BJD ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଅଣଦେଖା !

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ବହୁ ବର୍ଷ ଧରି ଓଡ଼ିଶାରେ ବିଜେଡି ର ଲୋକପ୍ରିୟତା କେମିତି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ସ୍ଵତନ୍ତ୍ର ଶାସନ ପାଇଁ ଆଜି ନବୀନ ପଟ୍ଟନାୟକ ମଧ୍ୟ ଏବେ କା ସମୟରେ ଲୋକମାନଙ୍କ ପାଇଁ ଭଲ ଭଲ କାର୍ଯ୍ୟ କରି ପାରୁଛନ୍ତି । ସାରା ଓଡ଼ିଶାରେ ବିଜେଡି ସେବା ପାଇଁ ଲୋକମାନେ ମଧ୍ୟ ଅନେକ ଲାଭ ପାଇଥିବାର ଦେଖା ଯାଏ ଅନେକ ମତାମତ ମଧ୍ୟ ଦିଅନ୍ତି । ତେବେ ବିଜେଡି ମଧ୍ୟରୁ ସମସ୍ତ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଖୁବ୍ ଭଲ ପାଇବା ଦିଅନ୍ତି

 

ମୁଖ୍ୟମନ୍ତ୍ରୀ ଙ୍କ ମୂଳ ଲକ୍ଷ ଓଡ଼ିଶାର ବିକାଶ ହେଉ । ତାହାକୁ ଆଧାର କରି ହିଁ ଏତେ ବାଟ ଆଗକୁ ଆସିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ବିଜେଡି ଭାଷଣ ର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭାଷଣରେ ବିଜେଡି ର କର୍ମୀ ମାନେ ଅନେକ ଯୋଗ ଦେଇଥିବାର ଦେଖା ଯାଇଥିଲା । ଏହି ଭାଷଣରେ ବିଜେଡି କର୍ମୀ ମାନଙ୍କୁ କିଛି ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତର ଦେଇଥିଲେ ଉପସ୍ଥିତ ଥିବା ସମସ୍ତ କର୍ମୀ ମାନେ। 

 

ତେବେ ଏହି ଦୃଶ୍ୟରେ ପଚରା ଯାଇଛି କିଛି ପ୍ରଶ୍ନ ଏବଂ ମିଳିଛି ଉତ୍ତର ବୋଲି ଦେଖିବାକୁ ପାଇବେ ଆପଣ । ଏହି ସଭାରେ ପ୍ରଶ୍ନ ହୋଇଥିଲା ବିଧାୟକ କେତେଜଣ ଅଛନ୍ତି ବିଧାନ ସଭା ରେ । ତେବେ ଏହାର ଉତ୍ତର ନିଜେ ନିଜ ଜାଣିବା ହିସାବରେ ଦେଇଥିଲେ । କିଏ କହିଥିଲେ ୧୧୨ , କିଏ କହିଥିଲେ ୧୧୪ , ତ କିଏ ୧୧୬ ନିଜର ମତାମତ ଦେଇଥିଲେ । ଏହା ପରେ  ଲୋକସଭା ସାଂସଦ କେତେଜଣ ଅଛନ୍ତି ପ୍ରଶ୍ନ ହୋଇଥିଲା ଏବଂ ଏହାର ଉତ୍ତର ରେ ୧୨ ଜଣ ବୋଲି ସୂଚନା ମିଳିଥିଲା ।

 

ତେବେ ଏହି ସମସ୍ତେ ମୁଖ୍ୟମନ୍ତ୍ରୀ ଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ରେ ଲାଇକ କରୁଛନ୍ତି କି ନାହିଁ ବଡ ପ୍ରଶ୍ନ ହୋଇଥିଲା । କେତେଜଣ ଅଛନ୍ତି ସମସ୍ତେ ଲାଇକ କରିଛନ୍ତି ନା ନାହିଁ ପ୍ରଶ୍ନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଫେସବୁକ୍ ଏବଂ ଟୁଇଟର ଆକାଉଣ୍ଟ ରେ କେଉଁ ମାନେ ଲାଇକ କରୁଛନ୍ତି ଏବଂ କେଉଁମାନେ କରୁନାହାନ୍ତି ମୁଦା ଥିଲା। ତେବେ ଏହି କ୍ଷେତ୍ରରେ ୧୫୦ ଜଣ ବିଧାୟକ ଏବଂ ଲୋକସଭା ସାଂସଦ ଥିବାବେଳେ ସେତେ ଲାଇକ ଆସୁଛି କି ନାହିଁ ପ୍ରଶ୍ନ ହୋଇଥିଲା। 

 

ମାତ୍ର କିଛି ପୋଷ୍ଟ ରେ ୧୫୦ ଲାଇକ ଆସୁଥିବା ବେଳେ କିଛି ପୋଷ୍ଟ ରେ ଆସୁନାହିଁ ବୋଲି ସମସ୍ତେ ମତ ଦେଇଥିଲେ । ତେବେ ଏହା ପରେ ହୃଦୟରୁ ମୁଖ୍ୟମନ୍ତ୍ରୀ ଙ୍କୁ ଭଲପାଇବା ଦେବା ପାଇଁ ପରାମର୍ଶ ଦେଇଥିଲେ ଏବଂ ସର୍ବ ଶେଷରେ କେହି ଏହି ଦୃଶ୍ୟକୁ ରେକଡ ନ କରିବାକୁ ପରାମର୍ଶ ଦେଇଥିଲେ ଏତିକି ରେ ଭିଡିଓ ଟି ଶେଷ ହୋଇଥିଲା । 

Leave a Reply

Your email address will not be published. Required fields are marked *