ସାମ୍ନାକୁ ଆସିଲେ ଅନୁଭବ ମହାନ୍ତି ଦେଖନ୍ତୁ କଣ କହିଲେ |

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ସୁପରଷ୍ଟାର ଅନୁଭବ ମହାନ୍ତି ହେଉଛନ୍ତି ଅଲିଉଡ ଜଗତର ଜଣେ ବରିଷ୍ଟ ଅଭିନେତା । ଅନୁଭବ ମହାନ୍ତି ଅନେକ ସମୟରେ ଚର୍ଚ୍ଚାର ବିଷୟ ରୁହନ୍ତି ସୋସିଆଲ ମିଡିଆରେ । ପୂର୍ବରୁ ପାରିବାରିକ ବିବାଦ ପାଇଁ ଚର୍ଚ୍ଚାରେ ଥିବାବେଳେ ବର୍ତମାନ କିଛିଦିନ ତଳେ ରାଣୀ ପଣ୍ଡାଙ୍କ ସହ ବିବାହ କୁ ନେଇ ଚର୍ଚ୍ଚାରେ ଥିଲେ ଅନୁଭବ ମହାନ୍ତି । ରାଣୀ ପଣ୍ଡା ଅନୁଭବ ମହାନ୍ତି ଙ୍କ ବାହାଘର କଥା ଜୋର୍ ଧରିଥିବା ବେଳେ ବର୍ତମାନ ଏହି ବିବାଦ ଟିକିଏ ଥମି ଯାଇଛି । 

 

ସୋସିଆଲ ମିଡିଆରେ ଅନୁଭବ ମହାନ୍ତି ଏବଂ ରାଣୀ ପଣ୍ଡା ଙ୍କ ଅନେକ ଫ୍ୟାନ ମାନେ ରହିଛନ୍ତି । ଦୁହେଁ ସାମାଜିକ କାର୍ଯ୍ୟ ପାଇଁ ପରିଚିତ ଅଟନ୍ତି ଲୋକଙ୍କ ପାଖରେ ଦୁହିଁଙ୍କ ସେବା କରିବାର ମନବୃତି ଅଟେ । ତେବେ ଏହି ବିବାଦ ହେବା ପରେ ଅନେକ ଫ୍ୟାନ ମତ ଦେଇଥିଲେ ବାହାଘର ହେଇଗଲେ ଭଲ ହେବ ବୋଲି ମାତ୍ର ବାହାଘର କ୍ଷେତ୍ରରେ ଅନୁଭବ ମହାନ୍ତି ଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା । ତେବେ ଏହି ବିବାଦ ଥମିବା ପରେ ଅନୁଭବ ମହାନ୍ତି ଙ୍କୁ ଏବେ ଏକ ରାମ୍ପ ଶୋ ରେ ଯୋଗ ଦେଇଥିଲେ ଯେଉଁଥିରେ ଓଡ଼ିଶାର ଭିନ୍ନ ଭିନ୍ନ ହସ୍ତଶିଳ୍ପ ର ପଦର୍ଶନି ହୋଇଥିଲା ।

 

 ତେବେ ଅନୁଭବ ମହାନ୍ତି ଏହି ଶୋ ରେ ଅଂଶଗ୍ରହଣ କରିବା ସହ ଓଡ଼ିଶାର ହାଣ୍ଡଲୁମ୍ ସମ୍ପର୍କରେ ଅନେକ ଭଲ ଭଲ ତଥ୍ୟ ଦେଇଛନ୍ତି । ଅନୁଭବ ମହାନ୍ତି ଙ୍କ କହିବା ଅନୁଯାୟୀ ଉତ୍କଳ ଦିବସ ହେଉ ଅବା ଅନ୍ୟ କେଉଁ ଦିନ ହେଉ ପାର୍ଲ୍ୟାମେଣ୍ଟରେ ହାତବୁଣା ଜିନିଷ କୁ ନେଇ ଚର୍ଚ୍ଚା ଅବଶ୍ୟ କରିବା ଉଚିତ୍ । ଏହି ସବୁ ଜିନିଷ ଓଡ଼ିଶା ପାଇଁ ଖୁବ୍ ଗର୍ବ ଏବଂ ଗୌରବ । ତେବେ ଏହା ପରେ ଅନୁଭବ ମହାନ୍ତି ତାଙ୍କ ଆଗାମୀ ଫିଲ୍ମ love In London କଥା କହିଥିଲେ । ମହାମାରୀ କରୋନା ପାଇଁ ଏହା ରିଲିଜ୍ ହୋଇ ପାରୁନଥିଲା । 

 

ଏହା ସୁଟିଙ୍ଗ ସରି ଯାଇଥିବା ବେଳେ ଏହା ଦେଖି ଆଗାମୀ ଦିନରେ ଶୀଘ୍ର ରିଲିଜ୍ ହେବାକୁ ଚିନ୍ତା କରାଯାଉଛି । ଏହି ଫିଲ୍ମ ଦର୍ଶକ ଦେଖିଲେ ନୂଆ ନୂଆ ଜାଗା ଦେଖିବା ସହ ଅତ୍ୟନ୍ତ ସୁନ୍ଦର କାହାଣୀ ଟିଏ ପାଇବେ ଯାହାକି ଓଡ଼ିଶାବାସୀ ମାନଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଇଛି । ଅନୁଭବ ମହାନ୍ତି ପ୍ରଥମେ ମଡେଲିଂ କରୁଥିବାର ଦର୍ଶାଇଥିଲେ ଏବଂ ଏହା ପରେ ଧିରେ ଧିରେ ଆଲବମ୍ କୁ ଯାଇଥିଲେ ଏବଂ ପରେ ଫିଲ୍ମକୁ ଯାଇଥିଲେ । ତେବେ ଏହି ସବୁ ମଧ୍ୟରେ ଅନୁଭବ ମହାନ୍ତି ଙ୍କୁ ତାଙ୍କ ବାସ୍ତବ ଜୀବନରେ କିଛି ପ୍ରଶ୍ନ ପଚରା ଯାଇଥିବା ବେଳେ ସେ ଉତ୍ତର ଦେଇଥିଲେ । 

ଅନୁଭବ ମହାନ୍ତି ଙ୍କ ବିବାହ କୁ ନେଇ ପ୍ରଶ୍ନ ହୋଇଥିବା ବେଳେ ଅନୁଭବ ମହାନ୍ତି କହିଥିଲେ ପ୍ରଥମେ ଗୋଟେ ବନ୍ଧନରୁ ମୁକୁଳିଲେ ଅର୍ଥାତ୍ ଛାଡପତ୍ର ହେଲେ ହିଁ କିଛି ଚିନ୍ତା କରିବି । ଏହାପରେ କହିଥିଲେ ଭଗବାନ ଙ୍କୁ ଡାକନ୍ତୁ ମୋର ଛାଡପତ୍ର ହେଇଯାଉ। ଅନୁଭବ ଙ୍କ ଲଭ ମଧ୍ୟ ଥିବାର ଜଣାଇଥିଲେ ଅନୁଭବ ମହାନ୍ତି । ଲଭ ତାଙ୍କ ବାପା ମା ଙ୍କ ପ୍ରତି ତାଙ୍କ ଦର୍ଶକ ମାନଙ୍କ ପ୍ରତି ଅଛି ଏଵଂ ସବୁଦିନ ରହିଥିବ ବୋଲି ଦର୍ଶାଇଥିଲେ।  ଯେଉଁମାନେ ଅନୁଭବ ମହାନ୍ତି ଙ୍କୁ ଭଲ ଭାବେ ଜାଣିଛନ୍ତି ସେମାନଙ୍କୁ ମଧ୍ୟ ଅନୁଭବ ମହାନ୍ତି ଲଭ କରୁଛନ୍ତି ବୋଲି ଜଣାଇଥିଲେ  ।

Leave a Reply

Your email address will not be published. Required fields are marked *