ଚାକିରିଆଙ୍କ ପାଇଁ ବଡ଼ ଖବର | ସମ୍ପତି ତାଲିକା ନଦେଲେ ମିଳିବନି ଦରମା…!

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସମ୍ପତି ତାଲିକା ଦାଖଲ ନ କଲେ ଦରମା ବନ୍ଦ । କୃଷି ବିଭାଗର ଚରମ ବାଣୀ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ କୃଷିକୁ ନିର୍ଭର କରୁଥିବା କୃଷିଜୀବୀ ମାନଙ୍କର ଜୀବନଧାରଣର ମାନରେ ପରିବର୍ତ୍ତନ କରି ସେମାନଙ୍କ ଦ୍ଵାରା ଲାଭଜନକ ବ୍ୟବସାୟ ଭିତିକ କୃଷି କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଯେପରିକି ଲୋକମାନେ କୃଷିକୁ ଏକ ବୃତ୍ତି ଭାବେ ଗ୍ରହଣ କରିବେ । ବଦଳ ବିହନ ବ୍ୟବହାର ,ଗୁଣାତ୍ମକ ଚାରା ଓ ଆନୁଷଙ୍ଗିକ ବ୍ୟବହାର ,ସମନ୍ଵିତ ପୋଷଣ ଯୋଗାଣ ଓ ରୋଗ ପୋକ ପରିଚାଳନା ,ଜଳ ପରିଚାଳନା ,କୃଷି ଯନ୍ତ୍ରପାତି ,ପରୀକ୍ଷାଗାରରୁ କୃଷି କ୍ଷେତରେ କୃଷକ ମାନଙ୍କ ପର୍ଯ୍ୟନ୍ତ ବୈଷୟିକ କୌଶଳର ଅଭିବୃଦ୍ଧି କରି ଅନ୍ୟନ ଗୁରୁତ୍ଵପୂର୍ଣ୍ଣ ଫସଲଗୁଡିକର ଏକର ପ୍ରତି ଉତ୍ପାଦନ ବୃଦ୍ଧି କରି ଅତି କମରେ ଜାତୀୟ ହାର ସହିତ ସାମିଲ ହେବା ଆଦି ହେଉଛି ଏବେ କୃଷି ସଶକ୍ତିକରଣର ସରକାରଙ୍କ ଉଦ୍ଦେଶ୍ୟ। 

 

ତେବେ ରାଜ୍ୟବାସୀଙ୍କୁ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ଶାସନ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ତାଲିକା ଘୋଷଣା ନିର୍ଦ୍ଦେଶ କେବଳ ପ୍ରହେଳିକାରେ ପରିଣତ ହୋଇ ରହି ଯାଇଛି । ୨୦୨୧ରେ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣାକୁ ବାଧ୍ୟତାମୂଳକ କରିଥିଲେ । ହେଲେ ଏହା କେବଳ କଥାରେ ରହି ଯାଇଛି ।ଏବେ କିନ୍ତୁ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ତାହା ହେଉଛି ବିଭାଗୀୟ ଅଧିକାରୀଙ୍କୁ କୃଷି ବିଭାଗର ଚରମବାଣୀ । 

 

ସମ୍ପତି ତାଲିକା ନଦେଲେ ବନ୍ଦ ହେବ ଦରମା । ଜାନୁଆରୀ ୩୧ ତାରିଖ ମଧ୍ୟରେ ସମ୍ପତି ଦାଖଲ ନକଲେ ଫେବୃଆରୀ ମାସରୁ ଦରମା ବନ୍ଦ ପାଇଁ ବିଭାଗୀୟ କର୍ମଚାରୀ ଓ ଅଧିକାରୀଙ୍କୁ ଚରମବାଣୀ ଶୁଣାଇଛି କୃଷି ବିଭାଗ । ସମ୍ପତି ତାଲିକା ଦାଖଲ ନହେବା ପର୍ଯ୍ୟନ୍ତ ଦରମା ବନ୍ଦ ରହିବ । କୃଷି ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢୀ ବିଭାଗର ସମସ୍ତ ମୁଖ୍ୟ ଅଧିକାରୀଙ୍କୁ ଏନେଇ ଚିଠି ଲେଖିଛନ୍ତି । 

 

ରାଜ୍ୟ ସରକାର ଡିସେମ୍ବର ୩୧ ସୁଦ୍ଧା ସମ୍ପତି ତାଲିକା ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏବେ ବି ବହୁ ଅଧିକାରୀ ସେମାନଙ୍କ ସମ୍ପତି ତାଲିକା ଦେଇନାହାନ୍ତି । ଏହି ନିୟମ ସର୍ବଭାରତୀୟ ସେବା ଅଧିକାରୀଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି କୁହାଯାଇଛି । ଏପରିକି ନିଜ କ୍ଷେତ୍ରରେ ମଧ୍ୟ ଲାଗୁ ହେବ ବୋଲି ସଫା ସଫା କହି ଦେଇଛନ୍ତି ଡକ୍ଟର ଅରବିନ୍ଦ ପାଢୀ । ଏବେ ଏହାକୁ ନେଇ କୃଷି ବିଭାଗ କର୍ମଚାରୀଙ୍କ ମଧ୍ୟରେ ଭାଳେଣି ପଡିଗଲାଣି । ଏବେ ଗ୍ରୁପ-ଏ ରୁ ଗ୍ରୁପ-ଡି ଯାଏ ସମସ୍ତ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦେବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *