ ପୋଲିସ ହାତରେ ଲାଗି ସାରିଛି । 

ଅଧିକ ତଥ୍ୟ ପାଇଁ ଡାକ୍ତର ଡିବ୍ୟାରଞ୍ଜନ୍ ମାଝୀ ଙ୍କ ବୟାନ ଆବଶ୍ୟକ ହେଉଥିବା ବେଳେ ସେ ଓଡ଼ିଶା ବାହାରେ ଥିବାର ଚର୍ଚ୍ଚା ହେଉଛି । ଯଦି ଡାକ୍ତର ଦୀବ୍ୟରଞ୍ଜନ ମାଝୀ ସାମ୍ନାକୁ ଆସିବେ ତେବେ ଶୁଭଶ୍ରୀ କରଙ୍କ ଘଟଣାରେ ଅନେକ ତଥ୍ୟ ମିଳିବ ବୋଲି ସୂଚନା ରହିଛି। ତେବେ ଆଗାମୀ ଦିନରେ କଣ ତଥ୍ୟ ମିଳୁଛି ତାହା ଶୀଘ୍ର ଜଣା ପଡ଼ିବ ବୋଲି ଆଶା କରାଯାଉଛି । 

Leave a Reply

Your email address will not be published. Required fields are marked *