ଚାକିରିଆଙ୍କ ପାଇଁ ବଡ଼ ଖବର | ଏଥର ସମ୍ପତି ତାଲିକା ନଦେଲେ ଦରମା ବନ୍ଦ…!

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତି ତାଲିକା ଦାଖଲ ନକଲେ ଦରମା ବନ୍ଦ ହୋଇଯିବ ବୋଲି ସଫା ସଫା ସୂଚନା ମିଳି ଯାଇଛି । ଏପରି ଏହି ନିଷ୍ପତି ନେଇ ଆଗକୁ ଆସିଛନ୍ତି ରାଜ୍ୟ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ । ନିଜର ବାର୍ଷିକ ସମ୍ପତି ସମ୍ପର୍କରେ ପ୍ରତ୍ୟେକ ବର୍ଷ ଅପଡେଟ ଦେବାପାଇଁ ସରକାର ନିୟମ କରୁଥିବା ବେଳେ ବର୍ତ୍ତମାନ ଆଗାମୀ ସମୟରେ ଏହାର ନିୟମ କଡାକଡି ହେବାକୁ ଯାଉଛି ।

 

ଏବେ ଆପଣଙ୍କ କେତେ ସମ୍ପତି ରହିଛି ତାହାକୁ ଧ୍ୟାନରେ ରଖିବେ ସରକାର । ତେବେ ସରକାରଙ୍କ ତରଫରୁ ଏହି ନିୟମ ଜାରି ହୋଇଥିବା ବେଳେ କେହି କେହି ଏହାକୁ ଖାତିର କରୁ ନାହାନ୍ତି ବୋଲି ଜଣା ପଡିଛି । ସରକାର ଏହି ନିମନ୍ତେ ନିର୍ଦ୍ଧାରିତ ସମୟ ଜାରି କରିଥିବା ବେଳେ ମଧ୍ୟ ଅନେକ କର୍ମଚାରୀ ମାନେ ସରକାର ଙ୍କ ଏହି ନିୟମ କୁ ମାନୁ ନାହାନ୍ତି ଏବଂ ନିଜ ସମ୍ପତି ତାଲିକା ଦାଖଲ କରୁ ନାହାନ୍ତି । 

 

ତେଣୁକରି ଏହି କ୍ଷେତରେ ନିୟମ କଡ଼ାକଡ଼ି ତଥା କର୍ମଚାରୀ ଙ୍କୁ ଠିକ୍ ବାଟରେ ତାଲିକା ଦାଖଲ ପାଇଁ ନିୟମ ଜାରି କରିଛି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ । ତେବେ ଏହି କ୍ଷେତ୍ରରେ ବିଳମ୍ବ ନକରି ସୋମବାର ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନିଜ କର୍ମଚାରୀ ମାନଙ୍କ ପାଇଁ ଆଉ ଡେରି ନକରି ଆରମ୍ଭ କରିଛି ନିର୍ଦ୍ଦେଶ ନାମା । ଏହି ନିର୍ଦ୍ଦେଶ ରେ ନିଜ ସମ୍ପତି ତାଲିକା ଦେବା ପାଇଁ ଶେଷ ସମୟ ଦିଆଯାଇଛି ଜାନୁଆରୀ ମାସ ଶେଷ ତାରିଖ । 

 

ଜାନୁଆରୀ ମାସରେ ଯାହାବି ହେଲେ କର୍ମଚାରୀ ମାନେ ଏହାକୁ ଦାଖଲ କରିବେ ବୋଲି ନିର୍ଦ୍ଦେଶ ମିଳି ସାରିଛି । ଯଦି କୌଣସି କର୍ମଚାରୀ ଏହାକୁ ଉଲଂଘନ କରନ୍ତି ତଥା ଜାନୁଆରୀ ମାସରେ ନିଜ ସମ୍ପତି ତାଲିକାର ବିବରଣୀ ଦିଅନ୍ତି ନାହିଁ ତେବେ ତାଙ୍କୁ ଜାନୁଆରୀ ମାସର ଦରମା ଫ୍ରେବୃଆରୀ ମାସରେ ମିଳିବ ନାହିଁ।  ଏହି ନିମନ୍ତେ ସଫା ସଫା ଚେତାବନୀ ଦେଇ ଦେଇଛନ୍ତି ସରକାର । ସରକାର ଙ୍କ ଏହି କଡାକଡି ନିଷ୍ପତି ପାଇଁ ବର୍ତ୍ତମାନ ବିଭିନ୍ନ କର୍ମଚାରୀ ମାନେ ଚିନ୍ତାରେ ପଡ଼ି ଗଲେଣି ।

 

କିପରି ଭାବେ ନିଜ ସମ୍ପତି ତାଲିକା କରିବେ ଏବଂ ନିର୍ଦ୍ଧାରିତ ସମୟ ସୁଦ୍ଧା ଏହା ଦାଖଲ କରିବେ ତାହା ନିମନ୍ତେ ସମସ୍ତଙ୍କର ଚିନ୍ତା ରହିଛି । ସରକାର ଦରମା ବନ୍ଦ କରିବା କଥା ନିର୍ଦ୍ଦେଶ ଦେବାପରେ ବର୍ତ୍ତମାନ କର୍ମଚାରୀ ମାନଙ୍କ ମଧ୍ୟରେ ଭାଳେଣୀ ପଡ଼ି ଯାଇଛି । ଯେଉଁମାନେ ଏହି ଘଟଣାରେ ଢିଲା ଦେଉଥିଲେ ସେମାନେ ଆଉ ଦେଇ ପାରିବେ ନାହିଁ । ନିର୍ଦ୍ଧିଷ୍ଟ ସମୟ ଆଗରୁ ବାଧ୍ୟତାମୂଳକ ଭାବେ ନିଜ ସମ୍ପତି ତାଲିକା କର୍ମଚାରୀ ମାନଙ୍କୁ ଦେବାକୁ ହେବ। 

Leave a Reply

Your email address will not be published. Required fields are marked *