ସ୍ତ୍ରୀର ଏହି ଗୋଟିଏ ଭୁଲ ପାଇଁ ସ୍ଵାମୀ ଜୀବନରେ ମାଡ଼ି ଆସେ ବିପଦ ଦେଖନ୍ତୁ କେମିତି…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଜଣେ ସ୍ତ୍ରୀ ତାର ବଞ୍ଚିଥିବା ଜୀବନରେ ସବୁବେଳେ ନିଜର ସ୍ୱାମୀର ମଙ୍ଗଳ ଚିନ୍ତା କରିଥାଏ । ସ୍ଵାମୀଙ୍କ ଆୟୁଷ ବଢିବା ପାଇଁ ସ୍ତ୍ରୀ କେତେ ପ୍ରକାର ଓଷା ବ୍ରତ ପାଳନ କରିଥାଏ । ତେବେ ଏହି ସବୁ ମଧ୍ୟରେ ଯଦି ସ୍ଵାମୀଙ୍କ ଦେହରେ ଖଣ୍ଡିଆ ଟେ ହୋଇଯାଏ ତେବେ ସ୍ତ୍ରୀ ମାନେ ଦୁଃଖ ପ୍ରକାଶ କରନ୍ତି । ଏବଂ ସବୁବେଳେ କେମିତି ସ୍ଵାମୀ ସୁରକ୍ଷିତ ରହିବେ ତାହା ଚିନ୍ତା କରନ୍ତି । 

 

ଅନେକ ବିବାହିତା ମହିଳା ମାନେ ଅନେକ ଭୁଲ କରି ବସନ୍ତି ଯାହା ଫଳରେ ଏହାର ସିଧା ସଳଖ ପ୍ରଭାବ ସ୍ଵାମୀଙ୍କ ଉପରେ ପଡ଼ିଥାଏ । ତେବେ ଆସନ୍ତୁ ଆଜି ଜାଣିବା ନିଜର କେଉଁ କେଉଁ ଭୁଲ ପାଇଁ ସ୍ଵାମୀ ମାନଙ୍କ ଜୀବନ ଅସୁବିଧାରେ ପଡ଼ିଥାଏ । ହିନ୍ଦୁ ରୀତିନୀତି ଅନୁଯାୟୀ ବାହାଘର ପରେ ସ୍ତ୍ରୀ ମାନେ ନିଜ ପଦରେ ଲକ୍ଷ୍ମୀ ନେଇ ଶାଶୁ ଘରକୁ ଆସିଥାନ୍ତି ଏହା ସହ ସ୍ଵାମୀ ମାନଙ୍କ ଆୟୁଷ କାମନା ପାଇଁ ଗୋଡ଼ରେ ମୁଦି ପିନ୍ଧନ୍ତି। ଗୋଡ଼ ମୁଦି ସଧବା ସ୍ତ୍ରୀ ମାନଙ୍କର ଲକ୍ଷଣ ଅଟେ । 

 

ପାଦରେ ମୁଦି ପିନ୍ଧିଲେ ସ୍ୱାମୀର ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ଉନ୍ନତି ହେବାର ଦେଖାଯାଏ । କିନ୍ତୁ ଆପଣ ଜାଣି ରଖନ୍ତୁ ଆପଣ ଭୁଲରେ ଯଦି ଗୋଡ ମୁଦି ପିନ୍ଧନ୍ତି ତେବେ ଆପଣଙ୍କ ସ୍ଵାମୀଙ୍କ ଉପରେ ବିପଦ ମାଡ଼ି ବସିପାରେ । ତେଣୁକରି ଗୋଡ ମୁଦି ପିନ୍ଧିବା ବେଳେ ଏହି ସବୁ କଥାକୁ ଧ୍ୟାନରେ ରଖି ପିନ୍ଧିବା ଉଚିତ୍ । 

 

ବିବାହିତ ମହିଳା ମାନେ ପଦରେ ଗୋଦମୁଦି ଧାରଣ କଲେ କେବେ ହେଲେ ଢିଲା କରି ପିନ୍ଧନ୍ତୁ ନାହିଁ । ଏହା ଢିଲା ପିନ୍ଧିବା ଦ୍ଵାରା ଆପଣଙ୍କ ସ୍ବାମୀ ମାନଙ୍କ ଉପରେ ବିପଦ ପଡ଼ିବାର ସମ୍ଭାବନା ରହିଥାଏ । ଏପରି ହେବା ଦ୍ଵାରା ସ୍ଵାମୀଙ୍କ ଋଣ ଭାର ବୃଦ୍ଧି ହେବା ସହ ସ୍ଵାମୀ ମାନେ ଆର୍ଥିକ ପରିସ୍ଥିତି ରେ ଅନେକ ପ୍ରକାର ଅସୁବିଧା ସମ୍ମୁଖିନ ମଧ୍ୟ ହୁଅନ୍ତି । 

 

ଅନେକ ନାରୀମାନେ ଜାଣି ପାରନ୍ତି ନାହିଁ ତମ୍ବା ମୁଦି ପଦରେ ଧାରଣ କରି ଦିଅନ୍ତି ଯାହା ଫଳରେ ଅଶୁଭ ପ୍ରଭାବ ପଡିଥାଏ । ଅନେକ ମହିଳା ମାନେ ଫାଟି ଯାଇଥିବା ଗୋଡ ମୁଦି ମଧ୍ୟ ପିନ୍ଧି ଦିଅନ୍ତି ଯାହା କି ପିନ୍ଧିବା ଆଦୌ ଠିକ୍ ନୁହେଁ । ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ତେଣୁକରି ତମ୍ବା ମୁଦି କିମ୍ବା ଫଟା ମୁଦି କେବେ ହେଲେ ପିନ୍ଧନ୍ତୁ ନାହିଁ ନହେଲେ ପରେ ହଇରାଣ ହେବେ । 

 

ଅନେକ ସ୍ତ୍ରୀ ମାନେ ନିଜ ପିନ୍ଧିଥିବା ଗୋଡ ମୁଦି ଯଦି କେହି ମାଗନ୍ତି ତେବେ ଦେଇ ଦିଅନ୍ତି । ମାତ୍ର ଏପରି କରିବା ସମ୍ପୂର୍ଣ ଭାବେ ଅନୁଚିତ୍ ଅଟେ । ଏମିତି କରିବା ଦ୍ଵାରା ସ୍ଵାମୀଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିବା ସହ ଅନେକ ପ୍ରକାର ସମସ୍ୟା ଘେରରେ ଫସି ରୁହନ୍ତି ସ୍ଵାମୀ ମାନେ । ଛୋଟ ଛୋଟ କଥାରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମନ ମତାନ୍ତର ହୁଏ ଏବଂ ଅନେକ ପ୍ରକାର ଝଗଡ଼ା ଲାଗିରୁହେ ।

Leave a Reply

Your email address will not be published. Required fields are marked *