ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ରାଗିଂ କରିବା ହେଉଛି ଅତ୍ୟନ୍ତ କୁ ପ୍ରଥା ବା ଘୃଣ୍ୟ ପ୍ରଥା । ହେଲେ ବି ଅନେକ ଏମିତି ଅଛନ୍ତି ଆଜିକାଲି ନିଜ ପଦବୀ ରେ ରହି ନିଜଠୁ ଟିକିଏ ସାନ ଲୋକଙ୍କୁ ପାଇଲା ମାନେ ରାଗିଂ କରିବା ଆରମ୍ଭ କରି ଦେଉଛନ୍ତି । ତେବେ ଏହା ଅନେକ ସ୍କୁଲ କଲେଜ୍ ରେ ମଧ୍ୟ ହୁଏ । ପ୍ରାୟତ ଅନେକ ଲୋକ ଏହି ରାଗିଂ ର ଶିକାର ହୁଅନ୍ତି ଏବଂ କେତେକ ମୁଁହ ଖୋଲି ଅଭିଯୋଗ କରନ୍ତି ତ ଅନ୍ୟ କେତେ ଜଣ ମୁଁହ ଖୋଲି ଅଭିଯୋଗ କରନ୍ତି ନାହିଁ ।
ଅନେକ ଲୋକମାନେ ଭିତରେ ଭିତରେ କଷ୍ଟ ପାଇ ଜୀବନ ମଧ୍ୟ ହାରି ଦିଅନ୍ତି ଯାହାର ଚିତ୍ର ବର୍ତ୍ତମାନ ସମୟରେ ସାମ୍ନାକୁ ଆସେ ସମାଚାର ମାଧ୍ୟମରେ । ତେବେ ରାଗିଂ କରିବା ଏକ ଦଣ୍ଡନୀୟ ଅପରାଧ ଅଟେ ଯେ କେହି ବି ଏହି ପରିସ୍ଥିତି ଦେଇ ଗତି କରୁଛନ୍ତି ସେମାନେ ଏହାର ବିରୋଧ କରି ସ୍ୱର ଉଠାଇବା ଉଚିତ୍ । ଆଜି ଠିକ୍ ସେହିପରି କରିଛନ୍ତି ଜଣେ ଯୁବତୀ । ଯୁବତୀ ଜଣଙ୍କ କହିବା ଅନୁଯାୟୀ ସେ ଯେଉଁଠି ଚାକିରୀ କରନ୍ତି ତାଙ୍କୁ ତାଙ୍କ ସିନିୟର୍ ମାନେ ହାରାସ ମେଣ୍ଟ କରନ୍ତି ।
ତାଙ୍କ ଦେହକୁ ନେଇ ଅନେକ ପ୍ରକାର ରେ ଖରାପ ଖରାପ କମେଣ୍ଟ ଦିଅନ୍ତି । ପ୍ରାଇଭେଟ୍ ପାର୍ଟ କୁ ମଧ୍ୟ ଛୁଇଁବାକୁ ପଛେଇ ନାହାନ୍ତି । ତେବେ ଏହାର ବିରୋଧ କରି ସାମ୍ନାକୁ ଆସିଛନ୍ତି ଯୁବତୀ ଜଣଙ୍କ । ଦେହକୁ ନେଇ ଅଲଗା କମେଣ୍ଟ କରିବା ସହ ପ୍ରେମିକ ଅଛନ୍ତି କି ନାହିଁ କେବେ ବାହା ହେବେ ବୋଲି ଅନେକ ପ୍ରଶ୍ନ ପଚାରି ବିରକ୍ତ କରନ୍ତି । ଦେହରେ କିଛି ନାହି ସବୁ ସୁଖି ଯାଇଛି ଭଳି କମେଣ୍ଟ କରନ୍ତି । ଏହା ସବୁ ଯୁବତୀ ଙ୍କ ମନରେ ବହୁତ୍ କଷ୍ଟ ଦେବା ସହ ସେ ଭିତରୁ ବହୁତ୍ ହାରାସ ହୋଇଯାଇଥିଲେ ।
ଅନେକ ଥର ଘରକୁ ମଧ୍ୟ ଡାକନ୍ତି ଯାହାଦ୍ବାରା ଯୁବତୀ ଜଣଙ୍କ କଷ୍ଟ ଅନୁଭବ କରନ୍ତି । ଯୁବତୀ ଜଣଙ୍କ ଶେଷରେ ଅଭିଯୋଗ କରିବାକୁ ନିଷ୍ପତି ନେଇଥିଲେ ଏବଂ ଥାନାରେ ଅଭିଯୋଗ କରିଥିଲେ ମାତ୍ର ବର୍ତ୍ତମାନ ସୁଦ୍ଧା କିଛି ଆକ୍ସନ ନିଆଯାଇନାହିଁ ବୋଲି ନିଜର ମତ ରଖିଥିଲେ କେବେ ନ୍ୟାୟ ମିଳିବ ବୋଲି ଅପେକ୍ଷା କରି ମଧ୍ୟ ରହିଛନ୍ତି। ଯୁବତୀ ଜଣଙ୍କ ଅଭିଯୋଗ ଦେବା ପରେ ସମ୍ପୃକ୍ତ ବ୍ୟକ୍ତି ୩ ଜଣ ଲୋକଙ୍କୁ ଆଣି ଯୁବତୀ ଙ୍କୁ ଧମକ ମଧ୍ୟ ଦେଇଥିଲେ ।
ଏବଂ ତାଙ୍କୁ ମାରିଦେବା ପାଇଁ ମଧ୍ୟ କହିଥିଲେ । ଯୁବତୀ ଜଣଙ୍କ ଯଦି ଯୁବତୀ ନହୋଇ ଯୁବକ ହୋଇଥାନ୍ତେ ତେବେ ତାଙ୍କୁ ଗାଡ଼ିରେ ପକାଇ ମାରିଦେଇଥାଣ୍ଟେ ବୋଲି ନିଜର ମତ ଦେଇଥିଲେ । ବାହାରକୁ ବାହାରିଲେ ଏସିଡ ପକାଇ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ ଏବଂ ଅନେକ ପ୍ରକାର ଅସଭ୍ୟ ଭାଷାରେ ଯୁବତୀ ଙ୍କୁ ଗାଳି ଗୁଲଜ କରିଥିଲେ । ତେବେ ଏହା ଦ୍ବାରା ଯୁବତୀ ଜଣଙ୍କ ବର୍ତ୍ତମାନ ସୁଦ୍ଧା ଭୟଭୀତ ଅବସ୍ଥାରେ ଥିବାର ଜଣାଇଛନ୍ତି ।