ଡାକିଲେ ଅନୁଭବ ମହାନ୍ତି ଦୌଡ଼ି ଆସିଲେ ଜାଗୃତି ଶୁକ୍ଳା…!

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା ବହୁତ୍ ଭଲ ବନ୍ଧୁ । ଦୁହେଁ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଥାଆନ୍ତି ସବୁବେଳେ । ଅନୁଭବ ବର୍ଷା ମାମଲାରେ ଜାଗୃତି ଅନୁଭବ ଙ୍କ ସପକ୍ଷରେ କହି ଏବଂ ସାଥ ଦେଇ ଆସିଥିଲେ ସମସ୍ତଙ୍କ ସାମ୍ନାକୁ । ଏହି ନିମନ୍ତେ ଅନେକ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା ମାତ୍ର ସମସ୍ତ ବିବାଦ ପରେ ମଧ୍ୟ ଅନୁଭବ ମହାନ୍ତି ଙ୍କ ହାତ ଛାଡି ନଥିଲେ ଜାଗୃତି ଶୁକ୍ଳା । 

 

ଆଗରୁ ଭଲ ବନ୍ଧୁ ହୋଇ ଥିଲେ ଏବଂ ଏବେ ମଧ୍ୟ ଭଲ ବନ୍ଧୁ ହୋଇ ଅଛନ୍ତି ବୋଲି ପ୍ରମାଣ କରିଦେଇଛନ୍ତି ଜାଗୃତି ଶୁକ୍ଳା।  ଜାଗୃତି ଶୁକ୍ଳା ଏବଂ ଅନୁଭବ ମହାନ୍ତି ଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ଥାଏ । ଦୁହେଁ ଯେଉଁଠାରେ ପରସ୍ପର ସହ ସମୟ ବିତାନ୍ତି ତାହାର ଫଟୋ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେଆର କରନ୍ତି । ଦୁହିଁଙ୍କ ମତାମତ ଅନୁଯାୟୀ ଜଣା ପଡ଼ିଥିଲା ଦୁହେଁ ବହୁତ ଭଲ ବନ୍ଧୁ ଅଟନ୍ତି । ଜାଗୃତି ଶୁକ୍ଳା ଦିଲ୍ଲୀ ରେ କାର୍ଯ୍ୟରତ ଥିବାର ଜଣାଯାଏ। 

 

ତେବେ ଅନୁଭବ ମହାନ୍ତି ଜାଗୃତି ଶୁକ୍ଳା ଙ୍କୁ ଏକ କାର୍ଯ୍ୟକ୍ରମ ପାଇଁ ଡାକିଥିବା ବେଳେ ଜାଗୃତି ଶୁକ୍ଳା ମଧ୍ୟ ଅନୁଭବ ମହାନ୍ତି ଙ୍କ କଥାର ସମ୍ମାନ ରଖି ଆସିଛନ୍ତି ସେହି କାର୍ଯ୍ୟକ୍ରମ ରେ ଯାହାକି ଦର୍ଶକ ମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏବଂ ସେଠାରେ ଥିବା ସମସ୍ତ ମାନ୍ୟ ଗଣ୍ୟ ଲୋକମାନେ ଦୁହିଁଙ୍କ ବନ୍ଧୁତ୍ୱ ବିଷୟରେ ଖୁବ୍ ଚର୍ଚ୍ଚା କରିଥିଲେ । ବସନ୍ତ ନାୟକ ଜନ୍ମ ଉତ୍ସବ ରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମ ଟି ଅନେକ ଲୋକମାନେ ଏଠାରେ ଯୋଗ ଦେଇଥିଲେ ।

 

ଏବଂ ଅନୁଭବ ମହାନ୍ତି ଜାଗୃତି ଶୁକ୍ଳା ଙ୍କୁ ଡାକିଥିଲେ ଏବଂ ଜାଗୃତି ଶୁକ୍ଳା ମଧ୍ୟ ଦିଲ୍ଲୀ ରୁ ଅନୁଭବ ଙ୍କ ମାନ ରଖି ଆସିଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଅନୁଭବ ଜାଗୃତି ଶୁକ୍ଳା ଙ୍କୁ ଅଭିନନ୍ଦନ ଜଣାଇବା ସହ ସେଠାରେ ତାଙ୍କର ଚର୍ଚ୍ଚା ମଧ୍ୟ ଉଚିତ୍ ଭାବେ କରିଥିବାର ଦେଖା ଯାଇଥିଲା । ଏହି ବସନ୍ତ ନାୟକ ଜନ୍ମ ଉତ୍ସବ ରେ ଅନୁଭବ ମହାନ୍ତି ଙ୍କ ସମେତ ଆହୁରି ବଡ଼ ବଡ କଳାକାର ମାନେ ଉପସ୍ଥିତ ହୋଇଥିବାର ଦେଖିବାକୁ ମିଳିଥିଲା । 

 

ବସନ୍ତ ନାୟକ ଙ୍କ ଜନ୍ମ ଉତ୍ସବ ରେ ଭାବ ବିହ୍ୱଳ ହୋଇ ପଡ଼ିଥିଲେ ଅନୁଭବ ମହାନ୍ତି । ବସନ୍ତ ନାୟକ ତାଙ୍କୁ ଫିଲ୍ମ ଦୁନିଆର ମାର୍ଗ ଦେଖାଇଥିବାର ଦର୍ଶାଇଥିଲେ ଅନୁଭବ ମହାନ୍ତି । ଏବଂ ବସନ୍ତ ନାୟକ କେତେ କଳାକାର ମାନଙ୍କୁ ତିଆରି କରିଛନ୍ତି ତାହାର ମଧ୍ୟ ହିସାବ ନାହିଁ ବୋଲି ନିଜର ମତାମତ ଦେଇଥିଲେ ଅନୁଭବ ମହାନ୍ତି ଏବଂ ତାଙ୍କୁ ମନେ ପକାଇ ଦୁଃଖ ଅନୁଭବ କରିଥିଲେ । 

Leave a Reply

Your email address will not be published. Required fields are marked *