ଦେଖନ୍ତୁ କଣ କହିଲେ ପ୍ରକୃତି ମିଶ୍ର ଙ୍କ ମା | ଶୁଣନ୍ତୁ ତାଙ୍କ ମୁଁହରୁ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଓଡ଼ିଆ ଇଣ୍ଡଷ୍ଟ୍ରି ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ମା କୃଷ୍ଣପ୍ରିୟା ମିଶ୍ର ଙ୍କୁ ତ ବେଶ୍ ଭଲଭାବେ ଜାଣିଥିବେ । କୃଷ୍ଣପ୍ରିୟା ମିଶ୍ର ଦୂରଦର୍ଶନ ରେ ସମାଚାର ପଢୁଥିବା ବେଳେ ଖୁବ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି। କୃଷ୍ଣପ୍ରିୟା ମିଶ୍ର ଙ୍କ ପରିବାର ହେଉଛି କଳାକାର ଙ୍କ ପରିବାର ସ୍ଵାମୀ ମନ୍ମଥ ମିଶ୍ର ହେଉଛନ୍ତି ଓଡ଼ିଶାର ପ୍ରସିଦ୍ଧ ଗୀତିକାର । ମନ୍ମଥ ମିଶ୍ର ଓଡ଼ିଶାର ସୁନାମ ଧନ୍ୟ ଗୀତିକାର ହୋଇଥିବା ବେଳେ ଅନେକ ରିଆଲିଟି ଶୋ ରେ ଜଜ ଭାବେ ଦେଖା ଯାଆନ୍ତି । 

 

ମନ୍ମଥ ମିଶ୍ର ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦିତ କରନ୍ତି । ଅନେକ ସମୟରେ ମନ୍ମଥ ମିଶ୍ର ଙ୍କ ସହ ପତ୍ନୀ କୃଷ୍ଣପ୍ରିୟା ମିଶ୍ର ଙ୍କୁ ମଧ୍ୟ ଦେଖିବାକୁ ମିଳେ । ଏକମାତ୍ର ଝିଅ ପ୍ରକୃତି ମିଶ୍ର ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ଓଡ଼ିଆ ଏବଂ ହିନ୍ଦୀ ଜଗତରେ ନିଜ ପରିଶ୍ରମ ବଳରେ ନାଁ କରିବାରେ ସକ୍ଷମ ହୋଇଛନ୍ତି ପ୍ରକୃତି ମିଶ୍ର । ଜାତୀୟ ସ୍ତରରେ ମଧ୍ୟ ପ୍ରକୃତି ମିଶ୍ର ଙ୍କ ଅନେକ ଫ୍ୟାନ ଅଛନ୍ତି । ତେବେ ବର୍ତ୍ତମାନ କୃଷ୍ଣପ୍ରିୟା ମିଶ୍ର ଙ୍କୁ ରାହାଗିରି ଥରେ ଦେଖା ଯାଇଥିଲା । 

 

କୃଷ୍ଣପ୍ରିୟା ମିଶ୍ର ତାଙ୍କ ମତାମତ ରାହାଗିରି ପୋଗ୍ରାମ ପାଇଁ ଦେଇଥିଲେ । ଅନେକ ବର୍ଷ ହେବ ଏହା ବନ୍ଦ ହେଇଯାଇଥିଲା ଏବଂ ବର୍ତ୍ତମାନ ଆରମ୍ଭ ହୋଇଥିବାରୁ ସମସ୍ତେ ବହୁତ୍ ଖୁସିରେ ଥିଲେ।  ରାହାଗିରି ପୋଗ୍ରାମ ରେ ଅନେକ ପ୍ରତିଯୋଗୀ ମାନେ ନିଜର ଦକ୍ଷତା ଦେଖାଇବାରେ ସକ୍ଷମ ହୁଅନ୍ତି ତେବେ ତାହା ଆଜି ସମ୍ଭବ ହୋଇଛି ପୁଣି ଥରେ । ଏହି ରାହାଗିରି ପୋଗ୍ରାମ ରେ ଅନେକ ପ୍ରତିଭା ପରିବେଶଣ ହେବା ସହ ପରିବେଶ ଚଳ ଚଞ୍ଚଳ ହୋଇଥିଲା । 

 

ଏହି ରାହାଗିରି ପୋଗ୍ରାମ ରେ ଛୋଟ ଛୋଟ ପିଲାମାନେ ନୃତ୍ୟ , ସଙ୍ଗୀତ , ଝୋଟି , ଯୋଗ ଭଳି ଅନେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । କୃଷ୍ଣପ୍ରିୟା ମିଶ୍ର ଙ୍କ କହିବା ଅନୁଯାୟୀ ଏହା ଏକ ଟ୍ୟାଳେଣ୍ଟ ମେଳା ଏବଂ ଖୁସିର ମେଳା ଯାହାକୁ ଉପଭୋଗ କରୁଛନ୍ତି ପ୍ରତିଯୋଗୀ ସହ ଦର୍ଶକ ମାନେ ମଧ୍ୟ । ୱାଲ୍ଡ କପ ଓଡ଼ିଶାରେ ହେବାକୁ ଯାଉଛି ଯାହା ଓଡ଼ିଶାବାସୀ ଙ୍କ ପାଇଁ ଖୁବ୍ ଗର୍ବର ବିଷୟ ଅଟେ । 

ଏବଂ ଆମେ ସମସ୍ତେ ଓଡ଼ିଶାବାସୀ ମାନେ ମିଶି ହକି ୱାଲ୍ଟ କପ କୁ ଉପଭୋଗ କରିବା ସହ ଗର୍ଭ ଅନୁଭବ କରିବା ବୋଲି ମତ ରଖିଥିଲେ କୃଷ୍ଣପ୍ରିୟା ମିଶ୍ର । ରହାଗିରି ପାଇଁ ସମସ୍ତେ ଖୁବ୍ ଉତ୍ସାହିତ ଥିବାବେଳେ ସମସ୍ତେ ଅନନ୍ୟ କଳା ପଦର୍ଶନ କରିଥିଲେ । ସକାଳୁ ସକାଳୁ ସମସ୍ତେ ଏହାର ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରିଥିଲେ । ଯାହାକି ଖୁବ୍ ସ୍ବାଗତ ଯୋଗ୍ୟ ବୋଲି ନିଜର ମତ ଦେଇଥିଲେ। 

Leave a Reply

Your email address will not be published. Required fields are marked *