ରାସନ କାର୍ଡ ବ୍ଯବହାରି ମାନଙ୍କ ପାଇଁ ଆସିଲା ବଡ ଖବର ଦେଖନ୍ତୁ କଟିଯିବ ଏହି ମାନଙ୍କ କାର୍ଡ… 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ସରକାର ରାସନ କାର୍ଡ ଗରିବ ଲୋକଙ୍କ ସୁବିଧା ପାଇଁ ଆରମ୍ଭ କରିଥିଲେ । ଏହାଦ୍ବାରା ଲକ୍ଷ ଲକ୍ଷ ହିତାଧିକାରୀ ମାନେ ଲାଭ ପାଇଥିଲେ । ତେବେ ରାସନ କାର୍ଡ ରେ ସରକାର ଉପଭୋକ୍ତା ମାନଙ୍କୁ ଅନେକ ପ୍ରକାର ଉପହାର ପ୍ରଦାନ କରିଥାନ୍ତି । ଅନେକ ରାଜ୍ୟରେ ବର୍ତ୍ତମାନ ରାସନ କାର୍ଡ ରେ ପ୍ରୋଟିନ ଯୁକ୍ତ ଚାଉଳ ମିଶ୍ରଣ ହେବ ବୋଲି ମଧ୍ୟ ଯୋଜନା ଚାଲିଥିଲା । ୧୦୦ କେଜି ଚାଉଳ ମଧ୍ୟରେ ୧ କେଜି ପ୍ରୋଟିନ ଚାଉଳ ମିଶିବାର ବୋଲି ସୂଚନା ମିଳିଥିଲା।  

 

ସରକାର ସମସ୍ତ ପ୍ରକାର ଗରିବ ଲୋକଙ୍କ ପାଇଁ ଏହିପରି ଅନେକ ଯୋଜନା କରି ଦେଇଛନ୍ତି । ଯଦି ଜଣେ ଗରିବ ଲୋକଟିର ରାସନ କାର୍ଡ ଅଛି ତେବେ ତାର ସବୁକିଛି ଅଛି। ଏହି ରାସନ କାର୍ଡ ଦ୍ଵାରା ହିଁ ସେ ପାଇ ପାରିବେ ପ୍ରତ୍ୟେକ କ୍ଷେତ୍ରରୁ ଲାଭ । ସେ ମେଡିକାଲ ସୁବିଧା ହେଉ ତଥା ଅନ୍ୟାନ୍ୟ ପ୍ରକାର ସୁବିଧା ଯଦି ରାସନ କାର୍ଡ ଗ୍ରହଣୀୟ ହେଉଥାଏ ତେବେ ଉପଭୋକ୍ତା ଙ୍କ ଚିନ୍ତା ସରିଲା । ଏହି କାର୍ଡ ଦ୍ଵାରା ହିଁ ସବୁ କାମ ହୋଇଜିବ । ସରକାର ଙ୍କ ଏକ ବିଶେଷ ସର୍ଭେ ଅନୁଯାୟୀ ଏକ ସୂଚନା ସାମ୍ନାକୁ ଆସିଥିଲା । 

 

ଯେଉଁଥିରେ ଅନେକ ଲୋକ ରାସନ କାର୍ଡ ପାଇବାକୁ ଯୋଗ୍ୟ ନଥାଇ ମଧ୍ୟ ଏହାର ଲାଭ ଉଠାଇ ଦେଉଥିଲେ ବୋଲି ଜଣା ପଡ଼ିଥିଲେ । ମାତ୍ର ସରକାର ଙ୍କ ତରଫରୁ ଏହି ଯୋଜନା କେବଳ ଗରିବ ହିତାଧିକାରୀ ମାନଙ୍କ ପାଇଁ ହୋଇଥିଲା । ଯାହା ସରକାର ଜାଣିବା ପରେ ସେହି ସମସ୍ତ କାର୍ଡ ଗୁଡ଼ିକୁ ରଦ୍ଧ କରିଦେବା ପାଇଁ ଯୋଜନା କରିଛନ୍ତି । ତେବେ ଯେଉଁମାନେ ଆର୍ଥିକ ସ୍ଥିତିରେ ସୁଦୃଢ଼ ଏବଂ ସମସ୍ତ ପ୍ରକାର କାର୍ଯ୍ୟ ରେ ନିଜକୁ ନିୟୋଜିତ କରିପାରୁଛନ୍ତି ତଥାପି ରାସନ କାର୍ଡ ବ୍ୟବହାର କରୁଛନ୍ତି ତେବେ ତାଙ୍କ ଠାରୁ ରାସନ କାର୍ଡ ଫେରାଇ ନିଆଯିବ । 

 

ସେମାନେ ଆଉ ବ୍ୟବହାର କରିପାରିବେ ନାହିଁ ରାସନ କାର୍ଡ ।  ତେବେ ଅନ୍ୟ ପକ୍ଷରେ ରାସନ କାର୍ଡ ଥିବା ହିତାଧିକାରୀ ମାନେ ୧୦୦୦ ଟଙ୍କା ପାଇବେ ବୋଲି ଶୁଣିବାକୁ ମିଳିଛି ଯୋଜନାରେ । ତାମିଲନାଡୁରେ ସରକାର ନେଇଛନ୍ତି ଏହିଭଳି ଏକ ପଦକ୍ଷେପ । ତାମିଲନାଡୁରେ ମୁଖ୍ୟ ପର୍ବ ଭାବେ ପୋଙ୍ଗଲ କୁ ଧରାଯାଏ । ତେବେ ଏହି ପର୍ବ ପୋଙ୍ଗଲ ଉପଲକ୍ଷେ ସରକାର ହିତାଧିକାରୀ ମାନଙ୍କୁ ୧୦୦୦ ଟଙ୍କା ଦେବାକୁ ଯାଉଛନ୍ତି । 

 

ଯାହାକି ବର୍ତ୍ତମାନ ରାସନ କାର୍ଡ ଧାରୀଙ୍କ ପାଇଁ ବେଶ୍ ଖୁସି ଖବର ଅଟେ । ଅନେକ ଅସହାୟ ମାନଙ୍କ ପାଖରେ ଏହି ରାସନ କାର୍ଡ ପହଞ୍ଚାଇବା ପାଇଁ ମଧ୍ୟ ଯୋଜନା ସରକାର ଙ୍କ ତରଫରୁ ବର୍ତ୍ତମାନ ଜାରି ହୋଇଛି ଯେଉଁଥିରେ ଆହୁରି ଅନେକ ହିତାଧିକାରୀ ମାନେ ଯୋଡ଼ି ହେବେ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *