ଅନୁଭବ ମହାନ୍ତି ମାମଲାରେ ନୂଆ ମୋଡ଼ ପରିବାର ଅଦାଲତ ଙ୍କ ନିର୍ଦ୍ଦେଶ !

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରି ଜଣା ଶୁଣା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବିଦରେ ସାମ୍ନାକୁ ଆସିଥିଲା । ବର୍ତ୍ତମାନ ସୁଦ୍ଧା ମଧ୍ୟ ବିବାଦ ଘେରରେ ଦେଖିବାକୁ ମିଳେ ଏହି ଯୋଡ଼ି ଙ୍କୁ। ଏହି ଯୋଡ଼ି ପ୍ରେମ ବିବାହ କରିଥିବା ବେଳେ ଅଧିକ ଦିନ ଚାଲିନଥିଲା ସମ୍ପର୍କ । ପାରିବାରିକ କଳହ ଭୟଙ୍କର ରୁପ ନେଇ ଦୁହିଁଙ୍କ ସମ୍ପର୍କରେ ବାଧା ଉପୁଜି ଥିଲା ଯାହା ଫଳରେ ଆଜି ଦୁହିଁଙ୍କ ମାମଲା କୋର୍ଟ ମଧ୍ୟରେ ବିଚାରାଧୀନ ଅବସ୍ଥାରେ ରହିଛି । 

 

ସମୟ ସମୟ କ୍ରମେ ନୂଆ ନୁଆ ଘଟଣା ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଦୁହିଁଙ୍କ ମାମଲାରେ ଆସି ଯାଇଛି ନୂଆ ଏକ ମୋଡ । ପରିବାର ଅଦାଲତ ନିଷ୍ପତି ଉପରେ ଆସି ଯାଇଛି ବଡ ଝଟକା କର ପରିସ୍ଥିତି।   ଅନୁଭବ ମହାନ୍ତି ଙ୍କ ଆବେଦନ କୁ ଗ୍ରହଣ ତଥା ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଜାରି ହେଲା ନୋଟିସ । ପରିବାର ଅଦାଲତ ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କଲେ  ମାନ୍ୟବର ହାଇକୋର୍ଟ। ତେବେ ବର୍ତମାନ ସମୟରେ ଏହା ଏକ ନୂଆ ମୋଡ଼ ନେଇଛି ଦୁହିଁଙ୍କ ଘଟଣାରେ । ୨୦୨୨ ମସିହା ନଭେମ୍ବର ୩ ତାରିଖରେ ହୋଇଥିବା ନିଷ୍ପତି ଉପରେ ରହିତାଦେଶ ଜାରି କରିଛନ୍ତି କୋର୍ଟ।  

 

ଅନୁଭବ ମହାନ୍ତି ଙ୍କ ଆବେଦନ କୁ ଗ୍ରହଣ କରିଛନ୍ତି କୋର୍ଟ ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଦେଇଛନ୍ତି ନୋଟିସ । ଫ୍ରେବୁଆରି ୭ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି। ପାରିବାରିକ ଅଦାଲତ ରେ ଜେରା ସମୟରେ ଅନୁଭବ ନାହାନ୍ତି ଙ୍କ ଆଇନ ଯିବି ଅନେକ ପ୍ରକାର ପ୍ରଶ୍ନ କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ।  

 

ମାତ୍ର ଏହି ସମସ୍ତ ପ୍ରଶ୍ନ ଉପଯୁକ୍ତ ନୁହେଁ ବୋଲି ଦର୍ଶାଇଥିଲେ ବର୍ଷା ପ୍ରିୟଦର୍ଶିନୀ । ମାତ୍ର ଅନୁଭବ ମହାନ୍ତି ଙ୍କ ଆଇନ ଯିବି ଏହାର ଉତ୍ତର ଜାଣିବା ନିହାତି ଦରକାର ବୋଲି ପ୍ରସ୍ତାବ ରଖିଥିଲେ ଏବଂ ସମସ୍ତ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ ବୋଲି ମତାମତ ଦେଇଥିଲେ । ତେବେ ଅନେକ ସମୟରେ ଠିକ୍ ଭାବରେ କୋର୍ଟ ରେ ଉପସ୍ଥିତ ହେଉ ନଥିଲେ ବର୍ଷା ପ୍ରିୟଦର୍ଶିନୀ ଯାହା ଫଳରେ ତାଙ୍କ ପକ୍ଷରେ ମାମଲା ମଧ୍ୟ ହୋଇଥିଲା । 

 

ଅନ୍ୟ ପକ୍ଷରେ ଯେଉଁଠି ବର୍ଷା ପ୍ରିୟଦର୍ଶିନୀ ସମ୍ପୂର୍ଣ ଅନର୍ଗଳ ଭାବେ ଇଂରାଜୀ କୁହନ୍ତି କୋର୍ଟ ରେ ସେ ଇଂରାଜୀ ବୁଝିପାରୁନାହାନ୍ତି ବୋଲି ଦର୍ଶାଇଛନ୍ତି । ଏହାର ପରବର୍ତୀ ସମୟରେ ସମସ୍ତ ପ୍ରଶ୍ନର ଉତ୍ତର ସେ ଓଡ଼ିଆରେ ବୁଝିବେ ଏବଂ ଦେବେ ବୋଲି ନିଜର ମତାମତ ରଖିଥିଲେ।

Leave a Reply

Your email address will not be published. Required fields are marked *