ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରାଜଧାନୀରେ ଚାଲିଥିବା ଉତ୍ସବକୁ ନେଇ ପ୍ରକୃତି ମିଶ୍ରଙ୍କ ମା କଣ କହିଲେ ଶୁଣନ୍ତୁ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ରାଜଧାନୀର ନୂଆ ସ୍ଥାନରେ ପଥ ଉତ୍ସବ । ଇନଫୋସିଟିରୁ ଶିଖରଚଣ୍ଡୀ ରାସ୍ତାରେ ଚାଲିଛି ପଥ ଉତ୍ସବ । ନାଚ,ଗୀତ ସହ ଝୋଟି, ଯୋଗ ଚିତ୍ର ଆଦି ପ୍ରତିଯୋଗିତା ଚାଲିଛି । ଶୀତୁଆ ସକାଳରେ ପଥ ଉତ୍ସବର ମଜା ନେଉଛନ୍ତି ଲୋକେ । ବ୍ୟସ୍ତ ବହୁଳ ଜୀବନର ଜଞ୍ଜାଳରୁ କିଛି ମୁହୂର୍ତ୍ତ ନିଜକୁ ମୁକ୍ତି କରି ସମସ୍ତଙ୍କ ସାଥିରେ ମଜା ମସ୍ତିରେ ସମୟ ବିତାଇବାର ମାଧ୍ୟମ ହେଉଛି ରାହାଗିରି ଯାହାକି ଦୀର୍ଘ ବର୍ଷର ବ୍ୟବଧାନ ପରେ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି । ଏହି ଉତ୍ସବରେ ରାସ୍ତାରେ ମହିଳା ମାନଙ୍କ ପକ୍ଷରୁ ଆକର୍ଷଣୀୟ ଝୋଟି ଦେଖିବାକୁ ମିଳିଥିଲା ।
ଏହାସହ ସାମରିକ କଳା ପ୍ରତିଷ୍ଠାନ ପକ୍ଷରୁ ଟାଏକୁଣ୍ଡ, କୁସ୍ତି କରାଟେ ଓ ବିଭିନ୍ନ ଖେଳାଳି ମାନେ ବ୍ୟାଡମିଟନ ଓ କ୍ରିକେଟ ଆଦି ଖେଳୁଥିବା ଦେଖାଯାଇଥିଲା । ଆଉ ସେପଟେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କୁନିକୁନି କଳାକାରମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟରେ ଓଡିଶୀ ଓ ଆଦିବାସୀ ନୃତ୍ୟ ଲୋକଙ୍କୁ ବେଶ୍ ଆକର୍ଷିତ କରିଥିଲା । ଆଉ ଏହି ରାହାଗିରିର ଉତ୍ସବର ମାହୋଲରେ ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନେ ନିଜକୁ ସାମିଲ କରି ମଜା ମସ୍ତିରେ ମସଗୁଳ ହୋଇଥିଲେ ।
ଏଇ ଅବସରରେ ଏକ ସାକ୍ଷାତକାର ଦେଇ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମା’ ତଥା ସଙ୍ଗୀତକାର ମନ୍ମଥ ମିଶ୍ରଙ୍କ ସ୍ତ୍ରୀ ଶ୍ରୀମତୀ କ୍ରିଷ୍ଣାପ୍ରିୟା ମିଶ୍ର କହିଛନ୍ତି ଯେ ରାହାଗିରି ସମସ୍ତଙ୍କୁ ଟ୍ୟାଲେଣ୍ଟ ଦେଖେଇବାର ସୁଯୋଗ ଦିଏ ।ତେବେ ବନ୍ଧୁଗଣ ପ୍ରକୃତି ମିଶ୍ରଙ୍କ ମା କ୍ରିଷ୍ଣାପ୍ରିୟା ଏହି ଉତ୍ସବରେ ଭାଗ ନେଇଥିବା ବେଳେ ନିଜର ପ୍ରତିକ୍ରିୟାରେ କହିଛନ୍ତି, “ଆମେମାନେ ବହୁତ ଖୁସି । ପ୍ରକୃତରେ ବହୁତ ବହୁତ ଧନ୍ୟବାଦ ସରକାରଙ୍କୁ ଦେବୁ । ବି-ଏମ୍-ସିକୁ ଦେବୁ ଯେଉଁମାନେ ଏତେ ସୁନ୍ଦର ଭାବରେ ଆରେଞ୍ଜ କରିଛନ୍ତି । ରାହାଗିରି ତୋ ବନ୍ଦ ହେଇ ଯାଇଥିଲା ପୁଣିଥରେ ଏଇଟା ଆରମ୍ଭ କରିଛନ୍ତି ।
ଆଗକୁ ହକି ୱାର୍ଡ କପ୍ ମଧ୍ଯ ହେବାକୁ ଯାଉଛି ଭୁବନେଶ୍ୱରରେ । ଏଇଟା ଓଡ଼ିଶାବାସୀଙ୍କ ପାଇଁ ବହୁତ ଗର୍ବର କଥା । ଏବେ ରାହାଗିରି ଚାଲିଛି । ସମସ୍ତେ ବହୁତ ସଚେତନ ଅଛନ୍ତି । ଆଉ ଏହାର ସୁଯୋଗ ନେଇ ବିଭିନ୍ନ କ୍ଷେତ୍ରରେ ପିଲାମାନେ ଆସି ନିଜ ନିଜର ଟ୍ୟାଲେଣ୍ଟ ଦେଖାଉଛନ୍ତି ୱାଲ୍ଟ କପ୍ ଉପରେ । ଏଠାରେ ସମସ୍ତେ ଏକାଠି ହୋଇଛନ୍ତି । ଆମର ବିଧାୟକ ସୁଶାନ୍ତ ଭାଇ ଆଉ କର୍ପୋରେଟରମାନେ ମଧ୍ଯ ଆସି ପହଞ୍ଚିଛନ୍ତି । ଟାଇମ୍ ସକାଳ ୬.୩୦ ରୁ ୧୦.୩୦ ରଖା ଯାଇଛି । ଆଉ ଏତେ ସୁନ୍ଦର ପରିବେଶ ସୃଷ୍ଟି ହୋଇଛି ଯାଉଟା ଏକ୍ସପ୍ରେସ କରିବା କଷ୍ଟ” ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।